ଦଳିତ ମହିଳାଙ୍କୁ ପୋଲିସ ଏସ୍‌ଆଇଙ୍କ ଅସଦାଚରଣ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ସିପି ପର୍ଯ୍ୟନ୍ତ ପୋଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ ପୋଲିସ ଅଫିସର ଏହି ନିର୍ଦ୍ଦେଶକୁ ମାନୁ ନ ଥିବା ଜଣାପଡିଛି। ଥାନାକୁ କେହି ଅଭିଯୋଗ କରିବାକୁ ଗଲେ ତାଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ଯଦି କାହାକୁ ଫୋନ୍‌ କରି ଥାନାକୁ ଡାକୁଛନ୍ତି ସେ ଘରେ ନ ଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରଛନ୍ତି। ଏଭଳି ଏକ ଘଟଣା ଏୟାରଫିଲ୍ଡ ଥାନାରେ ଦେଖିବାକୁ ମିଳିଛି। ଏହି ଥାନାର ଜଣେ କାର୍ଯ୍ୟରତ ଏସ୍‌ଆଇ ଜଣେ ଦଳିତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳା ଜଣଙ୍କ ଏହି ଥାନାରେ ଅଭିଯୋଗ କରିଥିଲେ। ହେଲେ ତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନ ଥିଲା। ନ୍ୟାୟ ପାଇଁ ମହିଳା ଜଣଙ୍କ ଡିସିପିଙ୍କ ନିକଟକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ। ଶେଷରେ ମହିଳା ଜଣଙ୍କ ଭୁବନେଶ୍ୱର କୋର୍ଟରେ ୧ ସିସିରେ କେସ୍‌ କରିଥିଲେ। କୋର୍ଟ ମାମଲା ରୁଜୁ କରି ଘଟଣା ତଦନ୍ତ କରିବା ପାଇଁ ଏୟାରଫିଲ୍ଡ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଥାନାରେ କେସ୍‌ ନଂ-୧୨୮/୧୯ ଦଫା ୩୪୧, ୩୨୩, ୨୯୪, ୩୫୪, ୩୫୪(ବି), ୫୦୬, ୫୦୯ ଲଗାଇବା ସହ ଇନ୍‌ଫରମେଶନ୍‌ ଟେକ୍‌ନୋଲୋଜି ଆକ୍ଟ ୬୭ ଓ ଅନୁସୂଚିତ ଜାତି ଓ ଜନଜାତି-୩(ଆଇ)(ଆର) ଓ ଏସ୍‌ଟିଏସ୍‌ସି ଆକ୍ଟ-୩(ଆଇ)(ଏସ୍‌), ଏସଟି/ଏସ୍‌ସି-୩(୨)(ଭିଏ) ଆଦି ଦଫା ଏସ୍‌ଆଇଙ୍କ ନାମରେ ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଜୋନ୍‌-୨ ଏସିପି ସୁବାସଚନ୍ଦ୍ର ପଣ୍ଡା କରୁଛନ୍ତି।
ଅଭିଯୋଗ ଅନୁଯାୟୀ, ଏୟାରଫିଲ୍ଡ ଥାନା ଅଞ୍ଚଳରେ ଦଳିତ ମହିଳାଙ୍କ ପରିବାର ରୁହନ୍ତି। ତାଙ୍କ ପୁଅଙ୍କ ନାମରେ ଥାନାରେ ମାମଲା ରହିଥିବା ପୋଲିସ ଏସ୍‌ଆଇ କହିଥଲେ। ୨୦୧୯ ଜୁନ୍‌ ୨୫ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଲିସ ଏସ୍‌ଆଇ ମହିଳାଙ୍କ ଘର ନମ୍ବରକୁ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇବା ପରେ ପୋଲିସ ଏସ୍‌ଆଇ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ଖୋଜିିଥିଲେ। ସ୍ବାମୀ ନ ଥିବା କହି ମହିଳା ଜଣଙ୍କ ଫୋନ୍‌ କାଟି ଦେଇଥିଲେ। ଏହାପରେ ପୁଣି ଫୋନ୍‌ କରିବା ସହ ଜାତି ନେଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମହିଳା ଜଣଙ୍କ ଫୋନ୍‌ କାଟିଦେଇଥିଲେ ମଧ୍ୟ ସେ ବାରମ୍ବାର କଲ କରୁଥିଲେ। ପରେ ତାଙ୍କ ଝିଅ ଫୋନ୍‌ ଉଠାଇବାରୁ ଭାଇ ଘରେ ଥିବା ପଚାରିଥିଲେ। ମନା କରିବାରୁ ତାଙ୍କୁ ମଧ୍ୟ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତା ପରଦିନ ଅର୍ଥାତ ୨୬ ତାରିଖରେ ଏସ୍‌ଆଇ ଜଣଙ୍କ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ତାଙ୍କ ପୁଅ ଅଛି କି ନାହିଁ ପଚାରିବା ସହ ଜୋତା ପିନ୍ଧି ଠାକୁର ଘର ଭିତରେ ପଶିଥିଲେ। ଏହା ପରେ ଏସ୍‌ଆଇ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏପରି କି କେଉଁଠି ଯାଇ କହିବୁ ଯାଆ ବୋଲି କହି ଧମକାଇଥିଲେ। ଶେଷରେ ଥାନା ଓ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ କୋର୍ଟରେ ୧ ସିସି ନଂ-୧୯ରେ ଅଭିଯୋଗ କରିବା ପରେ କୋର୍ଟ ଏସ୍‌ଆଇଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ତଦନ୍ତ କରୁଥିବା ଜୋନ୍‌-୨ର ଏସିପି ପଣ୍ଡା କୁହନ୍ତି, ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ସତ୍ୟତା ନାହିଁ। ତାଙ୍କ ପୁଅଙ୍କ ନାମରେ ମାମଲା ଥିବାରୁ ସେ ତାଙ୍କୁ ଖୋଜିବାକୁ ଯାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ଆଇଙ୍କ ନାମରେ ମାମଲା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri