ତ୍ୟାଗ, ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଗୋପବନ୍ଧୁ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ ଦୁଃଖୀଦରିଦ୍ରଙ୍କ ସେବା କରିବାକୁ ଆଗେଇ ଆସିଥିଲେ। ଓଡ଼ିଶାର ସ୍ବାର୍ଥ, ଓଡ଼ିଆ ଭାଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗ୍ରାମ କରିବା ସହ ଦେଶର ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କ ପ୍ରଦର୍ଶିତ ସେବା, ତ୍ୟାଗ ଓ ଆଦର୍ଶର ଚଲାପଥରେ ଚାଲିବାକୁ ଆଜିର ଯୁବପିଢ଼ି ଓ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ଜଳସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ବୁଧବାର ସୂଚନା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୨ତମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ କହିଥିଲେ, ଶିକ୍ଷାଠାରୁ ରାଜନୀତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଗୋପବନ୍ଧୁ ଓଡ଼ିଶାର ନେତୃତ୍ୱ ନେଇଥିଲେ। ଗୋପବନ୍ଧୁଙ୍କ ଜୀବନ ଓ ଆଦର୍ଶ ସଂପର୍କରେ ଅଧିକରୁ ଅଧିକ ଆଲୋଚନା ହେଲେ ତାଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଓଡ଼ିଶାର ବିକାଶ ପଥରେ ସମସ୍ତେ ସାମିଲ ହୋଇପାରିବେ ବୋଲି ମନ୍ତ୍ରୀ ଦାସ କହିଥିଲେ।
ଉତ୍ସବରେ ସମ୍ମାନିତ ଅତିଥିଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କହିଥିଲେ, ଗୋପବନ୍ଧୁଙ୍କ ପାଇଁ ଆଜି ସତ୍ୟବାଦୀ ବିଶ୍ୱ ଦରବାରରେ ପରିଚିତ। ବନ୍ୟାରେ ଭୋକ ଉପାସରେ ରହୁଥିବା ଗରିବ ଲୋକମାନଙ୍କ ପାଇଁ ଚୁଡ଼ା,ଚାଉଳ ଭିକ୍ଷା କରି ବାଣ୍ଟୁଥିବା ଗୋପବନ୍ଧୁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ହେବାକୁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ଉତ୍କଳମଣିଙ୍କ ସ୍ବାଧୀନତା ସଂଗ୍ରାମ, ଦୁଃସାହସିକ ଜୀବନଯାତ୍ରାର କାହାଣୀ ସଂପର୍କରେ ବିଶଦଭାବେ ଆଲୋଚନା କରିଥିଲେ। ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ସମାଜ ସଂସ୍କାର ଆଦି କ୍ଷେତ୍ରରେ ସେ ଯେଉଁ ଉଲ୍ଲେଖନୀୟ ଅବଦାନ ଦେଇଯାଇଛନ୍ତି, ତାହା ଯୁଗ ଯୁଗ ଧରି ଓଡ଼ିଆ ଜାତି ଓ ଦେଶକୁ ପ୍ରେରଣା ଯୋଗାଉଥିବ ବୋଲି ସେ କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିବା ପରେ କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଓ ଭଜନ ପରିବେଷଣ କରାଯାଇଥିଲା। ସକାଳେ ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri