ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା ଦୀର୍ଘ ୪ ବର୍ଷ ଧରି ଏହି ସମସ୍ୟା ସମାଧାନର ବାଟ ଫିଟୁ ନାହିଁ। ଫଳରେ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯାଇ ପାରୁ ନାହିଁ ା ବ୍ଲକରେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ ବ୍ଲକର ଷ୍ଟାଫ କଲୋନୀ ଜମିଜମା ବିବାଦ ଭଳି ବିଭିନ୍ନ ପ୍ରସଙ୍ଗ ମିଳିତ ଜନଶୁଣାଣିରେ ସ୍ଥାନ ପାଇଥିଲା। ରବିବାର ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ ଗୃହରେ ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ମୋଟ ୧୮୦ ଅଭିଯୋଗ ଆସିଥିଲା। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଣ, ଜଙ୍ଗଲ, କୃଷି, ଶିଶୁ ସୁରକ୍ଷା, ବିଦ୍ୟୁତ, ମତ୍ସ୍ୟ, ଉଦ୍ୟାନ କୃଷି ,ଉନ୍ନୟନ, ଅବକାରୀ ବିଭାଗର ସମସ୍ୟାମାନ ସ୍ଥାନ ପାଇଥିଲା।
ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ବି. ଯୁଗଳ କିଶୋର କୁମାର, ବାଲେଶ୍ୱର ସିଡିଏମ୍‌ଓ ବାନାର୍ଜି ପ୍ରସାଦ ଛୋଟରାଏ, ନୀଳଗିରି ଉପଜିଲାପାଳ ହରୀଶ ଚନ୍ଦ୍ର ଜେନା, ବ୍ଲକ ଅଧ୍ୟକ୍ଷା ନିର୍ମଳା ବିଶ୍ୱାଳ, ବିଡିଓ ପୀତାମ୍ବର ଭୋଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ବ୍ଲକର ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ବନ୍ଦ ରହିବା ଓ ଷ୍ଟାଫ କଲୋନୀ ଜମିଜମା ବିବାଦ ପ୍ରସଙ୍ଗ ଉଠାଯିବାରୁ ଜିଲାପାଳ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ ା ଔପଦା ବଜାରରେ ବିସ୍ଥାପିତ ବ୍ୟବସାୟୀଙ୍କୁ କାହିଁକି ଥଇଥାନ କରାଯାଉନାହିଁ ବୋଲି ସଦର ତଳକିଆ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ସ୍ଥାନୀୟ ବ୍ୟବସାୟୀ ପ୍ରଶ୍ନ ଉଠାଇଥିଲେ ା ଔପଦା ବ୍ଲକ ଓ ନୀଳଗିରି ଏନଏସି ଅଞ୍ଚଳରେ ବର୍ଷାଭାବରୁ ଏଥର ଚାଷ ହୋଇ ନ ପାରି ଅନେକ ଜମି ପଡିଆ ପଡିଛି। ପ୍ରଶାସନ ପକ୍ଷରୁ ଏ ନେଇ ଠିକ୍‌ଭାବେ ସର୍ଭେ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ତୁରନ୍ତ ଏହାର ସାନି ସର୍ଭେ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା, ସିପିଆଇ ବରିଷ୍ଠ ନେତା କୈଳାସ ପଣ୍ଡା, ନିରଞ୍ଜନ ବାରିକ ଓ ଯୋଗାନନ୍ଦ ଦାଶ ପ୍ରମୁଖ ଦାବି କରିଥିଲେ ା
ମାନବିକତା ଦେଖାଇଲେ ପୋଲିସ ଅଧିକାରୀ
ବାଲେଶ୍ୱର ଜିଲା ଏସ୍‌ପି ବି. ଯୁଗଳ କିଶୋର କୁମାର ଔପଦା ଜନଶୁଣାଣି ଶିବିରରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆସି ପହଞ୍ଚିଥିଲେ। ସେ ଶିବିରକୁ ଆସୁଥିବା ବେଳେ ୧୬ ନଂ. ଜାତୀୟ ରାଜପଥ ଦାଣ୍ଡହରିପୁର ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅସହାୟ ଅବସ୍ଥାରେ ପଡିରହିଥିବା ବାପ ଓ ଝିଅଙ୍କୁ ଦେଖି ଅଟକିଥିଲେ। ମାନବିକତା ଦୃଷ୍ଟିକୋଣରୁ ଏସ୍‌ପି ନିଜ ଗାଡିରେ ସେମାନଙ୍କୁ ନେଇ ସୋର ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏହି କାରଣରୁ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିବାରେ ତାଙ୍କର ବିଳମ୍ବ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri