ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି

ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଜିଡିପି କାର୍ଯ୍ୟାଳୟ ପକ୍ଷରୁ ଶନିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯୋଗ୍ୟ, ଗତ ସୋମବାର ଆଇଆଇସି ଥାନା ଭିତରେ ଉକ୍ତ ଅଭିଯୁକ୍ତଙ୍କୁ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲିଥିଲା। ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଜବାବ ତଲବ କରିଥିଲେ। କମିଶନ ଏସ୍‌ପିିଙ୍କଠାରୁ ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ। ୧୦ ହଜାର କ୍ଷତିପୂରଣ ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri