ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଗଦାଧର ବହୁ ଯୁବ କଳାକାର ସୃଷ୍ଟି କରି ପାରିଛନ୍ତି। କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି । ନାଟକ କ୍ଷେତ୍ରରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଏବେ ବି ସେ ସାଧନା ଜାରି ରଖିଛନ୍ତି। ବୌଦ୍ଧ ଜିଲା ଚିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗ୍ରାମର ମା’ କୌଶଲ୍ୟା ଓ ବାପା ଲୋକନାଥ ବାରିକଙ୍କ ସୁପୁତ୍ର ଗଦାଧରଙ୍କ ସହ ଧରିତ୍ରୀର ଆଳାପ ।

ଆପଣ କେବେ ମଞ୍ଚକୁ ଉଠିଲେ ?
*ସେତେବେଳେ ମୁଁ ତୃତୀୟ ଶ୍ରେଣୀ ଛାତ୍ର। ଗାଁ ରାମଲୀଳାରେ ଶ୍ରୀରାମ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ହାଇସ୍କୁଲରେ ପଢ଼ିଲା ବେଳେ ପ୍ରଥମ ନାଟକ ‘କାଞ୍ଚତ୍ ଅଭିଯାନ’ରେ ମାୟା ନାମ୍ନୀ ଏକ ନାରୀ ଭୂମିକାରେ ଅଭିନୟ କରିଥିଲି।
ନାଟକ ଓ ଲୋକନୃତ୍ୟ କ୍ଷେତ୍ରରେ କାହାକୁ ଗୁରୁ ବୋଲି ମାନନ୍ତି ?
*ନାଟକ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ଆମ ସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ମେହେର। ପରେ ଏରା ଦତ୍ତ ଓ ସନତ କୁମାର ବିଶିଙ୍କଠାରୁ ତାଲିମ ପାଇଛି। ନୃତ୍ୟ୍‌ଗୁରୁ ଭିକାରୀ ଚରଣ ନାଏକ, ଲୋକନୃତ୍ୟ ଗୁରୁ ଆମ ଗାଁର ଢୁଲିଆ କୁମରମଣି ବେହେରାଙ୍କଠାରୁ ମୁଁ ନୃତ୍ୟ ଶିକ୍ଷା କରିଛି।
ଏହି ଧାରା କେବେଠୁ ଆରମ୍ଭ ହୋଇଛି ?
*୧୯୭୦ରୁ ମୁଁ ମଞ୍ଚ ନାଟକ କରିଆସିଛି। ୧୯୮୯ରୁ ସୋନପୁରରେ ଅନେକ ପଥପ୍ରାନ୍ତ ନାଟକ କରିଛି। ଏମିତି ୩୦ ବର୍ଷ କଟି ସାରିଛି। ୧୯୭୧ରେ ତୋଫାନ ଡାକୁ ନାଟକ ପାଇଁ ପ୍ରଥମେ ନିର୍ଦ୍ଦେଶନା ଦେଇଥିଲି, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି।
ଜଣେ କଳାକାର ଭାବେ ଆପଣ କେଉଁଠୁ ପରିଚୟ ପାଇଲେ?
*ସୋନପୁର ମାଟିରୁ ହିଁ ମୋତେ ଜଣେ କଳାକାରର ପରିଚୟ ମିଳିଛି। ନୃତ୍ୟ ଓ ନାଟକ ମୋ ଜୀବନ। ରିହରର୍ସାଲ ସମୟରେ ମୁଁ ସବୁ ଭୁଲିଯାଏ। ନୂଆ କିଛି କରିବା ପାଇଁ ସବୁ ସମୟରେ ଚେଷ୍ଟା କରେ।
ପାରମ୍ପରିକ ଲୋକନୃତ୍ୟ ଉପରେ ଆପଣଙ୍କ ଗବେଷଣା କ’ଣ?
*ଦଣ୍ଡନୃତ୍ୟ ଉପରେ ଗବେଷଣା କରିଛି। ସେହି ନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ଏକ ବଡ଼ ସଫଳତା।
ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ, ସେ ବିଷୟରେ କହିବେ ?
*ଗୁରୁ ଭିକାରୀ ଚରଣ ନାଟ୍ୟ ସମ୍ମାନ-ବୌଦ୍ଧ, ପଞ୍ଚମ ବେଦ ନାଟ୍ୟ ସମ୍ମାନ-ଭୁବନେଶ୍ୱର ସର୍ବଭାରତୀୟସ୍ତରର ନାଟ୍ୟ ସମ୍ମାନ, ନାଟ୍ୟଭୀଷ୍ମ ସମ୍ମାନ-କଣ୍ଟାମାଳ, ନାଟ୍ୟସମ୍ମାନ-ମଦଗଲ୍‌ପୁରୀ, ନାଟ୍ୟଶ୍ରୀ ସମ୍ମାନ-ଆଲ୍ଲାହାବାଦ୍‌, ନାଟ୍ୟ ସମ୍ମାନ-ବନାରସ, ରମ୍ଭା ନାଟ୍ୟ ସମ୍ମାନ-ଗୌହାଟୀ, ନାଟ୍ୟ ସମ୍ମାନ ହାପୁଡ ଦିଲ୍ଲୀ-ଗାଜିଆବାଦ, ଗିରିଡା ନାଟ୍ୟ ସମ୍ମାନ-ବିହାର, ମୋଗଲସରାଇ ନାଟ୍ୟ ସମ୍ମାନ-ଆଗ୍ରା, ମଠଖାଇ ନାଟ୍ୟ ସମ୍ମାନ-ବଲାଙ୍ଗୀର ଆଦି ପାଇଛି।
ନାଟକ ଓ ନୃତ୍ୟ କ୍ଷେତ୍ରରେ ଆପଣଙ୍କ କୃତି ?
*ମୋ ନିର୍ଦ୍ଦେଶିତ ନାଟକ ‘ମାନ୍ୟବର ଗାଡ଼ଭାଲୁ’ ଅଲ ଇଣ୍ଡିଆ ରେଡିଓ ,ବଲାଙ୍ଗୀର ଦ୍ୱାରା ୬୦୦ରୁ ଊର୍ଦ୍ଧ୍ୱ ଥର ପ୍ରସାରଣ ହୋଇଛି। ଭରତ ଚନ୍ଦ୍ର ମିଶ୍ରଙ୍କ ରଚିତ ଓ ମୋ ନିର୍ଦ୍ଦେଶିତ ଗୀତିନାଟ୍ୟ ରାଧା ମାଜିଷ୍ଟ୍ରେଟ୍‌ କୃଷ୍ଣ ମୁଦାଲା ବେଶ ସଫଳତା ପାଇଥିଲା। ୨୦ ବର୍ଷ ତଳେ ଏହି ଗୀତିନାଟ୍ୟ ପ୍ରଦର୍ଶନ କରି ୪୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପାରିଥିଲୁ। ସୁରେଶ ଚନ୍ଦ୍ର ସାହୁଙ୍କ ରଚନା ଓ ମୋ ନିର୍ଦ୍ଦେଶିତ ନାଟକ ମେରା ଭାରତ ମହାନ୍‌, କଂସର ଆତ୍ମା ଓ ସୃଷ୍ଟି ସର୍ବଭାରତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।
କେଉଁ ନାଟକ ଆପଣଙ୍କୁ ଦେଶ ବିଦେଶରେ ପରିଚିତ କରିଛି ?
*୬୦୦ରୁ ଊର୍ଦ୍ଧ୍ୱ ନାଟକ ପାଇଁ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛି। ବିଶ୍ୱ ସନ୍ଥ ଭୀମ, ସୃଷ୍ଟି, ଆଶ୍ରା, ପଘା, ଜୀବ ପରମ ସମ୍ବାଦ ଆଦି ନାଟକ ରଚନା କରିଛି। ମୋ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଶଶିସେଣା ଓ ପଘା ଦେଶ ବିଦେଶରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଶଶିସେଣା ପାଇଁ ପ୍ୟାରିସ୍‌ରେ ଓ ପଘା ପାଇଁ ବାର୍ସିଲୋନାରେ ସମ୍ବର୍ଦ୍ଧିତ ହୋଇଛି। ଉତ୍ତର ପ୍ରଦେଶର ଶାହାଜାହାନପୁରରେ ୨୨ଟି ହିନ୍ଦୀ ନାଟକ ଓ ଆମର ଗୋଟିଏ ଓଡିଆ ନାଟକ ମଞ୍ଚସ୍ଥ ହୋଇଥିଲା। ଆମ ନାଟକ ୭ଟି ପୁରସ୍କାର ପାଇଥିଲା। ସେହିପରି ଦୂରଦର୍ଶନରେ ପ୍ରସାରିତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଟିର ସଙ୍ଗୀତ, ମନ୍ଦିରମାଳିନୀ ସୋନପୁର ଓ ସୁବର୍ଣ୍ଣ ସୁରଭି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ସିଡୀ ଚଳଚ୍ଚିତ୍ର ନାବ୍‌କେଲୀ, ସାଇଲେନ୍ସ ପ୍ଲିଜ୍‌ ଓ ପ୍ରଥମ ଭେଟ୍‌ କୁ ଦର୍ଶକ ଗ୍ରହଣ କରିଥିଲେ।
ଦୂରଦର୍ଶନରେ ଆପଣଙ୍କ ନିର୍ଦ୍ଦେଶିତ ଲୋକନୃତ୍ୟ କ’ଣ?
*ଶବର-ଶବରୁଣୀ, ବୀଣାକାର-କାରୁଆଣୀ, ପତର ସଉରା-ସଉରାଣୀ, କରମସାନୀ ନୃତ୍ୟ, ଶିବପାର୍ବତୀ ନୃତ୍ୟ, ସମ୍ପ୍ରଦା ନୃତ୍ୟ, ଭାଇ ଦରବାର, ଡାଲଖାଇ ନୃତ୍ୟ ଓ ଚୁଟ୍‌କୁଚୁଟା କୃଷି ସମ୍ବନ୍ଧୀୟ ଲାଇଫ୍‌ ଟେଲିକାଷ୍ଟର ନିର୍ଦ୍ଦେଶନା ଦେଇଛି। ଏହା ଦୂରଦର୍ଶନରେ ପ୍ରସାରିତ ହୋଇଛି।
ଚଳଚ୍ଚିତ୍ରରେ ଅଭିନୟ ସମ୍ପର୍କରେ କିଛି କହିବେ ?
*ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲାବୁଢ଼ାରେ ଖଳ ନାୟକ ଲୋଚନ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟ ସମ୍ମାନ ପାଇଛି। ସେହିପରି ଆଦିମ ବିଚାରରେ ମାଷ୍ଟ୍ରେ ଆଜ୍ଞା ଚରିତ୍ର ପାଇଁ ବି ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ନିକଟରେ ମୁକ୍ତିଲାଭ କରିଥିବା ଶଲାବୁଢ଼ାର ବଦ୍‌ଲାରେ ମୁଁ ମଙ୍ଗଲୁ ଚରିତ୍ରରେ ଅଭିନୟ କରିଛି। ସେହିପରି ତରଙ୍ଗ ଟିଭିରେ ପ୍ରସାରିତ ଦୁର୍ଗା ସିରିୟଲରେ ମୁଁ ରଘୁ ଅଜା ଭୂମିକାରେ ଅଭିନୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri