ଦଶମ ଶ୍ରେଣୀରେ ସମସ୍ତେ ପାସ୍‌

ଚେନ୍ନାଇ, ୧୦ା୬: ତାମିଲନାଡ଼ୁରେ ଦଶମ ବୋର୍ଡ ପରୀକ୍ଷାକୁ ମଙ୍ଗଳବାର ବାତିଲ କରାଯାଇଛି। ଜୁନ୍‌ ୧୫ରୁ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ମୁଖ୍ୟମନ୍ତ୍ରୀ ଇ. କେ. ପାଲାନିସାମି ମହାମାରୀ କରୋନା ଯୋଗୁ ବୋର୍ଡ ପରୀକ୍ଷା ବାତିଲ ସହ ସମସ୍ତ ଛାତ୍ରୀଛାତ୍ର ପାସ୍‌ ହେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ବାକିଥିବା ଦ୍ୱାଦଶ ଶ୍ରେଣୀର କେତେକ ପରୀକ୍ଷାକୁ ମଧ୍ୟ କରୋନା ଲାଗି ବାତିଲ କରିଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମାର୍କ ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଓ ଉପସ୍ଥାନ ଆଧାରରେ ଗଣନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ହାଇକୋର୍ଟ ଓ ବିରୋଧୀ ଦଳ ପକ୍ଷରୁ ପିଲାଙ୍କ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବାକୁ ଜୁନ୍‌ ୧୧ ପର୍ଯ୍ୟନ୍ତ ହାଇକୋର୍ଟ ସରକାରଙ୍କୁ ସମୟ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତେଲଙ୍ଗାନାରେ ସୋମବାର ସବୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାସ୍‌ ଘୋଷଣା କରାଯାଇଥିଲା।

ଚଳିତବର୍ଷ କମିବ ସ୍କୁଲ ସିଲାବସ୍‌
ମହାମାରୀ କରୋନାର ପ୍ରାଦୁର୍ଭାବ ଯୋଗୁ ଚଳିତବର୍ଷ ସ୍କୁଲ ପାଠ୍ୟକ୍ରମ (ସିଲାବସ୍‌)କୁ କମାଯିବା ଲାଗି ସରକାର ଚିନ୍ତା କରିଛନ୍ତି। ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। କରୋନା ଯୋଗୁ ବିଭିନ୍ନ ସ୍କୁଲ, କଲେଜ ବନ୍ଦ ରହିବା, ପରୀକ୍ଷା ବାତିଲ ହେବା କାରଣରୁ ଅଭିଭାବକମାନେ ଚିନ୍ତିତ ଅଛନ୍ତି। ଏଥିସହ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସନ୍ଦିହାନ ହୋଇପଡ଼ିଛନ୍ତି। ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ ପାଠପଢ଼ା ସେଭଳି ଉପଯୋଗୀ ନୁହେଁ। ତେଣୁ ଅଭିଭାବକ ଓ ଶିକ୍ଷକମାନେ ଏନେଇ ସେମାନଙ୍କ ମତ ରଖିବା ଆରମ୍ଭ କରିଛନ୍ତି। ଏହାକୁ ଆଧାର କରି ସ୍କୁଲ ପାଠ୍ୟକ୍ରମ କମାଯିବା ଲାଗି ବିଚାର କରାଯାଇଥିବା ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି। ଅନ୍‌ଲାଇନ୍‌ ପାଠପଢ଼ା ଯୋଗୁ ପିଲାମାନଙ୍କ ଉପରେ ଓ୍ବାର୍କଲୋଡ୍‌ ପଡ଼ୁଛି। ସ୍କୁଲ ଖୋଲିବା ପରେ ଅଧିକ ପାଠପଢ଼ା ଓ ପରୀକ୍ଷା ଚିନ୍ତା ସେମାନଙ୍କ ମୁଣ୍ଡରେ ରହିବ। ଏଥିସହ ସାମାଜିକ ଦୂରତ୍ୱ ରକ୍ଷାକରି ପିଲାଙ୍କୁ ଦୈନିକ ପାଠ ପଢ଼ାଯିବା କଷ୍ଟସାଧ୍ୟ ବ୍ୟାପାର। ଏହାକୁ ହାଲ୍‌କା କରିବା ଲାଗି ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପୋଖରିୟାଲ ପ୍ରକାଶ କରିଛନ୍ତି। ସୋମବାର ଗଣଶିକ୍ଷା ସଚିବ ଅନୀତା କରଓ୍ବାଲଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବସିଥିଲା। ପ୍ରତିଦିନ ୩ ଘଣ୍ଟା ଅନ୍‌ଲାଇନ୍‌ କ୍ଲାସ କରିବା ଓ ସ୍କୁଲ ଖୋଲିଲେ ସାମାଜିକ ଦୂରତ୍ୱ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri