ତୈଳ ଶିଳ୍ପର ସଙ୍କଟ ବଢୁଛି

ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ତେଲ ରଖିବାକୁ ଏବେ ଜାଗା ନ ଥିବା ବେଳେ ଉତ୍ପାଦନ ଜାରି ରହିଥିବାରୁ ଏହାକୁ କେଉଁଠାରୁ ରଖିବେ ସେ ନେଇ ଉତ୍ପାଦନକାରୀ ବେଶି ଚିନ୍ତିତ ହୋଇପଡିଛନ୍ତି। ଏଣୁ ପେଟ୍ରୋଲିୟମ ଶିଳ୍ପରେ ଏବେ ଅନିଶ୍ଚିତତା ବଢୁଥିବା ଶିଳ୍ପ ବିଶେଷଜ୍ଞ କହିଛନ୍ତି। କରୋନା ଏବେ ସାରା ବିଶ୍ୱକୁ କବଳିତ କରିଥିବାରୁ ଶଟ୍‌ଡାଉନ ପାଇଁ କଳକାରଖାନା ବନ୍ଦ ହୋଇଛି। ଲକ୍‌ଡାଉନ ସ୍ଥିତି ଲାଗି ରହିଲେ ଶିଳ୍ପର ଅବସ୍ଥା ଆହୁରି ବିଗିଡିବ ବୋଲି ବିଶେଷଜ୍ଞ ଆଶଙ୍କା କଲେଣି।
ଏହି ଶିଳ୍ପରେ ଉତ୍ପାଦନ କମିଲେ ଏହାର ପ୍ରଭାବ ସିଧାସଳଖ ନିଯୁକ୍ତି, କମ୍ପାନୀ, ବ୍ୟାଙ୍କ ଏବଂ ସ୍ଥାନୀୟ ଅର୍ଥ ବ୍ୟବସ୍ଥାଗୁଡିକ ଉପରେ ପଡିବ। କମ୍ପାନୀଗୁଡିକ କର୍ମଚାରୀଙ୍କୁ ଛଟେଇ କରିବା ସହ ରିଫାଇନେରିଗୁଡିକ କିଛିଦିନ ବନ୍ଦ କରିବାକୁ ପଡିବ। ଓପେକ ଏବଂ ଏହାର ସହଯୋଗୀ ଦେଶ ସମୂହ ଉତ୍ପାଦନ ହ୍ରାସ କରିବା ଲାଗି ରାଜି ହୋଇଥିଲେ ଏହା ପରେ ଉଭୟ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ଏବଂ ବ୍ରେଣ୍ଟ ଅଶୋଧିତ ତେଲ ରେକର୍ଡ ସ୍ତରର ହ୍ରାସ ହୋଇଥିଲା। ଆମେରିକାରେ ଉତ୍ପାଦିତ ଅଶୋଧିତ ତେଲ ଦର ନକାରାତ୍ମକ ସ୍ଥିତିକୁ ଚାଲିଯାଇଛି। ଗତ କିଛିଦିନ ମଧ୍ୟରେ ଆମେରିକାର ପ୍ରମୁଖ ତୈଳ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଉତ୍ପାଦନ ୪୦% କମାଇ ଦେଇଛନ୍ତି। ତେଲ କମ୍ପାନୀଗୁଡିକ ୬ ହଜାର ତେଲ କୂପ ବନ୍ଦ କରିଦେଇଛନ୍ତି। ଫଳରେ ଆମେରିକା ଉତ୍ପାଦନ କରୁଥିବା ମୋଟ ତେଲରୁ ଦୈନିକ ୪ ଲକ୍ଷ ବ୍ୟାରେଲ ବା ୩୦% ଖସିଛି। ଆଫ୍ରିକା, ଭିଏତନାମ ଏବଂ ବ୍ରାଜିଲ ଭଳି ଦେଶ ସମାନ ନୀତି ଆପଣାଇବାକୁ ଯାଉଛନ୍ତି। ଓପେକ ଦେଶଗୁଡିକ ମଧ୍ୟ ଉତ୍ପାଦନ ପ୍ରାୟ ୨୦% କମ୍‌ କଲେ। ଏଭଳି ସ୍ଥିତିରେ ଆଗାମୀ ଦିନରେ ରିଫାଇନେରିଗୁଡିକ ଶଟ୍‌ଡାଉନ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri