ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର

ଅନୁଗୋଳ ଅଫିସ୍‌, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜିଲାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧ ଯୋଡ଼ା କନ୍ୟା ବର ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ସଂସ୍ଥାର କର୍ମକର୍ତ୍ତାମାନେ ସହଯୋଗ କରିବା ସହ ଉପସ୍ଥିତ ରହି ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ।
ଶାନ୍ତିକୁଞ୍ଜ ହରିଦ୍ୱାର ଗାୟତ୍ରୀ ପରିବାର ପଣ୍ଡିତମାନଙ୍କ ଦ୍ୱାରା ବୈଦିକ ରୀତିରେ ଏହି ସାମୂହିକ ଆଦର୍ଶ ବିବାହ ସମ୍ପନ୍ନ ହୋଇଥିଲା। ସମସ୍ତ ନବଦମ୍ପତିଙ୍କୁ ବିଦାୟ ବେଳେ ଆୟୋଜକଙ୍କ ପକ୍ଷରୁ ନିତ୍ୟ ବ୍ୟବହାର ଉପକରଣ ପ୍ରଦାନ କରାଯାଇଥିଲା। କନ୍ୟା ଓ ବରଯାତ୍ରୀଙ୍କୁ ପ୍ରୀତି ଭୋଜନ ପ୍ରଦାନ କରାଯାଇଥିଲା। ବିବାହର ବର୍ଷକ ପର୍ଯ୍ୟନ୍ତ ସେମାନଙ୍କ ସଂସାର ଓ ଆର୍ଥିକ ପରିସ୍ଥିତି ଉପରେ ନଜର ରଖାଯିବ। କିଛି ସମସ୍ୟା ଉପୁଜିଲେ ସେମାନଙ୍କୁ କାର୍ଯ୍ୟରେ ଥଇଥାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏଥିସହ ନବଦମ୍ପତିଙ୍କୁ ଶ୍ରମ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଗତବର୍ଷ ସାମୂହିକ ବିବାହରେ ଦାମ୍ପତି ସାଜିଥିବା କେତେକ ଯୋଡ଼ି ଏହି ବିବାହରେ ଅତିଥି ହୋଇ ଆସିଥିଲେ। ପରେ ନବ ବିବାହିତ ୩୧ ଯୋଡ଼ାଙ୍କୁ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ସଭାପତି ଜିତେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଭାଜପା ଜିଲା ସଭାପତି ଦୀଲେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ଅନୁଗୋଳ ପାଇଁ ସ୍ମରଣୀୟ ବୋଲି କହିଥିଲେ। ଦୁଇ ମାସ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ବିବାହ ସମିତିର ଉପାଧ୍ୟକ୍ଷ ପୁରୁଷୋତ୍ତମ ଅଗ୍ରୱାଲ ସୂଚନା ଦେଇଛନ୍ତି। ଆୟୋଜକଙ୍କ ସହ ଯୋଗଗୁରୁ ଅଭୟ ରାୟ, ରାମକୃଷ୍ଣ ତ୍ରିପାଠୀ, ବସନ୍ତ ନାଥ ଓ କନ୍ୟା-ବରମାନଙ୍କ ମାତାପିତା ଉପସ୍ଥିତ ଥିଲେ। ବେଦିରେ ସରଞ୍ଜାମ ଓ ସାଜସଜ୍ଜା ମାତୃଶକ୍ତି ଗୋ-ସେବା ସମିତିର ସଦସ୍ୟାମାନେ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri