ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ

ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍‌, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ ଯୋଗୁ ସେମାନଙ୍କ ନିକଟରେ ଟଙ୍କା ସରିଗଲାଣି। କେତେକ ମାଲିକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ ସୁଦ୍ଧା ତାହା ନିଅଣ୍ଟ ପଡୁଛି। ସେପଟେ ବଜାରକୁ କୌଣସି ଜରୁରୀ କାର୍ଯ୍ୟରେ ବାହାରିଲେ ପୋଲିସ ଘଉଡାଉଛି। ଅନ୍ୟ ରାଜ୍ୟର ଲୋକ ହୋଇଥିବାରୁ ସେମାନେ ଭୟରେ ରହୁଛନ୍ତି।
ପ୍ରକାଶ ଯେ, ସମସ୍ତ ୧୫ ଶ୍ରମିକ ପଶ୍ଚିମବଙ୍ଗର ଡାଣ୍ଟାନ ଜିଲା ମେଦିନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ସହ ବାଲେଶ୍ୱର ଜିଲା ଜଳେଶ୍ୱର ମଧ୍ୟ ୨ଜଣ ଯୁବ ଶ୍ରମିକ ଫସି ରହିଛନ୍ତି। ସେମାନେ କହିଛନ୍ତି ଯେ, ଗତବର୍ଷଠାରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ନିର୍ମାଣ କରିବାକୁ ଆସିଥିଲେ। ମଝୀରେ ନିଜ ଗାଁକୁ ଯାଇ ପୁଣି ଫେବୃଆରୀ ମାସରେ ଦାରିଙ୍ଗବାଡ଼ି ଆସି କାର୍ଯ୍ୟକରୁଥିଲେ। କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାଙ୍କୁ ଏବଂ ତାଙ୍କ ସହ ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ସମସ୍ତ ମଜୁରୀ ମିଳି ନ ଥିବାବେଳେ ସେମାନେ ଲକ୍‌ଡାଉନ ଯୋଗୁ ଗାଡିମୋଟର ବନ୍ଦ ଯୋଗୁ ଘରକୁ ଫେରିପାରୁନାହାନ୍ତି। ସେମାନଙ୍କୁ ଖାଇବା ପଇଁ ଆବଶ୍ୟକ ରାଶନ ଯୋଗାଇଦେବା ସହ କିଛି ଅର୍ଥଦେଲେ ସେମାନଙ୍କ ଚଳିବା ସହଜ ହେବ ବୋଲି କହିଛନ୍ତି। ଏନେଇ ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ୍‌ଶୀଘ୍ର ସେମାନଙ୍କୁ ଖାଇବା ସହ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri