ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗ କରିବାରୁ ପରିବାରବର୍ଗଙ୍କୁ ଆକ୍ରମଣ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିର ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଉକ୍ତ ଗ୍ରାମର ବିଭୂତି ଭୂଷଣ ବରାଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ କେତେକ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଶେଷରେ ନ୍ୟାୟ ପାଇଁ ସେମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପୂର୍ବରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇଥିବା ବ୍ୟକ୍ତି ଏନ୍‌ଏସିର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ପୁନର୍ବାର ଘର ହାତେଇଥିଲେ। ସେହିଭଳି ସରକାରୀ କର୍ମଚାରୀ, ତିିନି ବଖରା ଛାତ ଘର ଥିବା ବ୍ୟକ୍ତିମାନେ ମଧ୍ୟ ପକ୍କା ଘର ହାତେଇଥିବା ନେଇ ଗତ ୧୪ ତାରିଖରେ ବିଭୂତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ୧୮ ତାରିଖରେ ଦଶପଲ୍ଲା ବିଡ଼ିଓ ଦେବୀପ୍ରସାଦ ମହାନ୍ତି ଉକ୍ତ ଗ୍ରାମରେ ପହଞ୍ଚତ୍ ୪୬ଟି ଘରର ତଦନ୍ତ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ଘର ଅଯୋଗ୍ୟ ହିତାଧିକାରୀ ହାତେଇଥିବା ସେ ଜାଣିବାକୁ ପାଇଥିଲେ। ଉକ୍ତ ଦିନଠାରୁ ସେହି ଗ୍ରାମର କିଛି ବ୍ୟକ୍ତି ବିଭୂତିଙ୍କ ଉପରେ ରାଗ ରଖିଥିଲେ। ଗୁରୁବାର ଅପରାହ୍ନରେ ବିଭୂତିଙ୍କ ବାପା ନବକିଶୋର ବରାଡ଼ (୭୨) ଘର ନିକଟ ଏକ କୋଠଘରେ ପ୍ରତିଦିନ ଭଳି ଶୋଇବାକୁ ଯାଉଥିବା ବେଳେ ସେଠାକାର କିଛି ଲୋକ ତାଙ୍କୁ ବାରଣ କରିବା ସହିତ କୋଠ ଘରଟିକୁ ବନ୍ଦ କରି ଦେଇଥିଲେ। ନବକିଶୋର କୋଠ ଘରେ ଥିବା ତାଙ୍କ ବିଛଣା ନେବା ପାଇଁ କହିଥିଲେ। ହେଲେ ସେମାନେ ରାଜି ନ ହୋଇ ନବକିଶୋରଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ସମୟରେ ବିଭୂତିଙ୍କ ଭଉଣୀ ଅମିତାମଣି ସେଠାରେ ପହଞ୍ଚତ୍ ବିରୋଧ କରିଥିଲେ। ସେଠାରେ ଥିବା ୩ ଜଣ ବ୍ୟକ୍ତି ବାପା ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ହୋଇ ଉଭୟ ସେଠାରେ ପଡ଼ିଥିଲେ ମଧ୍ୟ କେହି ସେମାନଙ୍କୁ ଉଠାଇ ନ ଥିଲେ। କିଛି ସମୟ ପରେ ବିଭୂତି ଘରେ ପହଞ୍ଚତ୍ ଘଟଣା ଶୁଣିବା ପରେ ଉଭୟଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ସେମାନେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଥାନାରେ କୌଣସି ଅଧିକାରୀ ତାଙ୍କ ଅଭିଯୋଗ ନ ଶୁଣିବାରୁ ସେ ମୋ ସରକାର ନମ୍ବରକୁ ଲଗାଇଥିଲେ। ପରେ ଥାନାରେ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜୀବନ ପ୍ରତି ଭୟ ଥିବାବେଳେ ନ୍ୟାୟ ପ୍ରଦାନ ପାଇଁ ଶୁକ୍ରବାର ପରିବାର ଲୋକେ ଏସ୍‌ପି ଓ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ ପଚାରିବାରୁ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଥିଲେ। ଏସ୍‌ପି ଶଶିଭୂଷଣ ଶତପଥୀ କହନ୍ତି, ମାମଲାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିବା ଏହି ପରିବାରକୁ କି ନ୍ୟାୟ ଦିଆଯାଉଛି ତାହା ଦେଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri