ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା ଦୀର୍ଘ ୪ ବର୍ଷ ଧରି ଏହି ସମସ୍ୟା ସମାଧାନର ବାଟ ଫିଟୁ ନାହିଁ। ଫଳରେ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରାଯାଇ ପାରୁ ନାହିଁ ା ବ୍ଲକରେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ ବ୍ଲକର ଷ୍ଟାଫ କଲୋନୀ ଜମିଜମା ବିବାଦ ଭଳି ବିଭିନ୍ନ ପ୍ରସଙ୍ଗ ମିଳିତ ଜନଶୁଣାଣିରେ ସ୍ଥାନ ପାଇଥିଲା। ରବିବାର ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ ଗୃହରେ ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ମୋଟ ୧୮୦ ଅଭିଯୋଗ ଆସିଥିଲା। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଣ, ଜଙ୍ଗଲ, କୃଷି, ଶିଶୁ ସୁରକ୍ଷା, ବିଦ୍ୟୁତ, ମତ୍ସ୍ୟ, ଉଦ୍ୟାନ କୃଷି ,ଉନ୍ନୟନ, ଅବକାରୀ ବିଭାଗର ସମସ୍ୟାମାନ ସ୍ଥାନ ପାଇଥିଲା।
ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ବି. ଯୁଗଳ କିଶୋର କୁମାର, ବାଲେଶ୍ୱର ସିଡିଏମ୍‌ଓ ବାନାର୍ଜି ପ୍ରସାଦ ଛୋଟରାଏ, ନୀଳଗିରି ଉପଜିଲାପାଳ ହରୀଶ ଚନ୍ଦ୍ର ଜେନା, ବ୍ଲକ ଅଧ୍ୟକ୍ଷା ନିର୍ମଳା ବିଶ୍ୱାଳ, ବିଡିଓ ପୀତାମ୍ବର ଭୋଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ବ୍ଲକର ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ବନ୍ଦ ରହିବା ଓ ଷ୍ଟାଫ କଲୋନୀ ଜମିଜମା ବିବାଦ ପ୍ରସଙ୍ଗ ଉଠାଯିବାରୁ ଜିଲାପାଳ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ ା ଔପଦା ବଜାରରେ ବିସ୍ଥାପିତ ବ୍ୟବସାୟୀଙ୍କୁ କାହିଁକି ଥଇଥାନ କରାଯାଉନାହିଁ ବୋଲି ସଦର ତଳକିଆ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ସ୍ଥାନୀୟ ବ୍ୟବସାୟୀ ପ୍ରଶ୍ନ ଉଠାଇଥିଲେ ା ଔପଦା ବ୍ଲକ ଓ ନୀଳଗିରି ଏନଏସି ଅଞ୍ଚଳରେ ବର୍ଷାଭାବରୁ ଏଥର ଚାଷ ହୋଇ ନ ପାରି ଅନେକ ଜମି ପଡିଆ ପଡିଛି। ପ୍ରଶାସନ ପକ୍ଷରୁ ଏ ନେଇ ଠିକ୍‌ଭାବେ ସର୍ଭେ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ତୁରନ୍ତ ଏହାର ସାନି ସର୍ଭେ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା, ସିପିଆଇ ବରିଷ୍ଠ ନେତା କୈଳାସ ପଣ୍ଡା, ନିରଞ୍ଜନ ବାରିକ ଓ ଯୋଗାନନ୍ଦ ଦାଶ ପ୍ରମୁଖ ଦାବି କରିଥିଲେ ା
ମାନବିକତା ଦେଖାଇଲେ ପୋଲିସ ଅଧିକାରୀ
ବାଲେଶ୍ୱର ଜିଲା ଏସ୍‌ପି ବି. ଯୁଗଳ କିଶୋର କୁମାର ଔପଦା ଜନଶୁଣାଣି ଶିବିରରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆସି ପହଞ୍ଚିଥିଲେ। ସେ ଶିବିରକୁ ଆସୁଥିବା ବେଳେ ୧୬ ନଂ. ଜାତୀୟ ରାଜପଥ ଦାଣ୍ଡହରିପୁର ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅସହାୟ ଅବସ୍ଥାରେ ପଡିରହିଥିବା ବାପ ଓ ଝିଅଙ୍କୁ ଦେଖି ଅଟକିଥିଲେ। ମାନବିକତା ଦୃଷ୍ଟିକୋଣରୁ ଏସ୍‌ପି ନିଜ ଗାଡିରେ ସେମାନଙ୍କୁ ନେଇ ସୋର ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏହି କାରଣରୁ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିବାରେ ତାଙ୍କର ବିଳମ୍ବ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri