ତହସିଲ, ଜିଲାପାଳଙ୍କ ଅଫିସ୍‌ ଘେରିଲା କିଷାନ ସଂଘ

ବୌଦ୍ଧ,୧୧।୯(ସ୍ବ.ପ୍ର): ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚାଷୀମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି । ପ୍ରତିବର୍ଷ ସ୍ବଳ୍ପ ବର୍ଷା, ବନ୍ୟା, ରୋଗପୋକ ଉପଦ୍ରବରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ। ଫଳରେ ବୌଦ୍ଧ ଜିଲାର ଚାଷୀମାନେ ନିଜର ହକ୍‌ ପାଇଁ ରଣହୁଙ୍କାର ଦେଇଛନ୍ତି । ବୁଧବାର ବୌଦ୍ଧ ଜିଲା ଭାରତୀୟ କିଷାନ ସଂଘ ସଭାପତି ପ୍ରମୋଦ କୁମାର ଦେହୁରୀ ଓ ଚାଷୀନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବୌଦ୍ଧ ତହସିଲଦାର ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ବୌଦ୍ଧ ଜିଲାରେ ୨୦୧୫ ମସିହାରେ ହୋଇଥିବା ଫସଲ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଫଳରେ ତୁରନ୍ତ ବକେୟା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଥିଲେ। ତହସିଲ କର୍ତ୍ତୃପକ୍ଷ ଆସନ୍ତା ୩୦ ତାରିଖ ମଧ୍ୟରେ ରେକର୍ଡ ଅନୁଧ୍ୟାନ କରି ଚାଷୀଙ୍କ ବକେୟା କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି. ରଘୁନାଥ ରାଓ ଓ ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହିତ ଜିଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।
ଚାଷୀମାନଙ୍କ ପ୍ରମୁଖ ଦାବି ମଧ୍ୟରେ ୨୦୧୧ ଓ ୨୦୧୩ ମସିହାରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅନୁଦାନକୁ ଫେରାଇ ଦିଆଯାଇଥିବାବେଳେ ୨୦୧୫ ଓ ୨୦୧୭ ମସିହାରେ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅର୍ଥକୁ ଫେରାଇବାକୁ ମସୁଧା ଚାଲିଥିବାରୁ ଏହାକୁ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ ପାଇଁ ଦାବି କରାଯାଇଥିଲା। ସେହିପରି ୨୦୧୮ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ସଠିକ ଆକଳନ କରା ନ ଯାଇ କର୍ମଚାରୀମାନେ ଘରେ ବସି ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେବାର ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ପ୍ରାୟ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ଏଯାଏଁ ଚାଷୀଙ୍କୁ ତାହା ପ୍ରଦାନ କରାଯାଇନାହିଁ। ତେଣୁ ତୁରନ୍ତ କ୍ଷତିପୂରଣ ଅର୍ଥ ଚାଷୀମାନଙ୍କୁ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା। କାଳିଆ ଯୋଜନାରେ ଚାଷୀମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବା ସହିତ ପ୍ରଧାନମନ୍ତ୍ରୀ କୃଷି ଯୋଜନା ଅନୁସାରେ ଚାଷୀ ତାଲିକା ପ୍ରସ୍ତୁତ କରି ପ୍ରତ୍ୟେକ ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ଚାଷୀମାନଙ୍କୁ ଉପଯୁକ୍ତ ଜଳସେଚନ ସୁବିଧା ଯୋଗାଇଦେବା, ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟିପାତର ଶିକାର ହେଉଥିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୁର୍ଣ୍ଣ ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ କିଷାନ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଜିଲାର ଗରିବ ଚାଷୀ ପରିବାର ପ୍ରତିବର୍ଷ କ୍ଷତିର ଶିକାର ହେଉଥିବା ବେଳେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଅବହେଳା ପ୍ରଦର୍ଶନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri