ଦିନକର କାହାଣୀ :ସଭିଏ ଲାଗନ୍ତି ଆପଣାର

ବାହାନଗା, ୧୬।୭(ଡି.ଏନ.ଏ.)-ଏକାକୀ ଚାଲିବାର ସଂକଳ୍ପ ନେଇ ଜୀବନରେ କର୍ମପ୍ରବଣତାକୁ ଆଦରି ନେଇଛନ୍ତି କାଳେନ୍ଦ୍ରୀ ମାଝି (୪୪)। ସରଳ, ସାଦାସିଧା ଓ ମେଳାପି ସ୍ବଭାବର ହୋଇଥିବାରୁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି କାଳି । ପର ଆପଣାର ଭାବ ନାହିଁ। ଅନ୍ୟର ଦୁଃଖସୁଖରେ ସାଥୀ ହୋଇ ଉପକାର କରିବାକୁ କେବେ ପଛାନ୍ତି ନାହିଁ। ବିବାହ ନ କରି ଏକାକୀ ଜିଇବାର ବାଟ ଖୋଜିବା ବେଳେ ଖବରକାଗଜ ଦେଇଛି ତାଙ୍କୁ ସାହାରା। ଆଜକୁ ୨୯ ବର୍ଷ ଧରି ଖବରକାଗଜ ବିକ୍ରେତା ଭାବେ କାମ କରି ନିଜ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିତିଦିନ ବିଭିନ୍ନ ଲୋକଙ୍କ ସହ ମିଶିବା, କେହି ରୋଗରେ ପଡିଥିଲେ ତାଙ୍କୁ ଡାକ୍ତରଖାନା ନେବା, ଔଷଧ କିଣି ଦେବା ଭଳି କାମ କରି ସେ ଯଥେଷ୍ଟ ଖୁସି ପାଇଥାନ୍ତି ବୋଲି କୁହନ୍ତି।
କାଳେନ୍ଦ୍ରଙ୍କ ଘର ବାଲେଶ୍ୱର ଜିଲା ବାହାନଗା ବ୍ଲ୍ଳକ ବରିପଦା ପଞ୍ଚାୟତ ଖେରଙ୍ଗ ଗ୍ରାମରେ। ପ୍ରାୟ ୧୧ବର୍ଷ ତଳେ ବାପା ଓ ପରେ ମା’ଙ୍କର ଦେହାନ୍ତ ହେବାରୁ ନିଜ ଭାଇଙ୍କ ସହ ରହିଆସୁଥିଲେ। ପୈତୃକ ସମ୍ପତ୍ତି କହିଲେ ଘର ବାଡିକୁ ଛାଡିଦେଲେ ଅନ୍ୟ କିଛି ନାହିଁ। ସେହି ଜାଗାରେ ତାଙ୍କ ଭାଇ ଘର କରି ପରିବାର ସହ ରହୁଛନ୍ତି। ସେମାନଙ୍କ ଉପରେ ବୋଝ ନ ହେବାକୁ ନିଷ୍ପତ୍ତି ନେଇ କାଳେନ୍ଦ୍ର ଜଣେ ପଡୋଶୀଙ୍କ ବାଡ଼ିପଟେ ଗୋଟିଏ ବଖରା ଘର କରି ରହୁଛନ୍ତି। ନିଜ ହାତରେ ରୋଷେଇ କରି ଖିଆପିଆ କରିଥାନ୍ତି। କେବେ କେବେ ସେ ହୋଟେଲରେ ଖାଇ ନିଅନ୍ତି। ବିବାହ ନ କରି ଏକୁଟିଆ ରହିବାକୁ ନିଷ୍ପତ୍ତି ନେବା ପରେ ସେ ଖେରଙ୍ଗ ବଜାରରେ ଏକ ସିଲେଇ ମେଶିନ ପକାଇ ଲୁଗା ସିଲେଇ କାମ ଆରମ୍ଭ କରିଥିଲେ। ସେଥିରେ ଗୁଜୁରାଣ ମେଣ୍ଟାଇବା ସମ୍ଭବ ନ ହେବାରୁ ପ୍ରତିଦିନ ଖବରକାଗଜ ବିକ୍ରି କରି ପରିବାର ଚଳାଇବାରେ ସହାୟତା କରି ଆସୁଛନ୍ତି। ଏହି ବୃତ୍ତି ତାଙ୍କୁ କରିଛି ଆମତ୍ନିର୍ଭରଶୀଳ। କାଳେନ୍ଦ୍ର କହନ୍ତି, ପ୍ରଥମେ ଜଣେ ଭାଇନାଙ୍କ ପ୍ରରୋଚନାରେ ସେ ସମୁଦ୍ରକୂଳବର୍ତ୍ତୀ ପଞ୍ଚାୟତ ଅଞ୍ଚଳରେ ୨୨ଖଣ୍ଡ ଖବରକାଗଜ ବିକ୍ରି କରିବା ଆରମ୍ଭ କରିଥିଲେ। ପରେ ଏହି ବୃତ୍ତିକୁ ସେ ବଢାଇ ପାରିଛନ୍ତି। ଲୋକଙ୍କ ପାଖରେ ଠିକ୍‌ ସମୟରେ ଖବରକାଗଜ ପହଞ୍ଚାଇବା ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଛି। ପ୍ରତିଦିନ ଭୋର ସମୟରୁ ସେ ଘରୁ ଆସି ୬ କି.ମି. ଦୂର ଗୋପାଳପୁର ପେପର ପଏଣ୍ଟରେ ପହଞ୍ଚନ୍ତି। ସେଠାରୁ ସାଇକେଲରେ କାଗଜ ଧରି ଆଖପାଖ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଞ୍ଚାଇ ଦିଅନ୍ତି। ଖରା, ବର୍ଷା, ଶୀତକାକରକୁ ଖାତିରି ନ କରି ଦୀର୍ଘ ୨୯ବର୍ଷ ଧରି ଦୂଆପୁର, କଲ୍ୟାଣୀ, ତାଳପଦା, ବରିପଦା, ଆରୁହାବାଡ଼ ଆଦି ପଞ୍ଚାୟତର ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛନ୍ତି। ସକାଳୁ ସକାଳୁ ପେପର ପଢ଼ିବା ପାଇଁ ଅନେକ ପରିବାର ଲୋକେ ତାଙ୍କ ଆସିବା ବାଟକୁ ଅନାଇ ବସିଥାନ୍ତି। ଧରିତ୍ରୀ ତାଙ୍କର ପ୍ରିୟ କାଗଜ। ବିଭିନ୍ନ ଗ୍ରାମରେ ଏହାର ବେଶ୍‌ ଲୋକପ୍ରିୟତା ରହିଛି। ପ୍ରତିଦିନ ସନ୍ଧ୍ୟାରେ ସେ ଖେରଙ୍ଗ ବଜାରକୁ ଯାଇ ଦୋକାନୀଙ୍କଠାରୁ ଖବରକାଗଜ ବାବଦ ଟଙ୍କା ଆଦାୟ କରିଥାନ୍ତି। ସେ କହିଛନ୍ତି, ତାଙ୍କୁ ସଭିଏ ଆପଣାର ଲାଗନ୍ତି। ପ୍ରତିଦିନ ଖବରକାଗଜ ଗ୍ରାହକଙ୍କ ସମେତ ଅନ୍ୟ ପରିଚିତ ଲୋକଙ୍କୁ ଭେଟିବାରେ ନିଆରା ଆନନ୍ଦ ତାଙ୍କୁ କର୍ମପ୍ରବଣ କରିଛି। ଖବରକାଗଜ ବିତରଣ ପାଇଁ ଯିବା ବେଳେ ପାଖପଡ଼ିଶାଙ୍କ ପାଇଁ ଔଷଧ ଆଦି ସାମଗ୍ରୀ ବଜାରରୁ କିଣି ଆଣିଦିଅନ୍ତି। ସମାଜରେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ ଜୀବନର ବ୍ରତ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri