ଥାନାରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ପଠାନଗୁଡା ଗାଁର ଅରୁଣ ହରିଜନ। ଅକ୍ଟୋବର ୫ ତାରିଖରେ ଜେଲରୁ ସେ ଜାମିନରେ ଆସିଛନ୍ତି। ଏକ ଲୁଟ ଘଟଣାରେ ଅରୁଣଙ୍କୁ ରବିବାର ନବରଙ୍ଗପୁର ପୋଲିସ ଗିରଫ କରିଥିଲା । ଯେ ହେତୁ ପାପଡାହାଣ୍ଡି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି ତେଣୁ ତାଙ୍କୁୁ ପାପଡାହାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା । ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ପରିସ୍ରା ଯିବାକୁ କହି ଅରୁଣ ବାହାରକୁ ଆସି ଫେରାର ହୋଇଯାଇଥିଲେ । ଅରୁଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଆଇଆଇସି ଲିମରାଜ ପ୍ରଧାନ କହିଛନ୍ତି। ପାପଡାହାଣ୍ଡି, ତାରାଗାଁ ଓ ସିଂଗସାରି ଥାନାରେ ଅରୁଣଙ୍କ ନାମରେ ପୂର୍ବରୁ ମାମଲା ରହିଛି । ପାପଡାହାଣ୍ଡି ଥାନାରେ ଶୌଚାଳୟ ସୁବିଧା ନ ଥିବାରୁ ଅଭିଯୁକ୍ତଙ୍କୁ କର୍ମଚାରୀମାନେ ବାହାରକୁ ନେବାକୁ ବାଧ୍ୟ ହେଉଛନ୍ତି । ଡାକ ବଙ୍ଗଳା ନିକଟରେ ନୂତନ ଥାନା ନିର୍ମାଣ ହୋଇଥିବା ସତ୍ତ୍ୱେ ସ୍ଥାନାନ୍ତରଣ କରାନଯାଇ ପୁରୁଣା ଥାନାରେ ହିଁ କାର୍ଯ୍ୟ କରାଯାଉଛି । ଅସରାଏ ବର୍ଷାରେ ଥାନା ଭିତରେ ପାଣି ଗଳୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri