ଦାଦନ୍‌ ଯାଇ ହାତ୍‌ ହରାଲେ ନାଗେସ

ବିନିକା,୧୭।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁର ନାଗେସ ସ୍ବାମୀ(୩୭)। ସେ ଝନେ ନିହାତି ଗରିବ୍‌ ଆର ପେସାରେ ପଥର ଫଟାଲି ଶ୍ରମିକ। କାମ୍‌ଧଁଦା ଅଭାବୁ ସେ ଆଏଜ୍‌କେ ୭ ମାସ ତଲେ କର୍ଣ୍ଣାଟକ ରାଏଜର ମାଙ୍ଗାଲୁରକେ ଦାଦନ ଖଟିଯାଇଥିଲେ। ସେଠାନେ ଗୁଟେ ପଥର ଖାଦାନରେ କାମକଲାବେଲେ ଦୁରଘଟନାର ଶିକାର ହେଇ ଡେବରିହାତ୍‌ ହରାବାର ସଂଗେ ଡେବ୍‌ରି ଗୋଡ଼ ଅଚଲ ହେଇଯାଇଛେ। ହେଲେ ଟଁକା ପଏସା ଅଭାବୁ ସେ ଉଚ ଚିକିଛାରୁ ବଁଚିତ ହେଇ ଘରେ ଅକରମା ହେଇ ବସି ରହିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା ଗାଁର ନାଗେସ ସ୍ବାମୀକଁର ପରିବାର କହେଲେ ମାଏକିନା ସଙ୍ଗିତା, ଗୁଟେ ଝି’ ଆର ଦୁଇ ପୁଓକେ ନେଇ ତାକର ସଁସାର। ନାଗେସ ଝନେ ଗରିବ୍‌ ଲୋକ ଆର ପେସାରେ ଝନେ ପଥର ଫଟାଲି। ସେ ବିନିକା ଅଂଚଲରେ ଭିନେ ଭିନେ ପଥର ଖାଦାନରେ ପଥର ଫଟେଇ ଯାହା କମଉଥିଲେ ସେଥ୍‌ରେ ତାକର ପରିବାର ଖୁସିରେ ଚଲିଯାଉଥିଲା। ହେଲେ ଅଂଚଲରେ କାମ୍‌ଧଁଦା ଅଭାବୁ ସେ କୁଟୁମବସିଆ ସୁଦୂର କର୍ଣ୍ଣାଟକ ରାଏଜର ମାଙ୍ଗାଲୋରକେ ଦାଦନ୍‌ ଖଟି ଯାଇଥିଲେ। ସେଠାନେ ଝନେ ଠିକାଦର ଅଧୀନରେ ପଥର ଖୁଦାନରେ ପଥର ଫଟାବାର କାମ୍‌ କଲେ। ଦିନେ ଖାଦାନରେ ନାଗେସ କମ୍ପ୍ରେସର ମେଶିନ ଚଲଉଥିଲେ। ହେଲେ କମ୍ପ୍ରେସର ମେଶିନଟା କେହେନ୍‌ସି କାରନ୍‌ରୁ ତାକର ହାତୁ ପିଛଲି ଗଲା। ଚଲତି ମେଶିନ ଡେବ୍‌ରିହାତେ ବାଜଲାରୁ ତାକର ହାତ୍‌ କହନିରୁ ଛିଡ଼ିଗଲା। ସେଠାନୁ ଖସ୍‌ରି ଡେବ୍‌ରି ଗୁଡେ ବାଜ୍‌ଲାରୁ ଗୋଡ଼ ବି ଖଁଡ଼ିଆଡ଼ଁଡ଼ିଆ ହେଲା। ସେଠାନେ କମ୍‌ କରୁଥିବାର ଉନିଆ ଶ୍ରମିକମାନେ ନାଗେସକୁଁ ଉଧାର କରି ମାଙ୍ଗାଲୋର ଡାକ୍‌ତରଖାନାରେ ଭରତି କଲେ। ନାଗେସ ମାଙ୍ଗାଲୋର ଡାକ୍‌ତରଖାନାରେ ମାସେ ତକ୍‌ ଚିକିଛିତ ହେଲେ। ମାଏକିନା ସଙ୍ଗିତା ଯାହା ଗହନାଗାଁଠି ରଖିଥିଲେ ସେଥ୍‌ରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଲେ। ଶେଷେ ଡାକ୍‌ତର ନାଗେସକେ ପୂରା ଭଲ କରବାକେ ହେଲେ ଲକ୍ଷାଧିକ୍‌ ଟଁକା ଦରକାର ବଲି କହେଲାରୁ ଦମ୍ପତିକଁର ମୁଡେ ଚଡ଼କ ପଡ଼ିଥିଲା। ଦୁଇ ମାଏଝି ମୁନୁଷ ମୁହୁଁକାନ୍‌ ଶୁଖେଇ କୁଟୁମବସିଆ ତାମିଲନାଡୁ ଇରୋଡ୍‌ ଜିଲା ସେଙ୍ଗାଲମ୍‌ ଗାଁରେ ରହୁଥିବାର ନିଜର ଲାଗେଲେସର ଘରେ ଆସି ଆଶ୍‌ରେ ନେଲେ। ସେଠାନେ ସଙ୍ଗିତା ଗୁଟେ କପଡ଼ା ଦୁକାନେ କାମ୍‌ କରି ଏହେଦେ କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ନାଗେସ ଚିକିଛା ଲାଗି ଟଁକା ପଏସା ଯୁଗାଡ଼ କରବାକେ ୧୫ ଦିନ୍‌ ହେଲା ସିଂଘିଯୁବା ଗାଁକେ ଆସିଛନ୍‌। ନାଗେସ ରାଏଜ୍‌ ସରକାରକଁର ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ରେଜିଷ୍ଟ୍ରେଶନ ନଂ.-ଓଡିଏସ୍‌ଏନ୍‌ପି୦୦୧୦୩୯୬୪୮ରେ ତା.୭ା୧୨ା୧୭ରେ ଝନେ ଶ୍ରମିକ ହିସାବେ ତାଲିକାଭୁକ୍ତ ହେଇଛନ୍‌। ଇତାର ବାହାରେ ସିଂଘିଯୁବା ଗାଁରେ ତାକର ନଁାରେ ରାଶନ କାର୍ଡ ବି ରହିଛେ। ନାଗେସକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ସଂଗେ ତାକର ପରିବାରକେ ଉନିଆ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ଶ୍ରମ ଅଧ୍‌କାରୀ ଡିଲେଶ୍ୱର ଖାଖାକୁଁ ପଚରାଲାରୁ ନାଗେସ କେନ୍‌ ଯାଗାରେ, କାହାର ଅଧୀନରେ କାମ୍‌ କରୁଥିଲେ ତାର ଠିକ୍‌ନା ଦେଲେ ଆମେ ମାଲିକ ନଁାରେ ଗୁଟେ କମ୍ପେନ୍‌ସେଶନ କେସ୍‌ ଫାଇଲ୍‌ କରମୁ। ନାଗେସ ଜିଲାର ଝନେ ପଂଜିକୁରୁତ ଶ୍ରମିକ, ତାକର ଚିକିଛା ବାବ୍‌ଦେ ଯାହା ଖରଚ୍‌ ହେଇଛେ ସେ ବିଲ୍‌ ଦେଲେ ତାହାକୁ ଟଁକା ଫିରାବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri