Posted inଖେଳ

ଦକ୍ଷିଣ ଏସିଆ ଗେମ୍ସ: ଦ୍ୱିତୀୟ ଦିନରେ ୨୭ ପଦକ ଜିତିଲା ଭାରତ; ଓଡ଼ିଶାର ଶ୍ରୀୟଙ୍କାଙ୍କୁୁ ରୌପ୍ୟ

କାଠମାଣ୍ଡୁ,୪।୧୨(ପି.ଟି.)- ଚଳିତ ଦକ୍ଷିଣ ଏସିଆ ଗେମ୍ସର ଦ୍ୱିତୀୟ ଦିନରେ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ସେ ୧୦ ମିଟର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ପଦକ ସମେତ ଭାରତ ମଙ୍ଗଳବାର ୨୭ ପଦକ ଜିତିଛି। ଆଥ୍‌ଲେଟିକ୍ସର ପ୍ରଥମ ଦିନ ଭାରତକୁ ୧୦ ପଦକ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ) ଓ ଶୁଟିଂରେ ୯ ପଦକ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ) ମିଳିଛି। ଉଭୟ ଭଲିବଲ ପୁରୁଷ ଓ ମହିଳା ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ଓ ଟାଏକୋଣ୍ଡୋ ଖେଳାଳିମାନେ ଏକ ସ୍ବର୍ଣ୍ଣ ସହ ୩ ବ୍ରୋଞ୍ଜ ଆଣି ଦେଇଛନ୍ତି। ପୁରୁଷ ଓ ମହିଳା ଦଳଗତ ଟେବୁଲ ଟେନିସରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଭାରତ ଏବେ ମୋଟ ୪୩ ପଦକ (୧୮ ସ୍ବର୍ଣ୍ଣ, ୧୬ ରୌପ୍ୟ ଓ ୯ ବ୍ରୋଞ୍ଜ) ସହ ଦ୍ୱିତୀୟ ସ୍ଥାନରେ ରହିଛି। ସର୍ବାଧିକ ୪୪ ପଦକ ରଖିଥିବା ଆୟୋଜକ ନେପାଳ ଶୀର୍ଷରେ ରହିଛି।
ଭାରତୀୟ ଶୁଟରମାନେ ମହିଳା ୧୦ ମି. ଏୟାର ରାଇଫଲ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି। ମେହୁଲି ଘୋଷ ସ୍ବର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡଠାରୁ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କ ପ୍ରଦର୍ଶନକୁ ବିଶ୍ୱ ରେକର୍ଡ ବୁକ୍‌କୁ ନିଆଯିବ ନାହିଁ। କାରଣ ଦକ୍ଷିଣ ଏସିଆନ ଗେମ୍ସର ଫଳାଫଳକୁ ଅନ୍ତର୍ଜାତୀୟ ପରିଚାଳନା ସଂସ୍ଥା (ଆଇଏସ୍‌ଏସ୍‌ଏଫ୍‌) ରେକର୍ଡ ଭାବେ ଗ୍ରହଣ କରେ ନାହିଁ। ୧୯ ବର୍ଷୀୟା ମେହୁଲି ସର୍ବାଧିକ ୨୫୩.୩ ସ୍କୋର ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଏବେକାର ବିଶ୍ୱ ରେକର୍ଡଠାରୁ ୦.୪ ଅଧିକ ସ୍କୋର କରିଛନ୍ତି। ବର୍ତ୍ତମାନ ଅନ୍ୟ ଭାରତୀୟ ଶୁଟର ଅପୂର୍ବୀ ଚଣ୍ଡେଲା(୨୫୨.୯)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଛି। ଶ୍ରୀୟଙ୍କା ଷଢ଼ଙ୍ଗି (୨୫୦.୮) ରୌପ୍ୟ ଓ ଶ୍ରେୟା ଅଗ୍ରଓ୍ବାଲ (୨୨୭.୨) ବ୍ରୋଞ୍ଜ ପଦକ ଜିତିଛନ୍ତି। ୧୦ ମି. ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ମଧ୍ୟ ଭାରତ ଶୀର୍ଷ ସଫଳତା ପାଇଛି। ଆଥ୍‌ଲେଟିକ୍ସ ପ୍ରଥମ ଦିନ ଅର୍ଚ୍ଚନା ସୁସିନ୍ଦ୍ରାନ (ମହିଳା ୧୦୦ ମି.), ଏମ୍‌. ଜାଶନା (ମହିଳା ହାଇ ଜମ୍ପ) ସରଭେଶ ଅନିଲ କୁଶାରେ (ପୁରୁଷ ହାଇ ଜମ୍ପ), ଅଜୟ କୁମାର ସରୋଜ (ପୁରୁଷ ୧୫୦୦ ମି.), ଯୋଗେଶ ସିଂ (୨୫ ମି. ସେଣ୍ଟର ଫାୟର ପିସ୍ତଲ) ଓ ଚେଇନ ସିଂ (୫୦ ମି. ୩ପି) ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭଲିବଲରେ ପାକିସ୍ତାନକୁ ୩-୧ (୨୦-୨୫, ୨୫-୧୫, ୨୫-୧୭ ଓ ୨୯-୨୭) ସେଟରେ ଭାରତୀୟ ପୁରୁଷ ଦଳ ଚାମ୍ପିୟନ ହୋଇଛି। ଟେବୁଲ ଟେନିସରେ ଭାରତ ପୁରୁଷ ବିଭାଗରେ ନେପାଳ ଓ ମହିଳା ବିଭାଗରେ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri