ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି ୪ ନଂ. ଘାଟିରେ ଫସି ରହିଥିଲା। ଫଳରେ ପ୍ରବାସୀମାନେ ଘାଟିରେ ସାରା ରାତି ସମୟ କାଟିଥିଲେ। ଖବରପାଇ ସୋରଡା ଥାନାଧିକାରୀ ରମେଶ କୁମାର ପ୍ରଧାନ, ଏସଆଇ ସୁନୀଲ କଣ୍ଡୋଗୋରୀ, ସରପଞ୍ଚ ଉପେନ୍ଦ୍ର ବେହେରା, ଜିଆରଏସ କଳିଆ ପଣ୍ଡା ପ୍ରମୁଖ ପହଞ୍ଚି ପ୍ରବାସୀଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ପରେ ବସକୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇ ଥିଲେ ମଧ୍ୟ ବିଫଳ ହୋଇଥିଲେ। ରବିବାର ସକାଳୁ ଜେସିବି ମେଶିନ ସାହାଯ୍ୟରେ ବସକୁ ଉଦ୍ଧାର କରାଯିବା ପରେ ବସଟି ପ୍ରବାସୀଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ବହାରି ଥିଲା। ପ୍ରକାଶ ଯେ, ଘାଟି ରାସ୍ତାଟି ଅଣଓସାରିଆ ଥିବାରୁ ବସଟି ବୁଲାଣିରେ ଉପରକୁ ଉଠି ନ ପାରି ଫସି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri