ଦାଦାବଟିକୁ ନେଇ ସୋ’ରୁମ୍‌ରେ ଭଙ୍ଗାରୁଜା: ଇଟାମାଡ଼ରେ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଆହତ

ପୁରୀ ଅଫିସ,୧୫ା୭: ଦାଦାବଟିକୁ ନେଇ ପୁରୀ ଟାଉନ ଥାନା ଅଧୀନ ନରେନ୍ଦ୍ରକୋଣସ୍ଥିତ ଏକ ଗଦି ସୋ’ ରୁମ୍‌ରେ ସୋମବାର କେତେଜଣ ଦୃର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେମାନେ ସୋ’ରୁମ୍‌ ଭିତରେ ପଶି ବିଭିନ୍ନ ଆସବାବପତ୍ର ନଷ୍ଟ କରିବା ସହ କାଚ ଝରକାକୁ ଭାଙ୍ଗିଦେଇଛନ୍ତି। ଏଥିସହ ବାହାରୁ ଇଟାମାଡ଼ କରିବାରୁ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଉଦ୍ଧବ ଚରଣ ପୃଷ୍ଟି (୬୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସୋ’ରୁମ୍‌ ମାଲିକ ପ୍ରଭାତ କୁମାର ପାତ୍ରଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ନରେନ୍ଦ୍ରକୋଣ ଚକଡ଼ା ନିକଟରେ ଏକ ନାମୀ କମ୍ପାନୀର ଗଦି ସୋ’ରୁମ୍‌ ରହିଛି। ଏହା ଉପରେ ଉକ୍ତ ଅଞ୍ଚଳର ଗୋଟିଏ ଗ୍ୟାଙ୍ଗର ନଜର ପଡ଼ିଥିଲା। ସେହି ଗ୍ୟାଙ୍ଗର ସଦସ୍ୟମାନେ ସୋ’ରୁମ୍‌ ମାଲିକଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ତେବେ ମାଲିକ ଏଥିରେ ରାଜି ହୋଇ ନ ଥିଲେ। ପରେ ପୁଣି ଥରେ ଦାଦାବଟି ନ ଦେଲେ ଏଠାରେ ଦୋକାନ କରିପାରିବ ନାହିଁ ବୋଲି ଧମକ ଦେଇଥିଲେ। ସୋମବାର ଅପରାହ୍ନ ପ୍ରାୟ ସାଢେ ୧ଟାରେ ସୋ’ରୁମ୍‌ରେ କେତେଜଣ କର୍ମଚାରୀ ଥିଲେ। ଏହି ସମୟରେ ଦୁଇଜଣ ଦୃର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ସୋ’ରୁମ୍‌ ଭିତରେ ପଶିଥିଲେ। ମାଲିକଙ୍କୁ ଡାକିବା ପାଇଁ କର୍ମଚାରୀମାନଙ୍କୁ କହିଥିଲେ। ମାଲିକ ବାହାରକୁ ଯାଇଥିବାରୁ ଆସିବା ବିଳମ୍ବ ହେବ ବୋଲି କର୍ମଚାରୀମାନେ କହିଥିଲେ। ଏଥିରେ ଦୃର୍ବୃତ୍ତ ଦ୍ୱୟ ଉତ୍‌କ୍ଷିପ୍ତ ହୋଇ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ବାହାର କାଚ ଝରକା ମଧ୍ୟ ବାଡ଼େଇ ଭାଙ୍ଗିଦେଇଥିଲେ। ଏତିକିରେ ସେମାନଙ୍କ ମନ ଶାନ୍ତ ପଡ଼ି ନ ଥିଲା। ବାହାର ପଟୁ ଇଟାମାଡ଼ କରିଥିଲେ। ସୋ’ରୁମ୍‌ ମାଲିକଙ୍କ ଦାଦା ଉଦ୍ଧବଙ୍କ ମୁଣ୍ଡରେ ଇଟାଖଣ୍ଡ ବାଜିଥିଲା। ଏଥିସହିତ କାଚଖଣ୍ଡ ଛିଟିକି ତାଙ୍କ ଦେହରେ ବାଜିଥିଲା। ଫଳରେ ସେ ଆହତ ହୋଇଥିଲେ। ଦାଦାବଟି ନ ଦେଲେ ବୋମା ପକାଇ ସୋ’ରୁମ୍‌ ଉଡ଼ାଇ ଦେବାକୁ ଧମକ ଦେଇ ସେମାନେ ଚାଲିଯାଇଥିଲେ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri