ତିତ୍‌ଲି ପୁନରୁଦ୍ଧାର, ରୁରାଲ ହାଉସିଂ ଅଧାପନ୍ତରିଆ

ଛତ୍ରପୁର,୨୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ତିତ୍‌ଲି ବାତ୍ୟାରେ ବ୍ୟାପକ କ୍ଷତି ହୋଇଥିଲା। କ୍ଷତି ହୋଇଥିବା ପ୍ରକଳ୍ପର ପୁନରୁଦ୍ଧାର ଓ ରୁରାଲ ହାଉସିଂ ନିର୍ମାଣ କାର୍ଯ୍ୟ ଜିଲାରେ ଅଧାପନ୍ତରିଆ ରହିଛି। ଏହିସବୁ କାମ ସାରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୨୦୧୯-୨୦ ଆର୍ଥିକ ବର୍ଷରେ ୯,୪୯୪ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ୨୮ ଗୃହ ନିର୍ମାଣ ଶେଷ ହୋଇଛି ା ସେହିପରି ଚଳିତବର୍ଷ ବିଭିନ୍ନ ଆବାସ ଯୋଜନାରେ ୨୧, ୩୯୮ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨,୩୫୬ଟି ଘର ନିର୍ମାଣ ହୋଇଛି। ପାତ୍ରପୁର, ଜଗନ୍ନାଥପ୍ରସାଦ, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଭଞ୍ଜନଗର, ଧରାକୋଟ, ବେଲଗୁଣ୍ଠା, ସାନଖେମୁଣ୍ଡି, ବେଗୁନିଆପଡା, ଛତ୍ରପୁର ଓ ସୋରଡା ବ୍ଲକରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଧିମା ରହିଛି ା ଜିଲାରେ ୩୨,୭୨୨ ପାଇଖାନା ନିର୍ମାଣ ହେବାକୁ ବାକି ରହିଛି ା ସେଥିମଧ୍ୟରେ ୨୮,୯୪୮ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲିଛି। ୩,୭୭୪ ପାଇଖାନା ନିର୍ମାଣ କାମ ଆରମ୍ଭ ହୋଇନି ା ଅନ୍ୟପକ୍ଷରେ ତିତ୍‌ଲିରେ କ୍ଷତି ହୋଇଥିବା ୬୭୨୯ ପ୍ରକଳ୍ପ ମଧ୍ୟରୁ ୫୦୧୧ ଟିର କାମ ସରିଛି ା ଏଥିମଧ୍ୟରେ ୩୭୩୩ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୩୧୮୭ଟିର କୋଠା ନିର୍ମାଣ ଶେଷ ହୋଇଛି ା ୨୦୧୮-୧୯ରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ କୁକୁଡାଖଣ୍ଡି, ଧରାକୋଟ, ସୋରଡା, କବିସୂର୍ଯ୍ୟନଗର, ପୋଲସରା, ବେଲଗୁଣ୍ଠା ଓ ବୁଗୁଡାରେ କାମ ଧିମା ରହିଛି ା ବିଭିନ୍ନ ପଞ୍ଚାୟତରେ ୧୯୨ କଲ୍ୟାଣମଣ୍ଡପ ମଧ୍ୟରୁ ୩୫ଟିର କାମ ସରିଛି ା ୫୧ କଲ୍ୟାଣ ମଣ୍ଡପ କାମ ଆରମ୍ଭ ହୋଇନି। ସେହିପରି ୧୦୦ଟି ମାର୍କେଟ କମ୍ପ୍ଲେକ୍ସ ମଧ୍ୟରୁ ୪୮ଟିର କାମ ଶେଷ ହୋଇଛି ା ୧୮ଟି କାମ ଆରମ୍ଭ ହୋଇ ନ ଥିବା ଜଣାପଡିଛି ା ବୈଠକରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଡିଓ, ଯନ୍ତ୍ରୀମାନେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri