ତୋର ମୋର ଭାବ

ପାଠପଢୁଥିବା ୨ ଜଣ କିଶୋରୀ ହଠାତ୍‌ ଉଭାନ ହୋଇଗଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କଲେ। ସେମାନଙ୍କ ସନ୍ଧାନ ମିଳିଲାନାହିଁ। ଥାନାରେ ଏତଲା ଦିଆଗଲା। ୨ ଦିନ ପରେ ଏକ ରେଳଷ୍ଟେଶନରେ ସନ୍ଦେହଜନକଭାବେ ପୋଲିସ ସେମାନଙ୍କୁ ଠାବକଲା। ସେମାନଙ୍କୁ ଫେରାଇଆଣିବା ପରେ ଯାହା ତଥ୍ୟ ମିଳିଲା ବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ସମସ୍ତଙ୍କୁ ଚକିତକଲା। ସମଲିଙ୍ଗୀ ଆକର୍ଷଣ ହେତୁ ପରସ୍ପରକୁ ଗଭୀର ଭଲ ପାଉଛନ୍ତି ଦୁହେଁ ଦୁହିଁଙ୍କୁ। ଆଉ ସମାଜ ଏହି ସମ୍ପର୍କକୁ ସ୍ବୀକୃତି ଦେବ ନାହିଁ ବୋଲି ଆବାସିକ ପରିବେଶଠାରୁ ଦୂରେଇଯାଇ ନୂଆ ଏକ ପରିବେଶରେ ବଞ୍ଚିବାକୁ ସେମାନେ ଏଭଳି ଉଦ୍ୟମ କରିଛନ୍ତି। ସେହିପରି ଆଉ ଏକ ଆବାସିକ ବିଦ୍ୟାଳୟର ଘଟଣା। ଜଣେ କିଶୋରୀ ନିଜର ହାତର କଚଟି ପାଖ କାଟିଦେଲେ। ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଗଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସନ୍ଦେହ ଗଲା ପ୍ରେମସମ୍ପର୍କ ଆଡ଼କୁ। ସେ କିନ୍ତୁ କିଛି କହୁ ନ ଥାନ୍ତି। ତାଙ୍କ ସହପାଠିନୀଗଣଙ୍କୁ ପଚରାଉଚୁରା ପରେ ଜଣାପଡ଼ିଲା ସେ ଆଉ ଜଣେ ଝିଅକୁ ଭଲ ପାଉଛନ୍ତି ଗାଁରେ। ତାଙ୍କ ସହ ଦେଖାହେବା ସମ୍ଭବ ହୋଇପାରୁନାହିଁ। ଏହି କାରଣରୁ ମାନସିକ ଅଶାନ୍ତି ହୋଇ ସେ ନିଜ କଚଟିକୁ କାଟି ଦେଇଛନ୍ତି। ଏସବୁ ଘଟଣା ବର୍ତ୍ତମାନ ବଦଳୁଥିବା ପରିସ୍ଥିତିର ଏକ ନମୁନା। କିଶୋର ଅବସ୍ଥାରେ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ରହିବା ସ୍ବାଭାବିକ କଥା। ନିଜ ମନରେ ଉଠୁଥିବା କୌତୂହଳକୁ ନେଇ ବିପଥଗାମୀହେବାର ସମ୍ଭାବନା ଅଧିକ। ଯୌନ ଆକର୍ଷଣ ରହିବ। ଏଇ ସମୟରେ ପୁଅ ଓ ଝିଅଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ିଉଠେ। କିଶୋର ବୟସର ପ୍ରେମ ଅନେକ ସମୟରେ ବାଟବଣାକରେ। ଅଧ୍ୟୟନରେ ବ୍ୟାଘାତ ସୃଷ୍ଟିକରେ। କିନ୍ତୁ ଜଳବାୟୁ ପରିବର୍ତ୍ତନ ହେତୁ ଏହାର ପ୍ରଭାବ ସମାଜରେ ଅନୁଭୂତ ହେଲାଣି। ଖାଦ୍ୟରୁଚିରେ ପରିବର୍ତ୍ତନ , ଜଳବାୟୁର ପ୍ରଭାବ ଓ ବଦଳୁଥିବା ପରିବେଶ ଓ ପରିସ୍ଥାନ ହେତୁ କିଶୋର ଓ କିଶୋରୀଙ୍କ ଶାରୀରିକ ଓ ମାନସିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୧୦/୧୧ବର୍ଷର ଝିଅ ରଜସ୍ବଳା ହେଉଛନ୍ତି। ତଜ୍ଜନିତ ବ୍ୟବହାର, ଚାଲିଚଳଣରେ ବି ପରିବର୍ତ୍ତନ ହେଉଛି। ସମୟର ଢେର ପୂର୍ବରୁ ଯୌବନ ପ୍ରାପ୍ତି ଅହେତୁକ ଆହ୍ବାନର ସାମ୍ନାକରିବାକୁ ପଡୁଛି ଆଜିର କୋମଳମତି ବାଳିକାମାନଙ୍କୁ।
ଘରେ ଓ ବାହାରେ ସେମାନଙ୍କ ପ୍ରତି ଭିନ୍ନ ଆଚରଣ ମନରେ ଅନେକ ଭାବାନ୍ତର ସୃଷ୍ଟିକରୁଛି। ସେହିପରି ବୈଷୟିକ ବିପ୍ଲବ ଏବଂ ସହଜ ସୁଲଭଭାବେ ମିଳୁଥିବା ଇଣ୍ଟରନେଟ୍‌ କିଶୋର ମନକୁ ଚହଲାଇଦେଉଛି। ଅନ୍‌ଲାଇନ କ୍ଲାସ୍‌ ନାମରେ ହାତରେ ମୋବାଇଲ। ବିଳମ୍ବିତ ରାତିଯାଏ ଚାଟିଂରେ ବ୍ୟସ୍ତ। ଅନେକ ଗ୍ରୁପ୍‌ର ସଦସ୍ୟ। ୟୁଟ୍ୟୁବରୁ ଯାବତୀୟ ଭିଡିଓ ବ୍ରାଉଜିଂ। ବିଦ୍ୟାଳୟରେ ସେସବୁ ନେଇ ଚର୍ଚ୍ଚା। ଛୋଟ ଛୋଟ ଗ୍ରୁପ୍‌ ହୋଇ ଅନାଲୋଚିତ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ଏବଂ ସହପାଠୀ/ସହପାଠିନୀମାନଙ୍କୁ ତୀର୍ଯ୍ୟକ ଭାଷା ପ୍ରୟୋଗ। ଶିଶୁମାନେ ଯାହା ଜାଣିବା ଅନୁଚିତ ସେସବୁ ସେମାନେ ବୟସର ଢେର ପୂର୍ବରୁ ଜ୍ଞାନ ହାସଲକରୁଛନ୍ତି। ତା’ପରେ ସେମାନଙ୍କ ସନ୍ଦେହ ଚକ୍ଷୁ ଆନମନା ହେଉଛି। ଖସଡ଼ାବାଟରେ ଚାଲିବା ହେତୁ ଗୋଡ଼ଖସିବା ଯଥେଷ୍ଟ ସମ୍ଭାବନା ରହୁଛି।
ପିତାମାତାମାନେ ନିଜ ବୃତ୍ତିପ୍ରବୃତ୍ତି ଭିତରେ ବ୍ୟସ୍ତ। ସେମାନେ ନିଜ ରୋଜଗାର ଅପେକ୍ଷା ନିଜ ସନ୍ତାନସନ୍ତତିକୁ ନେଇ ବହୁ ଚିନ୍ତିତ। ପିଲାଟି ପାଠଶାଠ ପଢ଼ି ଚାକିରିବାକିରି କରିବ କେମିତି ବୋଲି ଯେତିକି ଚିନ୍ତା ନାହିଁ ବଡ଼ହୋଇ ଠିକ୍‌ମାର୍ଗରେ କେମିତି ଚାଲିବ ସେଥିନେଇ ବେଶି ଚିନ୍ତା। ଆଜିର ଅଧିକାଂଶ ଛୁଆ ଭଲ ପଢୁଛନ୍ତି। ପ୍ରତିଯୋଗିତାମୟ ଦୁନିଆରେ ନିଜକୁ ସାମିଲକରୁଛନ୍ତି। ବହୁ ଉତ୍କର୍ଷ ଫଳାଫଳ ରଖୁଛନ୍ତି। ଗୋଟିଏ ବୋଲି ସନ୍ତାନ ପ୍ରତି ଅଧିକ ଦୃଷ୍ଟିରହୁଛି ପିତାମାତଙ୍କର। ବଡ ହେଲେ ଚାକିରି ନ ପାଇଲେ ବି ଯେମିତି ହେଉ ରୋଜଗାର କରିପାରିବେ ବୋଲି ପିତାମାତାଙ୍କ ମନରେ ଦମ୍ଭପଣ ରହିଛି। ନତୁବା ବାପାମାଆ ସାଇତି ରଖିଥିବା ସମ୍ପତ୍ତିକୁ ନେଇ ଚଳିଯିବ ବୋଲି ଗୋଟେ ଧାରଣା ରହିଛି ଅଧିକାଂଶ ପିତାମାତାଙ୍କର। କିନ୍ତୁ ପିଲାଟି ଭଲ ମଣିଷ ହେବ କି ନାହିଁ ସେଥିନେଇ ମନରେ ସବୁବେଳେ ଦ୍ୱନ୍ଦ୍ୱ ରହୁଛି। ଜୀବନପଥରେ ପଥଭ୍ରଷ୍ଟ ହୋଇଯିବ, ନିଶାଖୋର ହୋଇଯିବ, ପିତାମାତାଠାରୁ ଦୂରେଇଯିବ, ପରିଣତ ବୟସର ବାପାମାଆଙ୍କୁ ହତାଦର କରିବା ଭଳି ଅନେକ ଆଶଙ୍କା ଭିତରେ ପିତାମାତା ଜୀବନକାଳ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି। ଛୋଟବେଳୁ ପିତାମାତାଙ୍କ ପ୍ରତି ଅରୁଚିକର ବ୍ୟବହାରରେ ସନ୍ତୁଳିହେଉଛନ୍ତି ବହୁ ପିତାମାତା। ଭାବରେ ପରିବର୍ତ୍ତନ ଆସିଛି। ଗୁରୁଜନ ଓ ଲଘୁଜନ ପ୍ରତି ଯେମିତି ସମ୍ମାନବୋଧ ରହିବା କଥା ସେସବୁ ଆଉ ଦେଖିବାକୁ ମିଳୁନାହିଁ। ସୌଜନ୍ୟତା ପ୍ରକଟକରିବା ଗୁଣ ପିଲାଙ୍କ ଭିତରେ ସରିସରି ଆସୁଛି। ଅପରନ୍ତୁ ଅନ୍ୟ ସମ୍ପର୍କର ମୋହରେ ତୋର ମୋର ଭାବରେ ସେମାନେ ବ୍ୟସ୍ତ ରହୁଛନ୍ତି। ଏହି କାରଣରୁ ସ୍ବଳ୍ପ ବୟସରୁ ପିଲାଙ୍କ ଭିତରେ ପୁଅ ଓ ଝିଅ ସାଙ୍ଗ ବଢୁଛି। ନିଜ ନିଜ ଭିତରେ ସେମାନଙ୍କ ମଧ୍ୟରେ ଗୋଟେ ଆକର୍ଷଣ ବଢୁଛି। ସେହି ଆକର୍ଷଣ ପରବର୍ତ୍ତୀ ସମୟରେ ପ୍ରେମସମ୍ପର୍କରେ ପରିଣତ ହେଉଛି। କିଶୋର ବୟସ୍କଙ୍କ ସେ କେବେ ପୁଣି ସମଲିଙ୍ଗୀ ହୋଇଯାଉଛି ତାହା ସେମାନେ ଆକଳନ କରିପାରୁ ନାହାନ୍ତି। ପୋଷାକ ପରିଚ୍ଛଦ, ଚାଲିଚଳଣ, କେଶକଟା ଷ୍ଟାଇଲ, କଥାଭାଷାରେ ବି ବ୍ୟାପକ ପରିବର୍ତ୍ତନ ହୋଇଛି। ଗୋଟେ ଜଟିଳ ପରିସ୍ଥିତି ଦେଇ ସମାଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଗତିକରୁଛନ୍ତି। ଗୁରୁଜୀଗୁରୁମା’ମାନେ ଆକଟକଲେ ଚତୁରତାର ସହ ସେମାନଙ୍କ ବିରୋଧରେ ଭିନ୍ନ ଅଭିଯୋଗ ଆଣୁଛନ୍ତି ପିଲାମାନେ। ସେସବୁକୁ ନେଇ ଇସ୍ୟୁ କରାଯାଉଛି। ବିଚରା ଶିକ୍ଷକଶିକ୍ଷିକାଙ୍କ ଚାକିରି ଉପରେ ପ୍ରଶ୍ନବାଚୀ ସୃଷ୍ଟିହେଉଛି। ଏହି କାରଣରୁ ଅନେକ ଶିକ୍ଷକଶିକ୍ଷୟିତ୍ରୀ ନିଜ ସୀମା ଭିତରେ ରହିବାକୁ ପସନ୍ଦ କରୁଛନ୍ତି। ନିଜର ବୃତ୍ତିଗତ ବ୍ୟସ୍ତତା ସତ୍ତ୍ୱେ ପିତାମାତାମାନେ ପିଲାଙ୍କ ଉପରେ ନଜର ରଖିବା ଆବଶ୍ୟକ।
ଇନ୍ଦିରାନଗର, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri