ତହସିଲଦାରଙ୍କ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୃହ ନିର୍ମାଣ ଚାଲିଛି

ସିଂହପୁର,୨୫।୪: (ଡି.ଏନ.ଏ.) ବିଂଝାରପୁର ଥାନା, ବରୀ ବ୍ଲକ ଅଧୀନ ମଧୁସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଅନାବାଦୀ ଜମିରେ ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ ସେ କାମ ବନ୍ଦ କରି ନ ଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ଆଇନର ଆଶ୍ରୟ ନେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ୧୪୪ ଧାରା ଜାରି କରାଯାଇ ଥିଲା। ହେଲେ ତାକୁ ବି ସେ ଅବମାନନା କରି ଗୃହ ନିର୍ମାଣ କରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଯାଜପୁର ଜିଲାପାଳ, ବରୀ ତହସିଲଦାରଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ତହସିଲଦାର ସେହି କାମ ବନ୍ଦ କରିବା ସହିତ ଯେତିକି ନିର୍ମାଣ କରାଯାଇଛି ତାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ବ୍ୟକ୍ତି କିଛିଦିନ କାମ ବନ୍ଦ କରିଥିଲେ ା ହେଲେ ସୋମବାର ପୁଣି ଥରେ ସେ ଘର କାମ ଆରମ୍ଭ କରିଥିବାରୁ ଗ୍ରାମବାସୀ ମଧୁସୁଦନପୁର ଆରଆଇଙ୍କଠାରେ ଅଭିଯୋଗ କରିଛନ୍ତି ା ଆରଆଇ ଘଟଣାସ୍ଥଳରେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ହେଲେ ସମ୍ପୃକ୍ତ ବ୍ୟକ୍ତି କାମ ବନ୍ଦ ନ କରି ଆରଆଇ ସୁମନ୍ତ କୁମାର ମଲ୍ଲିକଙ୍କୁ ଘର କାମ କରିବି ବୋଲି ପାଲଟା ଜବାବ ଦେଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri