ଦନ୍ତା ହାତୀ ନେଲା ୨ ଜୀବନମୋଟଙ୍ଗାରେ ବୃଦ୍ଧ, ଛେଣ୍ଡିପଦାରେ ବୃଦ୍ଧାଙ୍କୁ ମାରିଲା

ଢେଙ୍କାନାଳ ଅଫିସ,୨୦ା୫- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ହିନ୍ଦୋଳରୋଡ ଫାଣ୍ଡିର ଗୁଣୁଦେଇ ଗ୍ରାମରେ ସୋମବାର ସକାଳ ସାଢେ ୬ଟାରେ ହାତୀ ଆକ୍ରମଣରେ ମଙ୍ଗରାଜ ପାତ୍ର(୬୫)ଙ୍କ ମୃତ୍ୟୁ ହୋଇଛି। ମଙ୍ଗରାଜ ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ଅଞ୍ଚଳବାସୀ ଗୁଣୁଦେଇ ଛକଠାରେ ମୃତଦେହ ରଖି ପୂର୍ବାହ୍ନ ୮ଟାରୁ ୧୦ଟା ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଖବରପାଇ ଓଡାପଡା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ମୋଟଙ୍ଗା ଥାନା ଅଧିକାରୀ ନମିତା ନାୟକ, ସଦର ରେଞ୍ଜର ମନୱର ଖାଁ, ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ବନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ରେଡକ୍ରସ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏ ସଂକ୍ରାନ୍ତରେ ମୋଟଙ୍ଗା ଥାନାରେ ନଂ. ୨ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ମଙ୍ଗରାଜ ସ୍ଥାନୀୟ ହାଇସ୍କୁଲର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡିଛି। ଆକ୍ରମଣ କରିଥିବା ଦନ୍ତାହାତୀଟି ଏଥିପୂର୍ବରୁ ତାଳଚେରରେ ୫ଜଣଙ୍କୁ ମାରିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବହୁ ଲୋକଙ୍କ ଜୀବନ ନେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଉକ୍ତ ଦନ୍ତାହାତୀ ୨୦ଦିନ ହେଲା ଉକ୍ତ ଅଞ୍ଚଳରେ ବୁଲୁଛି। ସକାଳେ ମଧ୍ୟ କିଛି ଲୋକଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବନବିଭାଗ ପକ୍ଷରୁ ସେଠାରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri