ଦାଦନଙ୍କ ଉପରୁ ମାମଲା ହଟାଅ

ନୂଆଦିଲ୍ଲୀ,୧୦ା୬: ଦାଦନ ଶ୍ରମିକଙ୍କ ବିରୋଧରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ଦାଏର ହୋଇଥିବା ମାମଲାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ସେମାନଙ୍କ ସହ ମାନବୀୟ ବ୍ୟବହାର କରୁ। ପ୍ରବାସୀମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ। ଦାଦନ ଶ୍ରମିକଙ୍କ ସମସ୍ୟା ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିବା ସହ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ବଡ଼ ବଡ଼ ସହରରେ ଥିବା ଶ୍ରମିକମାନେ ଜୀବିକା ହରାଇ ଗାଁମୁହଁା ହୋଇଛନ୍ତି। ଅତି ଦୟନୀୟ ଅବସ୍ଥାରେ ସେମାନେ ଗାଁକୁ ଯାଉଥିବାବେଳେ ଦୁର୍ଦ୍ଦଶା ଭୋଗୁଥିବା ଦେଖି ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଜଷ୍ଟିସ୍‌ ଅଶୋକ ଭୂଷଣ, ଏମ୍‌.ଆର୍‌. ଶାହା ଏବଂ ଏସ୍‌.କେ. କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଦାଦନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପ୍ରସଙ୍ଗରେ ଶୁଣାଣି କରି କହିଛନ୍ତି, ଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ନିଜ ଘରକୁ ଫେରିବା ପାଇଁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରବାସୀ ଶ୍ରମିକମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦାଦନଙ୍କ ପ୍ରତି ମାନବୀୟ ବ୍ୟବହାର କରିବେ। ଯେଉଁ ଶ୍ରମିକମାନେ କର୍ମସ୍ଥଳରେ ଜୀବିକା ହରାଇ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚିହ୍ନଟ ପରେ ନାମ ପଞ୍ଜୀକରଣ କରାନ୍ତୁ। ଗାଁକୁ ଫେରି ନ ଥିବା ଅବଶିଷ୍ଟ ଶ୍ରମିକଙ୍କୁ ମଙ୍ଗଳବାରଠାରୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ। କେନ୍ଦ୍ର ସରକାର/ରେଲଓ୍ବେ ଅନୁରୋଧ କରାଯିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଯୋଗାଇଦେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଶ୍ରମିକମାନେ ସହରକୁ ଫେରି ନିଜ କାମରେ ଯୋଗଦେବାକୁ ଚାହୁଁଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ। କାର୍ଯ୍ୟରେ ପୁନଃ ଯୋଗଦାନ ପୂର୍ବରୁ ସେମାନଙ୍କୁ ଉପଯୁକ୍ତ କାଉନ୍‌ସେଲିଂ କରାଇବେ। ଏଥିସହିତ ପ୍ରବାସୀମାନଙ୍କ ଦକ୍ଷତା ଯାଞ୍ଚ ପରେ ସେମାନଙ୍କୁ ପୁନଃ ଥଇଥାନ କରିବା ଲାଗି ନିଯୁକ୍ତି ଯୋଜନା ପ୍ରଣୟନ କରିବେ। ଶ୍ରମିକଙ୍କ ମଙ୍ଗଳ ଓ ନିଯୁକ୍ତି ସମ୍ପର୍କିତ ଯୋଜନାଗୁଡ଼ିକ ନେଇ ପର୍ଯ୍ୟାପ୍ତ ଭାବେ ଗଣମାଧ୍ୟମରେ ପ୍ରକାଶିତ କରି ସେମାନଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ସେହିପରି ବିଭିନ୍ନ ଯୋଜନାର ସୁଫଳ ଦାଦନ ଶ୍ରମିକଙ୍କ ପାଖରେ ଯେପରି ପହଞ୍ଚତ୍ପାରିବ ତାହା ମଧ୍ୟ ସରକାର ସୁନିଶ୍ଚିତ କରିବେ। ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଜୁଲାଇରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri