ତାଲିକାରେ ନାଁ ଅଛି, ମିଳୁନି ଆବାସ

ତେନ୍ତୁଳିଖୁଣ୍ଟି,୨୫।୨(ଡି.ଏନ.ଏ)

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ତାଲିକାରେ ନାମ ଅଛି,ତଥାପି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନି। ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଏହିପରି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଦାଣ୍ଡୁଗୁଡା ଗ୍ରାମର ଡମୁ ଜାନୀଙ୍କ କ୍ଷେତ୍ରରେ ଘଟିଛି। ଦାଣ୍ଡୁଗୁଡା ଗ୍ରାମର ଜିରୁ ଜାନୀଙ୍କ ପୁଅ ଡମୁଙ୍କ ନାମ ପ୍ରଧାନମନ୍ତ୍ରୀ ଅବାସ ପାଇଁ ଗ୍ରାମସଭାରେ ମନୋନୀତ ହୋଇ ତାଲିକାରେ ନାମ ରହିଥିଲା। ତାଲିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଇଡି ନଂ. ୪୬୧୮୩୬୮ ରହିଥିଲା। ଅର୍ଥନୈତିକ ଜାତିଗତ ସର୍ଭେ ତାଲିକାରେ ମଧ୍ୟ ଡମୁଙ୍କ ନାମ ଥିଲା । ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ତାଙ୍କ କ୍ରମିକ ନଂ ଆସିଥିଲା। ସେଥିପାଇଁ ପଞ୍ଚାୟତର ତତ୍କାଳୀନ ଦାୟିତ୍ୱରେ ଥିବା ଅଧିକାରୀ ୨୦୧୭-୧୮ ଆର୍ଥିକ ବର୍ଷରେ ଡମୁଙ୍କ ଠାରୁ ଜବକାର୍ଡ, ବ୍ୟାଙ୍କ ପାଶବୁକ, ଆଧାରକାର୍ଡ, ଘରଡିହ ପଟ୍ଟା, ଭୋଟର ଆଇଡି କାର୍ଡର ନକଲ ନେଇଥିଲେ। କିନ୍ତୁ କାର୍ଯ୍ୟାଦେଶ ମିଳି ନ ଥିଲା। ତାଙ୍କ ବଦଳରେ ଅନ୍ୟ ଏକ ଗ୍ରାମର ଉକ୍ତ ନାମ ଥିବା ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପ୍ରଧାନମନ୍ତ୍ରୀ ଆବାସରେ ଘର ଘଣ୍ଡେ ନ ପାଇ ଡମୁ ଜାନୀ, ତାଙ୍କ ସ୍ତ୍ରୀ ଏବଂ ବିଧବା ବୋହୂ ଓ ୩ ନାତିନାତୁଣୀ ସହ ଭଙ୍ଗାଦଦରା ଘରେ ଜୀବନ ବିତାଉଛନ୍ତି। ଆଦିବାସୀଙ୍କ ନାମରେ ଆସୁଥିବା ଘରକୁ ଅଣ ଆଦିବାସୀଙ୍କୁ ଦିଆଯାଉଥିବା ଅଭିଯୋଗ ହେଉଛି। ଡମୁଙ୍କ ନାମ ତାଲିକାରେ ଥିବା ବେଳେ କାହିଁକୁ ତାଙ୍କୁ ଘର ମିଳି ନାହିଁ ଏହାର ତଦନ୍ତ କରାଯାଉ ବୋଲି ସାମାଜିକ କର୍ମୀ ପ୍ରଶାନ୍ତ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri