ଦଲାଲ୍‌ଙ୍କ କବ୍‌ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟ : ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ

ନୟାଗଡ଼ ଅଫିସ,୩୦ା୯: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଶନିବାର ରାତିରେ ଜଣେ ମହିଳା ପିଲା ଚୋରି କରି ନେଉଥିବା ବେଳେ ଲୋକମାନେ ହୋହଲ୍ଲା କରିବାରୁ ସେ ପଳାଇ ଯାଇଥିଲେ। ସେହିଭଳି ରବିବାର ପୂର୍ବାହ୍ନରେ ଡାକ୍ତରଖାନାରେ ଜଣେ ଦଲାଲ୍‌ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡ଼ା ଓରଫ ନୀଳ। ଥାନାରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁଞ୍ଜୟ ଜଣେ ରୋଗୀଙ୍କୁ ବାହାରେ ଡାକ୍ତର ଦେଖାଇଦେବା ପାଇଁ ୫୦୦ ଟଙ୍କା ନେଉଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୧୪୧/୧୯) ରୁଜୁ କରାଯାଇ ନୀଳଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ପୋଲିସ ୫୦୦ ଟଙ୍କା ଜବତ କରିଛି। ପିଲା ଚୋରି କରି ନେଉଥିବା ମହିଳାଙ୍କ ବିଷୟରେ କୌଣସି ସୁରାକ ମିଳିପାରି ନାହିଁ।
ପ୍ରକାଶ ଯେ, ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ସମୀର ପଲେଇଙ୍କ ସାନ ପୁଅର ଦେହ ଖରାପ ଥିବାରୁ ସେ ଦୁଇଦିନ ହେଲା ଆସି ମାତୃ ଓ ଶିଶୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସମୀରଙ୍କ ସ୍ତ୍ରୀ ଓ ୬ବର୍ଷର ବଡ଼ଝିଅ ମଧ୍ୟ ଚିକିତ୍ସାଳୟକୁ ଆସିଥିଲେ। ଶନିବାର ରାତ୍ର ୮ଟାରେ ତାଙ୍କ ବଡଝିଅ ମେଡ଼ିକାଲରେ ଥିବା ସମୟରେ ସୁରକ୍ଷା କର୍ମୀ ନ ଥିବା ସୁଯୋଗରେ ଜଣେ ମହିଳା ଭିତରକୁ ପଶିଥିଲେ। ପରେ ମହିଳା ଜଣକ କୌଣସି ପ୍ରଲୋଭନ ଦେଖାଇ ଝିଅଟିକୁ ସାଙ୍ଗରେ ଧରି ୪ ମହଲାରୁ ତଳକୁ ଆସିଥିଲେ। ଏହି ସମୟରେ ତାଙ୍କ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ଝିଅଟିକୁ ଚିହ୍ନିଥିବାରୁ ତାଙ୍କୁ କୁଆଡେ ନେଇଯାଉଛ ବୋଲି ସମ୍ପୃକ୍ତ ମହିଳାଙ୍କୁ ପଚାରିଥିଲେ। ମହିଳା ଜଣକ କୌଣସି ଉତ୍ତର ଦେଇ ନ ପାରିବାରୁ ସେଠାରେ ଉପସ୍ଥିତ ଲୋକମାନେ ସନ୍ଦେହ ପ୍ରକାଶ କରିଥିଲେ। ଏହା ପରେ ଲୋକଙ୍କ ଗହଳି ଜମିବାରୁ ମହିଳା ଜଣକ ଝିଅଟିକୁ ଛାଡ଼ି ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ମହିଳା ଜଣକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ମହିଳା ଜଣକ ପିଲା ଚୋରି କରି ନେଉଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ମାତୃ ଓ ଶିଶୁ ଚିକିତ୍ସାଳୟ ପରିସର ଗହଳି ହୋଇଥିବାରୁ ସେଠାରେ କେବେ ବି କେହି ପିଲା ଚୋରି କରିବାକୁ ସାହସ କରିପାରିବେ ନାହିଁ। ଏହାଛଡା କିଛିଦିନ ମଧ୍ୟରେ ରାତିରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପାସ୍‌ ବ୍ୟବସ୍ଥା କରାଯିବ। ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସର୍ବାଧିକ ୨ଜଣଙ୍କ ଲାଗି ପାସ୍‌ ବନ୍ଦୋବସ୍ତ କରାଯିବ। ରାତିରେ ଉକ୍ତ ପାସ୍‌ ଦେଖାଇ ରୋଗୀଙ୍କ ସମ୍ପର୍କୀୟମାନେ ମେଡ଼ିକାଲ୍‌ ଭିତରକୁ ପ୍ରବେଶ କରିପାରିବେ। ସେହିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri