ତୁଟିବ ରାଜସ୍ବ ଓ ଜଙ୍ଗଲ ବିଭାଗ ବିବାଦ: ଜିପିଏସ୍‌ରେ ହେବ ସୀମା ନିର୍ଦ୍ଧାରଣ

ଅନୁଗୋଳ ଅଫିସ, ୨୦।୯- ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ମଧ୍ୟରେ ଏଣିକି ଆଉ ରହିବନି ଜମି ବିବାଦ। ଜିପିଏସ୍‌ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରାଯାଇ ବର୍ଷ ବର୍ଷର ଏହି ସମସ୍ୟାର ସମାଧାନ କରିଦିଆଯିବ। ପ୍ରଶାସନ ଓ ବନଖଣ୍ଡ ସମନ୍ବୟରେ ଏହି କାର୍ଯ୍ୟ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ଏହି ସମନ୍ବୟ କମିଟି ବୈଠକ ଶେଷ ହୋଇଥିବାବେଳେ ଅନୁଗୋଳ ସର୍କଲର ବୈଠକ ବୁଧବାର ରେଞ୍ଜର୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ରର ଏହା ଏକ ଅଂଶବିଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର ସୀମା ନିର୍ଦ୍ଧାରଣ ଶେଷ ହେବ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଜଙ୍ଗଲ ଜମି ଓ ରାଜସ୍ବ ଜମି ଚିହ୍ନଟ ଚେନ ସିଷ୍ଟମରେ କରାଯାଉଥିଲା। ଫଳରେ ଅନେକ ସମୟରେ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ଉଭୟ ବିଭାଗ ମଧ୍ୟରେ ତୁ ତୁ ମେ ମେ ଲାଗି ରହୁଥିଲା। ଏବେ ରାଜ୍ୟ ସରକାର ଏହି ସମସ୍ୟା ସମାଧାନର ରାସ୍ତା ବାହାର କରିଛନ୍ତି। ଏଣିକି କେଉଁ ଜମି ରାଜସ୍ବ ବିଭାଗର ଓ କେଉଁ ଜମି ଜଙ୍ଗଲ ବିଭାଗର ତାହା ଜିପିଏସ୍‌ ମାଧ୍ୟମରେ ଚିହ୍ନଟ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ନିଜାରତ ବିଭାଗରୁ ପୁରୁଣା ମ୍ୟାପ ଅଣାଯାଇ ରାଜସ୍ବ ଓ ଜଙ୍ଗଲ ଜମିର କୋଣ ବାହାର କରାଯିବ। ପରେ ଜିପିଏସ୍‌ ମାଧ୍ୟମରେ ଏକ ଘରୋଇ ସଂସ୍ଥା ଏହାକୁ ସର୍ଭେ କରିବ। ପ୍ରତି ଜିଲାର ଗ୍ରାଉଣ୍ଡ ଲେଭଲରୁ ସର୍ଭେ କରାଯାଇ ସୀମାର ସଠିକତାକୁ ବାହାର କରାଯିବ। ସର୍ଭେ ସରିବା ପରେ କାହାର ସୀମା କେଉଁଠି ରହିଛି ସେ ନେଇ ଉକ୍ତ ସଂସ୍ଥା ଜିଲା ପ୍ରଶାସନ ଓ ବନଖଣ୍ଡ ପ୍ରଶାସନକୁ ମ୍ୟାପ ପ୍ରଦାନ କରିବ। ଫଳରେ ଜମିକୁ ନେଇ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉପୁଜୁଥିବା ବିବାଦ ଏହି ଡିଜିଟାଲ ସର୍ଭେ ଦୂର କରିପାରିବ ବୋଲି ଅନୁମାନ କରାଯାଉଛି। ପ୍ରଶାସନ ଓ ବନଖଣ୍ଡର ମିଳିତ ସମନ୍ବୟରେ ଏହି କାର୍ଯ୍ୟ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଜଙ୍ଗଲ ଜମିକୁ ଅଧିକାଂଶ ଲୋକ ନିଜ ଅକ୍ତିଆରରେ ରଖିଛନ୍ତି। ଏପରି କି ଘରଦ୍ୱାର କରି ମଧ୍ୟ ବାସବାସ କରୁଛନ୍ତି। ଏହି ସୀମା ନିର୍ଦ୍ଧାରଣ ସମୟରେ କେଉଁ ଅଞ୍ଚଳର କେତେ ଲୋକ ଜଙ୍ଗଲ ଜମିକୁ ଜବରଦଖଲରେ ରଖିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ। ପ୍ରାଥମିକ କାର୍ଯ୍ୟ ଆରମ୍ଭ ପରେ ପୁଣି ଏକ ଦଫାରେ କାର୍ଯ୍ୟ କେତେ ଦୂର ଆଗେଇଛି ଓ ସୁଫଳ ମିଳୁଛି କି ନାହିଁ ସେ ନେଇ ଆଲୋଚନା କରାଯିବ। ଏହି ବୈଠକରେ ଜଙ୍ଗଲ ସର୍ଭେ ମ୍ୟାପିଂର ସିସିପିଏଫ୍‌ ପି.କେ. ମଲ୍ଲିକ, ଆର୍‌ସିସିଏଫ ଡ. ପ୍ରଦୀପ ରାଜ କରାତ, ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ, ଆଠମଲ୍ଲିକ, ଢେଙ୍କାନାଳ ଓ କଟକ ବନଖଣ୍ଡ ଅଧିକାରୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଅନୁଗୋଳ ଜିଲାର ସମସ୍ତ ତହସିଲଦାର, ରାଜସ୍ବ ଅଧିକାରୀ, କାର୍ଯ୍ୟ ଯୋଜନା ଅଧିକାରୀ ପି.କେ. ମହାପାତ୍ର, ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri