ତ୍ରୟୋଦଶ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୨୬ା୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ତନ୍ତ୍ରପୀଠ ଚଉଷଠି ଯୋଗିନୀଙ୍କ ପୀଠରେ ଆୟୋଜିତ ତ୍ରୟୋଦଶ ଅନ୍ତର୍ଜାତୀୟ ଯୋଗିନୀ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଓ ବାଲିଅନ୍ତା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟଅତିଥି ଭାବେ ସଂସ୍କୃତ ବିଭାଗର ସଚିବ ଆଇଆର୍‌ଏସ୍‌ ମନୋରଞ୍ଜନ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଚଳିତବର୍ଷର ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରଶାନ୍ତ କୁମାର ବାରିକ ଓ ନୃତ୍ୟଶିଳ୍ପୀ ମଧୁମିତା ନାୟକ ‘ପ୍ରକୃତି ପୁରୁଷ’ ପରିବେଷଣ କରିଥିଲେ। ପରେ ପଦ୍ମଶ୍ରୀ ମହାନ୍ତି ଏକକ ଓଡ଼ିଶୀ ନୃତ୍ୟ କରିଥିଲେ, ଯାହା ଦର୍ଶକଙ୍କୁ ବିମୋହିତ କରିପାରିଥିଲା। ପରେ ନୂଆଦିଲ୍ଲୀର ଜୟନ୍ତୀଳା ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଗୁରୁ ମଧୁମିତା ରାଉତ ଓ ସାଥୀ ଓଡ଼ିଶୀ ନୃତ୍ୟ କରିଥିଲେ। ପରେ ଭିଲାଇରୁ ଆସିଥିବା ନୃତ୍ୟାଙ୍ଗନା ରାକ୍ଷୀ ରାଏ ଭାରତନାଟ୍ୟମ୍‌ ପରିବେଷଣ କରିଥିଲେ। ଶେଷରେ ଗୁରୁ ଉଚ୍ଛବ ଦାସଙ୍କ ଦଳ ଘୋଡ଼ା ନାଚ ପରିବେଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ ତ୍ରିପାଠୀ ମଞ୍ଚାସୀନ ଥିଲେ। ଅନୁଷ୍ଠାନ ପକ୍ଷରୁ ଅଧ୍ୟାପକ ଡ.କାଳନ୍ଦୀଚରଣ ସାହୁଙ୍କ ସମ୍ପାଦନରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ତିନିଦିନ ଧରି ମହୋତ୍ସବକୁ ସଭାପତି ଅଧ୍ୟାପକ ଡ.ରଜନୀ ରଞ୍ଜନ, ସମ୍ପାଦିକା ଗୁରୁ ପ୍ରତିଭା ପଣ୍ଡା, ରୁନା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ଏହାସହ ଯୋଗିନୀ ପୀଠରେ ନୃତ୍ୟ ପ୍ରତିଭା ପକ୍ଷରୁ ଏକ କବିତା ଆସର ଆୟୋଜନ ହୋଇଥିଲା। ଏଥିରେ ଚଳିତବର୍ଷର ସୁରେଶ ବଳବନ୍ତ ରାଏ ସ୍ମାରକୀ ସାହିତ୍ୟ ସମ୍ମାନ ଭାବେ କବି ହରିପ୍ରସାଦ ଦାଶଙ୍କୁ ଓ ଯୁବ ସାହିତ୍ୟ ଭାବେ ଇପ୍‌ସିତା ଷଡଙ୍ଗୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରଜନୀ ରଞ୍ଜନଙ୍କ ‘ପ୍ରଜାପତିର ଡେଣା’, ପୂର୍ଣ୍ଣ ମହାରଣାଙ୍କ ‘ଫୁଲରାତି’ ଓ ସ୍ବର୍ଣ୍ଣଲତା ପତିଙ୍କ ‘ଆଲୋକ ଅନ୍ଧାର ଓ ମୁଁ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଏହି କବିତା ଆସରରେ ୫୦ରୁ ଊର୍ଦ୍ଧ୍ୱ କବି ପାଠ କରିଥିଲେ। ବରିଷ୍ଠ କବି ଓ କଥାକାର ଅଜୟ ସ୍ବାଇଁ ଓ ଅଧ୍ୟାପକ ଡ. ରଜନୀ ରଞ୍ଜନ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଅଘଟଣ, ଖେଳୁଥବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri