ତେଲେଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଅନୁମତି ଦେଲାନି ପ୍ରଶାସନ

ମାଲକାନଗିରି,୧୬ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି କାମ କରିବା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ କରୋନା ଯୋଗୁ ଚିକିତ୍ସା ସେବା ନ ପାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଗ୍ରାମର ବାସୁଦେବ କୁରାମୀଙ୍କ ସହ ମୋଟ୍‌ ୯ଜଣ ଗତ ୩ ମାସ ହେଲା ତେଲେଙ୍ଗାନା ରାଜ୍ୟର ସୀତାପେଟାଠାରେ କାମ କରିବାକୁ ଯାଇଥିଲେ। ତେବେ ହଠାତ୍‌ ବାସୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ନିକଟସ୍ଥ ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି କରିବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟି ନ ଥିଲା। ପରେ ନିଜ ଗ୍ରାମକୁ ଆସିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏକ ପୁରୁଣା ମୋଟରସାଇକେଲ କିଣିଥିଲେ। ପରେ ମୋଟରସାଇକେଲରେ ନିଜ ଗ୍ରାମକୁ ଫେରିବାକୁ ମଧ୍ୟ ଅନୁମତି ମିଳିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଆଣିବା ବେଳେ ମାଲକାନଗିରି ଜିଲା ମୋଟୁ ପ୍ରବେଶ ପଥ ଦେଇ ଆଣିବାକୁ ଅନୁମତି ମିଳି ନ ଥିଲା ା ତେଣୁ ବାଧ୍ୟ ହୋଇ ଚିତ୍ରକୋଣ୍ଡା ଦେଇ ଅଧିକ ୬୨ କିମି ବାଟ ଦେଇ ଆସିବାକୁ ପଡ଼ିଥିଲା ବୋଲି ସହକର୍ମୀ ଶ୍ରମିକ ମେଘନାଥ ଡୁରୁକା ଓ ପ୍ରଦୀପ ଦୋରା ଅଭିଯୋଗ କରିଛନ୍ତି। ପରେ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଶନିବାର ଅଣାଯାଇ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ତାଙ୍କ ଅନ୍ତ୍ୟେଷ୍ଟିିକ୍ରିୟାରେ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ

ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

ବ୍ରିଜ୍‌ କାମ ଶେଷ ନ କରି ବନ୍ଦ ପ୍ରସ୍ତାବ

ଯାଜପୁର,୧୮।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧  ଅଧୀନ ଜିଲାର ସୀମାନ୍ତବର୍ତ୍ତି ତଥା ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ଓ ବ୍ରିଜ…

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri