ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍‌ରେ ହେବ ସୀମା ନିର୍ଦ୍ଧାରଣ

ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍‌ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ କରିଦିଆଯିବ। ପ୍ରଶାସନ ଓ ବନଖଣ୍ଡ ସମନ୍ବୟରେ ଏହି କାର୍ଯ୍ୟ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ଏହି ସମନ୍ବୟ କମିଟି ବୈଠକ ଶେଷ ହୋଇଥିବାବେଳେ ଅନୁଗୋଳ ସର୍କଲର ବୈଠକ ବୁଧବାର ରେଞ୍ଜର୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ରର ଏହା ଏକ ଅଂଶବିଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର ସୀମା ନିର୍ଦ୍ଧାରଣ ଶେଷ ହେବ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଜଙ୍ଗଲ ଜମି ଓ ରାଜସ୍ବ ଜମି ଚିହ୍ନଟ ଚେନ ସିଷ୍ଟମରେ କରାଯାଉଥିଲା। ଫଳରେ ଅନେକ ସମୟରେ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ଉଭୟ ବିଭାଗ ମଧ୍ୟରେ ତୁ ତୁ ମେ ମେ ଲାଗି ରହୁଥିଲା। ଏବେ ରାଜ୍ୟ ସରକାର ଏହି ସମସ୍ୟା ସମାଧାନର ରାସ୍ତା ବାହାର କରିଛନ୍ତି। ଏଣିକି କେଉଁ ଜମି ରାଜସ୍ବ ବିଭାଗର ଓ କେଉଁ ଜମି ଜଙ୍ଗଲ ବିଭାଗର ତାହା ଜିପିଏସ୍‌ ମାଧ୍ୟମରେ ଚିହ୍ନଟ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ନିଜାରତ ବିଭାଗରୁ ପୁରୁଣା ମ୍ୟାପ ଅଣାଯାଇ ରାଜସ୍ବ ଓ ଜଙ୍ଗଲ ଜମିର କୋଣ ବାହାର କରାଯିବ। ପରେ ଜିପିଏସ୍‌ ମାଧ୍ୟମରେ ଏକ ଘରୋଇ ସଂସ୍ଥା ଏହାକୁ ସର୍ଭେ କରିବ। ପ୍ରତି ଜିଲାର ଗ୍ରାଉଣ୍ଡ ଲେଭଲରୁ ସର୍ଭେ କରାଯାଇ ସୀମାର ସଠିକତାକୁ ବାହାର କରାଯିବ। ସର୍ଭେ ସରିବା ପରେ କାହାର ସୀମା କେଉଁଠି ରହିଛି ସେ ନେଇ ଉକ୍ତ ସଂସ୍ଥା ଜିଲା ପ୍ରଶାସନ ଓ ବନଖଣ୍ଡ ପ୍ରଶାସନକୁ ମ୍ୟାପ ପ୍ରଦାନ କରିବ। ଫଳରେ ଜମିକୁ ନେଇ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉପୁଜୁଥିବା ବିବାଦ ଏହି ଡିଜିଟାଲ ସର୍ଭେ ଦୂର କରିପାରିବ ବୋଲି ଅନୁମାନ କରାଯାଉଛି। ପ୍ରଶାସନ ଓ ବନଖଣ୍ଡର ମିଳିତ ସମନ୍ବୟରେ ଏହି କାର୍ଯ୍ୟ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଜଙ୍ଗଲ ଜମିକୁ ଅଧିକାଂଶ ଲୋକ ନିଜ ଅକ୍ତିଆରରେ ରଖିଛନ୍ତି। ଏପରି କି ଘରଦ୍ୱାର କରି ମଧ୍ୟ ବାସବାସ କରୁଛନ୍ତି। ଏହି ସୀମା ନିର୍ଦ୍ଧାରଣ ସମୟରେ କେଉଁ ଅଞ୍ଚଳର କେତେ ଲୋକ ଜଙ୍ଗଲ ଜମିକୁ ଜବରଦଖଲରେ ରଖିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ। ପ୍ରାଥମିକ କାର୍ଯ୍ୟ ଆରମ୍ଭ ପରେ ପୁଣି ଏକ ଦଫାରେ କାର୍ଯ୍ୟ କେତେ ଦୂର ଆଗେଇଛି ଓ ସୁଫଳ ମିଳୁଛି କି ନାହିଁ ସେ ନେଇ ଆଲୋଚନା କରାଯିବ। ଏହି ବୈଠକରେ ଜଙ୍ଗଲ ସର୍ଭେ ମ୍ୟାପିଂର ସିସିପିଏଫ୍‌ ପି.କେ. ମଲ୍ଲିକ, ଆର୍‌ସିସିଏଫ ଡ. ପ୍ରଦୀପ ରାଜ କରାତ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ, ଆଠମଲ୍ଲିକ, ଢେଙ୍କାନାଳ ଓ କଟକ ବନଖଣ୍ଡ ଅଧିକାରୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଅନୁଗୋଳ ଜିଲାର ସମସ୍ତ ତହସିଲଦାର, ରାଜସ୍ବ ଅଧିକାରୀ, କାର୍ଯ୍ୟ ଯୋଜନା ଅଧିକାରୀ ପି.କେ. ମହାପାତ୍ର, ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

ମୋଦି ଯିବା ପୂର୍ବରୁ ସବୁ ଜଳିପୋଡ଼ି ହୋଇଗଲା ପାଉଁଶ: ଗୋଟିଏ ଦିନ ପରେ କରିଥାନ୍ତେ…

ଜୟପୁର,୨୦।୪: ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। CDU ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ଦମକଳ ଗାଡ଼ି…

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

ଏହି ଯୁବତୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ

ମସ୍କୋ,୨୦।୪:ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆରେ ତାଙ୍କ ବିରୋଧୀ ଏବଂ ସମାଲୋଚକମାନଙ୍କୁ ଆଗକୁ ବଢିବାକୁ ହେବାକୁ ଦିଅନ୍ତି ନାହିଁ। ପୁଟିନଙ୍କ ବିରୋଧରେ କହୁଥିବା ରାଜନେତା ଏବଂ ସାଧାରଣ ନାଗରିକମାନଙ୍କୁ…

ହର୍ମୁଜରେ ଜାହାଜ ଉପରେ ଗୁଳିମାଡ଼ ଘଟଣା, ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ,୨୦।୪: ୧୮ ଏପ୍ରିଲରେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ଭାରତୀୟ ଜାହାଜ ଉପରେ ଗୁଳିଚାଳନା ଘଟଣା ପରେ, ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଭାରତୀୟ…

ବଡ଼ ଧରଣର ଭୂକମ୍ପ ଝଟକା; ଘରୁ ବାହାରି ଆସିଲେ ଲୋକେ, ସୁନାମି ଚେତାବନୀ ଜାରି

ଟୋକିଓ,୨୦।୪: ଜାପାନରେ ପୁଣି ଥରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର…

ଗଞ୍ଜାମର ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଉଠୁଛି ପଡୁଛି ସହର, ୨୧ ଦିନ ଧରି…

ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର।  ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri