ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗିପଡିଛନ୍ତି। ଏହି ପୂଜା ଦୌଡରେ ନିଜକୁ ସାମିଲ କରିଛି ମାଲଗୋଦାମ ପୂଜା କମିଟି। କିଛିବର୍ଷ ପୂର୍ବେ ଲାଲକିଲ୍ଲା ଆକୃତିର ତୋରଣ ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ଏହି ପୂଜା କମିଟି ଚଳିତବର୍ଷ ଷ୍ଟାଚ୍ୟୁ ଅଫ ଲିବର୍ଟି ଆକୃତିର ତୋରଣ ନିର୍ମାଣ କରୁଛି। ଏହି ତୋରଣକୁ ନିର୍ମାଣ କରିବା ପାଇଁ କଲିକତାରୁ କାରିଗର ଆସିଛନ୍ତି। ଫାଇବରର ଷ୍ଟାଚ୍ୟୁ ଏବଂ ପ୍ଲାଏ ବ୍ୟବହାର କରି କଲିକତାର କାରିଗରମାନେ ଏହି ତୋରଣ ନିର୍ମାଣ କାମ ଜାରି ରଖିଛନ୍ତି। ଏହାର ଉଚ୍ଚତା ୬୫ ଫୁଟ ଓ ଚଉଡା ୨୪ ଫୁଟ ରହିଛି। ଏହି ତୋରଣ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପୂଜା କମିଟି କର୍ମକର୍ତ୍ତମାନେ ଆଶା ରଖିଛନ୍ତି।
୧୯୫୨ ଠାରୁ ଏହି କମିଟି ପୂଜା ପାଳନ କରିଆସୁଛି। ପ୍ରଥମେ ଏକ ଚାଳଘରେ ହରପାର୍ବତୀଙ୍କ ପ୍ରତିମା ପୂଜା କରାଯାଉଥିଲା। ୧୯୮୩ରେ କମିଟିର ଏକ ସ୍ଥାୟୀ ପୂଜା ମଣ୍ଡପ ଏଠାରେ ନିର୍ମାଣ କରାଯାଇଥିଲା। ୧୯୯୬ରେ ମାଲଗୋଦାମ ପୂଜା ମଣ୍ଡପକୁ ସଲଗ୍ନ ଥିବା ଖାଲି ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିଲା। ପରେ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରାଗଲା। ଏହି ମଣ୍ଡପରେ ହରପାର୍ବତୀଙ୍କ ପ୍ରତିମା ସହିତ ଗଣେଶ, ଗଜଲକ୍ଷ୍ମୀ ଏବଂ କାର୍ତ୍ତିକେଶ୍ୱରଙ୍କୁ ମଧ୍ୟ ପୂଜା କରାଯାଏ। ହରପାର୍ବତୀଙ୍କ ପାଖରେ ସ୍ବତନ୍ତ୍ର ଭାବେ ଲଡୁ ଭୋଗ କରାଯାଏ। ମୂର୍ତ୍ତି ଓ ମେଢ ନିର୍ମାଣ ପାଇଁ ବିଡାନାସୀର ସୁବାସ ଚନ୍ଦ୍ର ପରିଡା ଏବଂ ରାମଚନ୍ଦ୍ର ରଣା ଦାୟିତ୍ୱ ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୫ ଫୁଟ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଆକର୍ଷଣୀୟ ଆଲୋକ ସଜାଯିବା ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ମାଲଗୋଦାମ ଅଞ୍ଚଳ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ଦିଗରେ ଧ୍ୟାନ ଦିଆଯିବ। ଶ୍ରଦ୍ଧାଳୁମାନେ ଧାଡିରେ ଆସି ମା’ଙ୍କୁ ଦର୍ଶନ କରିପାରିବେ। ମହାସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭସାଣି ପାଇଁ କମିଟି ପକ୍ଷରୁ ପ୍ରଚେଷ୍ଟା କରାଯିବ।
-କୈଳାସ ଚନ୍ଦ୍ର ପାତ୍ର,
ପୂଜା କମିଟି ସଭାପତି
ଚଳିତବର୍ଷ ପାଇଁ ବଜେଟ ପ୍ରାୟ ୧୭ ଲକ୍ଷ ଟଙ୍କା ରହିଛି। ମୋଟ୍‌ ୬ଟି ଗେଟ୍‌ର ବ୍ୟବସ୍ଥା ରହିଛି। ସୁନ୍ଦର ସାଜସଜ୍ଜା ଆମର ମୁଖ୍ୟ ଲକ୍ଷ୍ୟ।
– ସୟଦ ନିଜାମୁଦ୍ଦିନ ଅହମ୍ମଦ,
ପୂଜା କମିଟି ସାଧାରଣ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri