ଦଶହରା ପାଇଁ ବିଭିନ୍ନ ପୂଜା କମିଟିର ମାଟି ଅନୁକୂଳ

ଭୁବନେଶ୍ୱର, ୨୪।୮(ବ୍ୟୁରୋ)/କଟକ ରୋଡ,(ଡି.ଏନ୍‌.ଏ.): ଆଗକୁ ମା’ଙ୍କ ପୂଜା। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ। ତେଣୁ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି। ଏଥିସହ ହାଉସିଂବୋର୍ଡ ଦୁର୍ଗା ପୂଜା ସମିତି, ଡୁମୁଡୁମା ଦୁର୍ଗା ପୂଜା ସମିତି, ଗଜପତି ନଗର ଦୁର୍ଗାପୂଜା ସମିତି, ରୁଚିକା ବଜାର ଦୁର୍ଗାପୂଜା ସମିତି, ଜୟଦେବ ବିହାର ଦୁର୍ଗାପୂଜା ସମିତି ଓ କଳାରାହାଙ୍ଗ ଦୁର୍ଗାପୂଜା ସମିତି ପକ୍ଷରୁ ମାଟି ଅନୁକୂଳ କାର୍ଯ୍ୟ ଶେଷ ହୋଇଛି।
ନୟାପଲ୍ଲୀ ଦୁର୍ଗାପୂଜା ସମିତି
ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ୩୨ତମ ଶାରଦୀୟ ପୂଜା ପାଇଁ ଶୁଭ ଶଙ୍ଖ ବାଜିଛି। ବିଧି ମୁତାବକ, କୁଆଖାଇ ନଦୀ ଘାଟରୁ ପଟୁଆର ମଧ୍ୟରେ ପାଲିଙ୍କିରେ ମାଟି ଅଣାଯାଇଛି। ମହାମାୟା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଆସିଥିବା ମାଟିକୁ ସହରର ବିଭିନ୍ନ ଦେବ ପୀଠ ପରିକ୍ରମା କରାଯାଇଥିଲା। ପରେ ଆସିଥିବା ମାଟିକୁ ପୂଜା ମଣ୍ଡପରେ ବିଧି ମତେ ପୂଜାର୍ଚ୍ଚନା ସହ ସ୍ଥାପନା କରାଯାଇଥିଲା। ଏ ନେଇ ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ପୌରାଣିକ ରୀତିରେ ଆମେ ଏହି ମହାପାର୍ବଣର ପର୍ବକୁ ପାଳନ କରିଛୁ। ଏବେଠୁ ସମିତିର ସମସ୍ତ ସଦସ୍ୟ ହାତରେ ସୂତା ବାନ୍ଧି ନିଷ୍ଠାରେ ରହି ମା’ଙ୍କ ଶାରଦୀୟ ପୂଜାକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ସଂକଳ୍ପ ନେଇଛୁ। ଏହି ଅବସରରେ ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ, ଚିତ୍ରସେନ ବେହେରା, ସୁଶାନ୍ତ କୁମାର ଦାଶ, ଜେ.ପି ଦାସଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ପାଇକରାପୁର ଦୁର୍ଗାପୂଜା କମିଟି
ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ପାଇକରାପୁର ସାର୍ବଜୀନନ ଦୁର୍ଗପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି। କୁଆଖାଇ ନଦୀପୀଠରେ ବ୍ରାହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ହୋମ କାର୍ଯ୍ୟ ସମ୍ପାଦନ ପରେ ମାଟି ଅଣାଯାଇଥିଲା। ଉଲ୍ଲେଖଥାଉ କି, ପୁରାତନ ଦେବୀପୀଠ ତଥା ସବୁଜିମାମୟ ପାହାଡ଼, ଦେଉଳିଆ ପାହାଡ଼ ପାଦଦେଶରେ ପାଇକରାପୁର ଦୁର୍ଗାପୂଜା ଅନୁଷ୍ଠିତ ହୁଏ। ଏହିବର୍ଷ ସୁଉଚ୍ଚ ଐତିହାସିକ ଅଟ୍ଟାଳିକା ଓ ଆଲୋକମାଳାରେ ଶୋଭା ପାଇବେ ମା’ ଦୁର୍ଗତି ନାଶିନୀଙ୍କ ତୋରଣ। ଏଥର ଶବ୍ଦ ପ୍ରଦୂଷଣ ଓ ପ୍ଲାଷ୍ଟିକମୁକ୍ତ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତବର୍ଷ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ଭଜନ, ପାଇକ ଆଖଡ଼ାର କାର୍ଯ୍ୟକ୍ରମ ଓ ପୁରାତନ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ କୁମାର ପାଲାଟାସିଂହ, ସଭାପତି ସୌମ୍ୟକାନ୍ତ ପାଇକରା, ଲିପୁ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ ଓ ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।
ଶ୍ରୀ ଶ୍ରୀ ମହାବୀର ପୂଜା କମିଟି
ଦଶହରା ସମୟରେ ଭୁବନେଶ୍ୱରର ସମସ୍ତ ଜାଗାରେ ମା’ ଦୁର୍ଗା, ହରପାର୍ବତୀ ପୂଜା ପାଉଥିବା ବେଳେ ନୟାପଲ୍ଲୀ ୱାର୍ଡ ନଂ. ୩୯ରେ ଥିବା ନୂଆସାହିରେ ଚଳିତବର୍ଷକୁ ମିଶାଇ ୧୦ ବର୍ଷ ହେବ ଶୃଙ୍ଖଳାର ସହ ମହାବୀରଙ୍କ ପୂଜା କରାଯାଉଛି। ପରମ୍ପରା ରୀତି ନୀତି ଅନୁଯାୟୀ ଚଳିତବର୍ଷ ହେବାକୁ ଥିବା ପୂଜା ପାଇଁ ମହାବୀରଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ଜନ୍ମାଷ୍ଟମୀରେ କୁଆଖାଇ ନଦୀପଠାରୁ ଶ୍ରୀ ଶ୍ରୀ ମହାବୀର ପୂଜା କମିଟି, ନୂଆସାହି, ନୟାପଲ୍ଳୀ, ଭୁବନେଶ୍ୱର ପକ୍ଷରୁ ମାଟି ଅନୁକୂଳ କରାଯାଇଛି। ନୂଆସାହି ମହାବୀର ପୂଜା ମଣ୍ଡପରୁ କମିଟିର ସମସ୍ତ ସଦସ୍ୟ କୁଆଖାଇ ନଦୀପଠାରେ ପହଞ୍ଚତ୍ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରାଯାଇଥିଲା। ପରେ ଅନୁକୂଳ ମାଟିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଟରେ ଥିବା ସମସ୍ତ ଦେବଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଶେଷରେ ନୂଆସାହିରେ ଥିବା ଆଖଣ୍ଡଳମଣୀ ମନ୍ଦିରରେ ମାଟିକୁ ରଖା ଯାଇଥିଲା। ମହାବୀରଙ୍କ ମୂର୍ତ୍ତି ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ମାଟିକୁ ମନ୍ଦିରରେ


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri