ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଥିଲା। ପରବର୍ତ୍ତୀ ୩ଟି ପର୍ଯ୍ୟାୟକୁ ମିଶାଇ ମୋଟ ୨୦ ଲକ୍ଷ ୪୫ ହଜାର କୁଇଣ୍ଟାଲ ଧାନକିଣା ଲକ୍ଷ୍ୟ ରହିଥିଲା। କିନ୍ତୁ ଧାନ କିଣା ପରେ ଗତ ଫେବୃୟାରୀ ୬ରେ ହଠାତ ମଣ୍ଡି ବନ୍ଦ କରାଯାଇଥିଲା। ସେଯାବତ୍‌ ଜିଲାରେ ୨୬,୦୦୫ ଜଣ ପଞ୍ଜିକୃତ ଚାଷୀଙ୍କ ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୨୩,୪୪୧ ଜଣ ଚାଷୀଙ୍କ ୨୦ ଲକ୍ଷ ୯ ହଜାର ୬୨୪ କୁଇଣ୍ଟାଲ ୪୧ କିଲୋଗ୍ରାମ ଧାନ କିଣାଯାଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡି ବନ୍ଦ ହେବା ଯୋଗୁ କିଣାଯାଇ ପାରି ନ ଥିଲା। ଅନ୍ୟପକ୍ଷରେ କାଁ ଭାଁ ଚାଷୀଙ୍କ ଧାନ ରହିଥିବା ବେଳେ ଅଧିକାଂଶଙ୍କ ଧାନ ବିକ୍ରି ହୋଇଛି। ଅବଶିଷ୍ଟ ୩୫ ହଜାର କୁଇଣ୍ଟାଲ ଧାନକିଣା ପାଇଁ ପ୍ରଶାସନ ମଣ୍ଡି ଖୋଲିଥିଲେ। କିନ୍ତୁ ଆଶାନୁସାରେ ଚାଷୀଙ୍କ ଅମଳଧାନ ମଣ୍ଡିକୁ ବିକ୍ରି ପାଇଁ ଆସୁ ନ ଥିଲା। ତେଣୁ ପ୍ରଶାସନ ଓ କ୍ରୟକାରୀ ସଂସ୍ଥାର ରିପୋର୍ଟ ଯାଞ୍ଚ ପରେ ସରକାର ମଣ୍ଡିରେ ଧାନକିଣା ବନ୍ଦ କରିଥିଲେ। ଏବେ ପୁନର୍ବାର ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହେଲେ ପ୍ରକୃତ ଚାଷୀଙ୍କ ବଦଳରେ ଦଲାଲ ଓ ବ୍ୟବସାୟୀଙ୍କ ଧାନ ବିକ୍ରି ହେବାର ଆଶଙ୍କା ଅଧିକ ରହିଛି। କିଛି ମଣ୍ଡି କମିଟିର ସଭାପତି ଭାବେ ମନୋନୀତ ଚାଷୀମାନେ ମଧ୍ୟ ନାମ ପ୍ରକାଶ ନ କରିବା ସର୍ତ୍ତରେ ପୁନର୍ବାର ମଣ୍ଡି ଖୋଲିବା ସହ ଚାଷୀଙ୍କ ନାମରେ ଧାନ ବିକ୍ରି କରିବାକୁ ଦଲାଲ ଓ ବେପାରୀ ମସୁଧା କରୁଥିବା ଅଭିଯୋଗ କରିଛନ୍ତି। ବିଧାନସଭାରେ ବିଧାୟକମାନେ ଚାଷୀ ଧାନ ବଳି ପଡ଼ିଥିବା ଦାବି କରିବା ପରେ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ୨୯ ତାରିଖରେ ଜିଲାସ୍ତରୀୟ ପ୍ରୋକ୍ୟୁରମେଣ୍ଟ କମିଟି (ଡିଏଲ୍‌ପିସି) ବୈଠକ ପୁନର୍ବାର କରିବା ପାଇଁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କ ଧାନ ବିକ୍ରି ନ ହୋଇ ମଣ୍ଡିରେ ମହଜୁଦ ରହିଛି କି ନା, ମିଲ ମାଲିକ ମଣ୍ଡିରେ ଠିକ୍‌ ସମୟରେ ଉପସ୍ଥିତ ରହୁଛନ୍ତି କି ନା, କେଉଁ ମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଅଧିକ ଧାନ ରହିଛି, ସେ ସବୁର ତଦାରଖ କରାଯିବ। ଏନେଇ ଜିଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ କହିଛନ୍ତି, ଜିଲାରେ ପ୍ରକୃତରେ ଚାଷୀଙ୍କ ଧାନ ଥିଲେ ସରକାରଙ୍କ ନିୟମ ଓ ନିର୍ଦ୍ଦେଶ ଅନୁଯାୟୀ ମଣ୍ଡି ଖୋଲାଯାଇ ଧାନ କିଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri