ତହସିଲ, ଜିଲାପାଳଙ୍କ ଅଫିସ୍‌ ଘେରିଲା କିଷାନ ସଂଘ

ବୌଦ୍ଧ,୧୧।୯(ସ୍ବ.ପ୍ର): ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚାଷୀମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି । ପ୍ରତିବର୍ଷ ସ୍ବଳ୍ପ ବର୍ଷା, ବନ୍ୟା, ରୋଗପୋକ ଉପଦ୍ରବରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ। ଫଳରେ ବୌଦ୍ଧ ଜିଲାର ଚାଷୀମାନେ ନିଜର ହକ୍‌ ପାଇଁ ରଣହୁଙ୍କାର ଦେଇଛନ୍ତି । ବୁଧବାର ବୌଦ୍ଧ ଜିଲା ଭାରତୀୟ କିଷାନ ସଂଘ ସଭାପତି ପ୍ରମୋଦ କୁମାର ଦେହୁରୀ ଓ ଚାଷୀନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବୌଦ୍ଧ ତହସିଲଦାର ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ବୌଦ୍ଧ ଜିଲାରେ ୨୦୧୫ ମସିହାରେ ହୋଇଥିବା ଫସଲ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଫଳରେ ତୁରନ୍ତ ବକେୟା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଥିଲେ। ତହସିଲ କର୍ତ୍ତୃପକ୍ଷ ଆସନ୍ତା ୩୦ ତାରିଖ ମଧ୍ୟରେ ରେକର୍ଡ ଅନୁଧ୍ୟାନ କରି ଚାଷୀଙ୍କ ବକେୟା କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି. ରଘୁନାଥ ରାଓ ଓ ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହିତ ଜିଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।
ଚାଷୀମାନଙ୍କ ପ୍ରମୁଖ ଦାବି ମଧ୍ୟରେ ୨୦୧୧ ଓ ୨୦୧୩ ମସିହାରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅନୁଦାନକୁ ଫେରାଇ ଦିଆଯାଇଥିବାବେଳେ ୨୦୧୫ ଓ ୨୦୧୭ ମସିହାରେ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅର୍ଥକୁ ଫେରାଇବାକୁ ମସୁଧା ଚାଲିଥିବାରୁ ଏହାକୁ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ ପାଇଁ ଦାବି କରାଯାଇଥିଲା। ସେହିପରି ୨୦୧୮ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ସଠିକ ଆକଳନ କରା ନ ଯାଇ କର୍ମଚାରୀମାନେ ଘରେ ବସି ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେବାର ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ପ୍ରାୟ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ଏଯାଏଁ ଚାଷୀଙ୍କୁ ତାହା ପ୍ରଦାନ କରାଯାଇନାହିଁ। ତେଣୁ ତୁରନ୍ତ କ୍ଷତିପୂରଣ ଅର୍ଥ ଚାଷୀମାନଙ୍କୁ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା। କାଳିଆ ଯୋଜନାରେ ଚାଷୀମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବା ସହିତ ପ୍ରଧାନମନ୍ତ୍ରୀ କୃଷି ଯୋଜନା ଅନୁସାରେ ଚାଷୀ ତାଲିକା ପ୍ରସ୍ତୁତ କରି ପ୍ରତ୍ୟେକ ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ଚାଷୀମାନଙ୍କୁ ଉପଯୁକ୍ତ ଜଳସେଚନ ସୁବିଧା ଯୋଗାଇଦେବା, ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟିପାତର ଶିକାର ହେଉଥିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୁର୍ଣ୍ଣ ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ କିଷାନ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଜିଲାର ଗରିବ ଚାଷୀ ପରିବାର ପ୍ରତିବର୍ଷ କ୍ଷତିର ଶିକାର ହେଉଥିବା ବେଳେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଅବହେଳା ପ୍ରଦର୍ଶନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?