Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷିତ; ଶୁବମନ ନୂଆ ମୁହଁ

ନୂଆଦିଲ୍ଲୀ,୧୩।୯(ପି.ଟି.)- ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି। ଦଳରେ ଏକାଧିକ ଅଦଳବଦଳ କରାଯାଇି। ଖରାପ୍‌ ଫର୍ମ ପାଇଁ ଓପନର ଲୋକେଶ ରାହୁଲଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଇନିଂସ ଓପନ କରିବାର ପଥ ପରିଷ୍କାର ହୋଇଛି। ଉଦୀୟମାନ ଯୁବ ପଞ୍ଜାବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଶୁବମନ ଉଭୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ଓପନର ହିସାବରେ ବ୍ୟାଟିଂ କରିବାର କ୍ଷମତା ରଖୁଥିବାରୁ ଦଳରେ ବ୍ୟାକ୍‌ଅପ୍‌ ଭୂମିକା ନିଭାଇବେ।
ରୋହିତଙ୍କୁ ଇନିଂସ ଓପନ କରିବାର ସୁଯୋଗ ଦେବାକୁ ଆମେ ଚାହୁଁଛୁ। କେବଳ ଚୟନ କମିଟି ନୁହଁ ଟିମ୍‌ ମ୍ୟାନେଜମେଣ୍ଟରେ ସମସ୍ତେ ଏ ନେଇ ସମାନ ମତ ପୋଷଣ କରିଥିଲେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ସେହିପରି ଶୁବମନଙ୍କୁ ଜଣେ ଓପନର ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯାଇଛି। ଦୁଇଟି ସ୍ଥାନ ପାଇଁ ସେ ବ୍ୟାକ୍‌ଅପ୍‌ ଖେଳାଳି ଭାବେ ଦାୟିତ୍ୱ ନିର୍ବାହ କରିବେ। ଖେଳ ଜାରି ରଖିଲେ ତାଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବ। ସେ ୩ଟି ଯାକ ଫର୍ମାଟରେ ଖେଳିବାର ଦକ୍ଷତା ରଖୁଛନ୍ତି ବୋଲି ପ୍ରସାଦ କହିଛନ୍ତି। ସେହିପରି ଯୁବ ଉଇକେଟକିପର ରିଷଭ ପନ୍ତ ଦଳରେ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ଅନ୍ତିମ ଏକାଦଶରେ ତାଙ୍କୁ ସ୍ଥାନ ନ ମଳିପାରେ। ତାଙ୍କ ବଦଳରେ ଅଭିଜ୍ଞ ରିଦ୍ଧିମାନ ଶାହଙ୍କୁ ସୁଯୋଗ ମିଳିପାରେ।
ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଯଥାକ୍ରମେ ପୁଣେରେ ୧୦ ଓ ରାଞ୍ଚିରେ ୧୯ ତାରିଖରୁ ଆରମ୍ଭ ହେବ। ଘରୋଇ ପରିବେଶ କାରଣରୁ ଉମେଶ ଯାଦବଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଭାରତୀୟ ପିଚ୍‌ରେ ସାଧାରଣତଃ ୨ଜଣ ଦ୍ରୁତ ବୋଲରଙ୍କୁ ଖେଳାଯାଇଥାଏ। ଏପରିସ୍ଥଳେ ଦଳରେ ୪ଜଣ ଦ୍ରୁତ ବୋଲରଙ୍କୁ ସାମିଲ ନ କରିବାକୁ ଚୟନ କମିଟି ନିଷ୍ପତ୍ତି ନେଇଛି।
ସେପ୍ଟେମ୍ବର ୨୬ ତାରିଖରୁ ବିଜୟନଗରମରେ ଆରମ୍ଭ ହେବାକୁ ଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ବୋର୍ଡ ସଭାପତି ଏକାଦଶର ନେତୃତ୍ୱ ନେବେ। ଓପନର ହିସାବରେ ସେ ଏହି ମ୍ୟାଚ୍‌ରେ ନିଜର ପରୀକ୍ଷା କରାଇବେ। ଦିନିକିଆ କ୍ରିକେଟରେ ଅତ୍ୟନ୍ତ ସଫଳ ପ୍ରଦର୍ଶନ କରିଥିବାରୁ ରୋହିତଙ୍କୁ ଟେଷ୍ଟରେ ମଧ୍ୟ ଓପନର ଦାୟିତ୍ୱ ଦେବାକୁ ଚୟନକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ଓପନର ହିସାବରେ ସେ ସଫଳ ହେବେ ବୋଲି ପ୍ରସାଦ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ରାହୁଲ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିବାରୁ ତାଙ୍କ ଉପରେ ଆମର ଭରସା ଅଛି। ତେବେ ଦୁର୍ବଳ ଫର୍ମ କାରଣରୁ ତାଙ୍କୁ ଦଳରୁ ବାଦ୍‌ ଦେବାକୁ ହେଲା। ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲେ ମଧ୍ୟ ସେ ଏହାର ଫାଇଦା ଉଠାଇ ପାରି ନ ଥିଲେ। ରାହୁଲ୍‌ ଏବେ ଘରୋଇ କ୍ରିକେଟ ଉପରେ ଧ୍ୟାନ ଦେଇ ଫର୍ମକୁ ଫେରିବାକୁ ପ୍ରୟାସ କରିବା ଉଚିତ। ପୂର୍ବରୁ ଜାତୀୟ ଦଳରୁ ବାଦ୍‌ ପଡିବା ପରେ ଭିଭିଏସ୍‌ ଲକ୍ଷ୍ମଣ ରଣଜୀ ଟ୍ରଫିରେ ୧୪୦୦ ରନ କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ ରାହୁଲ ଲକ୍ଷ୍ମଣଙ୍କ ପଥ ଅନୁସରଣ କରିବା ଉଚିତ ବୋଲି ସେ କହିଛନ୍ତି। ଟେଷ୍ଟ ଦଳ ସହ ଅଭ୍ୟାସ ମ୍ୟାଚ୍‌ ପାଇଁ ଚୟନ କମିଟି ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟ ଘୋଷଣା କରିଛି। ରୋହିତ ଏହି ଦଳରେ ନେତୃତ୍ୱ ନେବେ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ- ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ଉଇକେଟ- କିପର), ରିଦ୍ଧିମାନ ଶାହ (ଉଇକେଟ- କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା ଓ ଶୁବମନ ଗିଲ।
ବୋର୍ଡ ସଭାପତି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଚାଲ, ଅଭିମନ୍ୟୁ ଈଶ୍ୱରନ, କରୁନା ନାୟାର,ସିଦ୍ଧେଶ ଲାଡ, କେ.ଏସ୍‌. ଭରତ (ଉଇକେଟ କିପର), ଜଲାଜ ସାକସେନା, ଧର୍ମେନ୍ଦ୍ରସିନ ଜାଡେଜା, ଅଭେଶ ଖାଁ, ଇଶାନ ପୋରେଲ, ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri