Posted inରାଜ୍ୟ

ଦାଦାଙ୍କ ଯୋଗୁ ଦହିବରା ବିକିପାରୁଛି

ଦିନେ କାମ ଖୋଜିବାକୁ ଘର ଘର ବୁଲୁଥିଲି। ମୂଲ ମଜୁରି କରି ପେଟ ପୋଷିବାକୁ ଚେଷ୍ଟା କରୁଥିଲି। ହେଲେ ଦାଦାଙ୍କ ଦହିବରା ବ୍ୟବସାୟ ଓ ଏକ ଜଳଖିଆ ଦୋକାନରେ କାମ କରିବାର ଅଭିଜ୍ଞତା ହିଁ ମୋତେ ଦହିବରା ବ୍ୟବସାୟ କ୍ଷେତ୍ରକୁ ଟାଣି ଆଣିଛି। ପିଲାବେଳୁ ଦାଦାଙ୍କ ସହ କାମ କରିଥିବାରୁ ଏହି ବେପାର ମୋ ପାଇଁ ଅଧିକ ସହଜ ହୋଇଯାଇଛି। ଏବେ ପରିବାର ଚଳାଇବା ଓ ପିଲାଙ୍କୁ ମଣିଷ କରିବାରେ କିଛି ଅସୁବିଧା ହେଉନି ବୋଲି କହିଛନ୍ତି ଅନୁଗୋଳ ବଜାର ମାଢୁଆଳି ଧର୍ମଶାଳା ସମ୍ମୁଖରେ ଦହିବରା ବିକ୍ରି କରୁଥିବା ଦୟାନିଧି ସାହୁ।
ଦୟାନିଧିଙ୍କ ଘର କଟକ ଜିଲା ବଡ଼ମ୍ବା ଥାନା ଗୋପପୁର ଗ୍ରାମରେ। ବାପା ସତ୍ୟବାଦୀଙ୍କ ତିନିପୁଅ ମଧ୍ୟରୁ ଦୟାନିଧି ବଡ଼। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପରିବାର ପାଇଁ କଷ୍ଟକର ହୋଇପଡ଼ିବାରୁ ତାଙ୍କୁ ଦହିବରା ବିକ୍ରି କରୁଥିବା ଦାଦା କୀର୍ତ୍ତନ ସାହୁଙ୍କ ସହ କାମ କରିବାକୁ ପଡ଼ିଲା। ଦାଦାଙ୍କ ପାଖରେ ୧୨ ବର୍ଷ ରହି ସାହାଯ୍ୟ କରିବା ସହିତ ମୂଲ ମଜୁରି କରୁଥିଲେ। କିନ୍ତୁ ସେଥିରେ ଚଳିବା କଷ୍ଟକର ହେବାରୁ ଏକ ଜଳଖିଆ ଦୋକାନରେ କାମ କଲେ। ସେଠାରୁ କାମ ଶିଖି ନିଜେ ଏକ ଠେଲାଗାଡ଼ି ମାଧ୍ୟମରେ ଜଳଖିଆ ବିକିଲେ। ୭ ବର୍ଷ ଏପରି ଜଳଖିଆ ବିକ୍ରି କରିବା ପରେ ଅଧିକ ରୋଜଗାର ପାଇଁ ଦାଦାଙ୍କ ପରି ଦହିବରା ବ୍ୟବସାୟ କରିବାକୁ ମନ ବଳାଇଲେ। ଅନୁଗୋଳ ସହରରେ ୨ଶହ ଟଙ୍କାରେ ଏକ ଘରଭଡା ନେଇ ବ୍ୟବସାୟ ଆରମ୍ଭ କଲେ। ପରେ ଗାଁ ନିକଟ ବାସନ୍ତୀଙ୍କୁ ବିବାହ କଲେ। ସ୍ତ୍ରୀଙ୍କ ସହଯୋଗ ମିଳିବା ପରେ ତାଙ୍କ ବେପାର ଆଗକୁ ବଢ଼ିଲା। ଏମିତିରେ ୩୦ ବର୍ଷ ବିତିଗଲାଣି। ବଡ଼ ପୁଅ ବାଦଲ ବନ୍ତଳା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ସାନ ଝିଅ ଗାୟତ୍ରୀ ଦଶମ ପଢ଼ୁଛି। ସକାଳ ୭ଟା ବାଜିବା ମାତ୍ରେ ତାଙ୍କ ଦୋକାନରେ ଭିଡ଼ ବଢ଼ିଯାଉଛି। ଯେତିକି ଲୋକ ଖାଇବା ପାଇଁ ଆସୁଛନ୍ତି ତାହାଠାରୁ ଅଧିକ ପାର୍ସଲ ଅର୍ଡର ଦେଉଛନ୍ତି। ଦୁଇ ପ୍ରକାରର ଦହିବରା ସାଙ୍ଗକୁ ଆଳୁଦମ, ଘୁଗୁନି ଓ ହାତ ତିଆରି ମସଲାର ସ୍ବାଦ ଗ୍ରାହକଙ୍କୁ ତାଙ୍କ ଦୋକାନ ପ୍ରତି ଆକର୍ଷିତ କରୁଛି। କଠିନ ପରିଶ୍ରମ ଓ ଦାଦାଙ୍କ ସାହାଯ୍ୟ ପାଇଁ ସେ ଆଜି ସଫଳ ଦହିବରା ବ୍ୟବସାୟୀ ହୋଇପାରିଥିବା ଦୟାନିଧି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri