ତଦନ୍ତ ଆଳରେ ରାଜକୋଷ ବରବାଦ: ୨୦ ବର୍ଷରେ ୨୭ ତଦନ୍ତ କମିଶନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଘଟୁଥିବା ଗୁଳିକାଣ୍ଡ, ହତ୍ୟା, ବଳାତ୍କାର, ମଦ ମୃତ୍ୟୁ, ପୋଲିସ ନିର୍ଯାତନା, ସାମ୍ପ୍ରଦାୟିକ ହିଂସା ଆଦି ବିଭିନ୍ନ ସତ୍ୟାସତ୍ୟ ଜାଣିବା ଘଟଣା ପାଇଁ ରାଜ୍ୟ ସରକାର ବସାଉଛନ୍ତି ତଦନ୍ତ କମିଶନ। ବର୍ଷ ପରେ ବର୍ଷ ଗଡ଼ି ଚାଲିଛି। ଶେଷ ହେଉନି ତଦନ୍ତ। କମିଶନଗୁଡ଼ିକର ଅବଧି ତଦନ୍ତ ଆଳରେ ଲମ୍ବିଯାଉଛି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ବୋହି ଯାଉଛି। ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇବା ପୂର୍ବରୁ ଅନେକ ତଦନ୍ତ କମିଶନର ଘଟୁଛି ଅକାଳ ମୃତ୍ୟୁ। ଆଉ କେତେକ କମିଶନ ସରକାରଙ୍କ ନିକଟରେ ସେମାନଙ୍କ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିକି ବହୁ ଅର୍ଥ ଶ୍ରାଦ୍ଧ କରି ବସାଯାଇଥିବା ତଦନ୍ତ କମିଶନ କି ରିପୋର୍ଟ ଦେଲେ ସର୍ବସାଧାରଣ ଜାଣିବା ପାଇଁ ବିଧାନସଭାରେ ମଧ୍ୟ ଉପସ୍ଥାପନ ହେଉନାହିଁ। ଘଟଣାର ଛାପ ଜନମାନସରୁ ଲିଭିଗଲା ପରେ କମିଶନ ରିପୋର୍ଟଗୁଡ଼ିକ ଆପେଆପେ ଫାଇଲ୍‌ରେ ଚାପି ହୋଇଯାଉଛି।
ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଘଟିଥିବା ବିଭିନ୍ନ ଘଟଣା ପାଇଁ ରାଜ୍ୟ ସରକାର ୨୭ଟି ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଛନ୍ତି। ସେହି କମିଶନଗୁଡ଼ିକର ପରିଚାଳନା ପାଇଁ ରାଜକୋଷରୁ ବ୍ୟୟ ହୋଇଛି ୯ କୋଟି ୨୨ ଲକ୍ଷ ୬୬ ହଜାର ୬୧ଟଙ୍କା। ୧୯୯୯ରେ ଜି.ଉଦୟଗିରି ଜେଲ ଭଙ୍ଗା ଘଟଣା ଓ ରଣଲଇ ସାମ୍ପ୍ରଦାୟିକ ହିଂସାକାଣ୍ଡର ତଦନ୍ତ କରିବା ପାଇଁ ଜଷ୍ଟିସ କେ. ସି. ଜଗଦେବରାୟ କମିଶନ ଗଠନ ହୋଇଥିଲା। ଏ ବାବଦରେ ୨୭ଲକ୍ଷ ୩୪ ହଜାର ୪୩୮ ଟଙ୍କା ବ୍ୟୟ କରାଯାଇଛି। ସେହି ବର୍ଷ ମେ ୨୯ ତାରିଖରେ ଘେରି ଭଙ୍ଗା ଉଚ୍ଛେଦକୁ ନେଇ ଚିଲିକାରେ ପୋଲିସ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୪ଜଣ ମତ୍ସ୍ୟଜୀବୀ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ପି. କେ. ତ୍ରିପାଠୀ କମିଶନ। ଏଥିପାଇଁ ଖର୍ଚ୍ଚ ହୋଇଛି ୧୭ଲକ୍ଷ ୭୨ହଜାର ଟଙ୍କା। ୨୦୦୦ରେ ବାଲେଶ୍ୱର ଡ୍ରଗ୍‌ ମାଫିଆ ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ପି. କେ. ମହାନ୍ତି କମିଶନ। ଏଥିପାଇଁ ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୫୪ ହଜାର ଟଙ୍କା। ସେହି ବର୍ଷ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ହୋଇଥିବା ହିଂସାକାଣ୍ଡ ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ପି. କେ. ମିଶ୍ର କମିଶନ। ଏ ବାବଦରେ ଖର୍ଚ୍ଚ ହୋଇଛି ୮ ଲକ୍ଷ ୭୧ ହଜାର ଟଙ୍କା। ୨୦୦୧ ନଭେମ୍ବର ୧୫ ତାରିଖରେ ପୁରୀରେ ପୋଲିସ ଏବଂ ଓକିଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲେ ଏ. କେ. ପରିଚ୍ଛା ଏବଂ ଏସ୍‌. କେ. ମିଶ୍ର କମିଶନ। ଏଥିପାଇଁ ଖର୍ଚ୍ଚ ହୋଇଛି ୪ ଲକ୍ଷ ୨ ହଜାର ଟଙ୍କା। ସେହିପରି ୨୦୦୧ ଡିସେମ୍ବର ୪ ତାରିଖରେ ନବରଙ୍ଗପୁର ଜିଲା ରଙ୍ଗବାଟି ଏବଂ ରାୟଘରଠାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ଏବଂ କୋରାପୁଟ ଜିଲା ସେସନ୍ସ ଜଜ୍‌ କମିଶନ। ଏଥିପାଇଁ ଖର୍ଚ୍ଚ ହୋଇଛି ୧୪ ଲକ୍ଷ ୩୦ ହଜାର ୮୦୬ଟଙ୍କା। ୨୦୦୬ରେ ଶହୀଦନଗର ଥାନା ହାଜତରେ ଦିଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲେ ଖୋର୍ଦ୍ଧା ଜିଲା ସେସନ୍ସ ଜଜ୍‌। ଏ ବାବଦରେ ଖର୍ଚ୍ଚ ହୋଇଛି ୩ ଲକ୍ଷ ୧୬ ହଜାର ୩୪୧ ଟଙ୍କା। ସେହି ବର୍ଷ ସମ୍ବଲପୁର ଜିଲା କୁଚିଣ୍ଡା ହାଜତରେ ଗଜେନ୍ଦ୍ର ମାଝି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲେ ସମ୍ବଲପୁର ଜିଲା ସେସନ୍ସ ଜଜ୍‌। ଏଥିରେ ଖର୍ଚ୍ଚ ହୋଇଛି ୨ ଲକ୍ଷ ୧୦ ହଜାର ଟଙ୍କା। ସେହି ବର୍ଷ ଅନ୍ୟ ଏକ ଘଟଣାରେ କେନ୍ଦୁଝର ଜିଲା ଥାନା ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରିଥିଲେ କେନ୍ଦୁଝର ଜିଲା ସେସନ୍ସ ଜଜ୍‌। ଏ ବାବଦରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୭୫ ହଜାର ଟଙ୍କା। ୨୦୦୬ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତ କରିଥିଲେ ଜଷ୍ଟିସ ଏ.ଏସ୍‌. ନାଇଡୁ, ଜଷ୍ଟିସ ପି. କେ. ପାତ୍ର ଏବଂ ଜଷ୍ଟିସ ପି. କେ. ମହାନ୍ତି କମିଶନ। ଏଥିପାଇଁ ଖର୍ଚ୍ଚ ହୋଇଛି ୪୫ ଲକ୍ଷ ୪୯ ହଜାର ୫୦୦ଟଙ୍କା। ଓଡ଼ିଶା ବିଧାନସଭା ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ତଦନ୍ତ କରିଥିଲା ସଂସଦୀୟ ବ୍ୟାପାର ବିଭାଗ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୨୨ଲକ୍ଷ ୬୩ ହଜାର ୨୮୨ ଟଙ୍କା। ସେହିପରି ଗଞ୍ଜାମ ମଦ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଖର୍ଚ୍ଚ ହୋଇଛି ୨୦ ଲକ୍ଷ ୪୧ ହଜାର। ଖୋର୍ଦ୍ଧା ଜିଲା ବିଷାକ୍ତ ମଦ ମୃତ୍ୟୁ ଘଟଣା ତଦନ୍ତ ପାଇଁ ୮ ଲକ୍ଷ ୭୮ହଜାର, ୨୦୦୭ରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଘଟଣାର ତଦନ୍ତ ପାଇଁ ୫୩ ଲକ୍ଷ ୮୩ ହଜାର ୬୭ ଟଙ୍କା ବ୍ୟୟ କରାଯାଇଛି । ୨୦୦୮ରେ ସମ୍ବଲପୁର, ବ୍ରହ୍ମପୁର, ବାରିପଦା ଓ ଭୁବନେଶ୍ୱରଠାରେ ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ବସିଥିବା ତଦନ୍ତ ପାଇଁ ୨୨ ଲକ୍ଷ ୫୫ ହଜାର ୪୦୦ ଟଙ୍କା ଏବଂ ୨୦୦୯ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୩୨ ଲକ୍ଷ ୬୬ ହଜାର ୪୭୯ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୦୯ରେ ଅନ୍ୟ ଏକ ଘଟଣାରେ ଢେଙ୍କାନାଳ ଭୁବନରେ ପୋଲିସ ଗୁଳିକାଣ୍ଡରେ ଦୁର୍ଯ୍ୟୋଧନ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେହି ବର୍ଷ ବଲାଙ୍ଗୀର ସହରରେ ପୋଲିସ ଭ୍ୟାନ ଧକ୍କାରେ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ସରକାର ରାଜକୋଷରୁ ୧୧ ଲକ୍ଷ ୯୬ ହଜାର ୭୯୭ ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ୨୦୧୦ରେ କଟକ ଜିଲା ବାଗଲପୁର ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ୩୧, ୬୧, ୩୯୧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୧ରେ ରାଉରକେଲାଠାରେ ପୋଲିସ ଓ ବିଚାରପତି ବିବାଦ ମାମଲାରେ ୩୧,୦୬,୮୬୦ ଟଙ୍କା, ସେହିବର୍ଷ ନଭେମ୍ବର ୩୦ରେ ପୁରୀ ଜିଲା ଅର୍ଜୁନଗୋଦାଠାରେ ଏକ ବଳାତ୍କାର ମାମଲାରେ ସରକାର ତଦନ୍ତ କମିଶନ ବସାଇବା ବାବଦରେ ୩୫, ୩୦, ୮୧୮ଟଙ୍କା ଖର୍ଚ୍ଚ କରିଛନ୍ତି ।
ସେହିପରି ଚିଟ୍‌ଫଣ୍ଡ ତଦନ୍ତ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ୫,୫୫,୩୦,୯୬୯ ଟଙ୍କା। ୨୦୧୬ରେ କନ୍ଧମାଳ ଜିଲା ଗୁମୁଡ଼ିମାହା ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ୧, ୭୩, ୭୪୨ଟଙ୍କା, କୋରାପୁଟ ଜିଲା ନାବାଳିକା ବଳାତ୍କାର ଘଟଣାର ତଦନ୍ତ ପାଇଁ ୩୯, ୩୭୦ ଏବଂ ପୁରୀ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜକୋଷରୁ ୨୨, ୨୭, ୯୧୮ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଗଞ୍ଜାମ ଜିଲାର ଫାସିପଡ଼ା ପୋଲିସ ଗୁଳିକାଣ୍ଡ ଏବଂ ୨୦୧୭ ଅକ୍ଟୋବର ୧୦ ତାରିଖରେ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ସରକାର କିଛି ଖର୍ଚ୍ଚ କରି ନ ଥିବା କହିଛନ୍ତି। ଉକ୍ତ ତଦନ୍ତ କମିଶନ ମଧ୍ୟରୁ ମାତ୍ର ୮ଟି ଘଟଣାର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ କେତେକ ଘଟଣାର ସରକାର ପରୀକ୍ଷାନିରୀକ୍ଷା କରୁଛନ୍ତି ଓ ଆଉ କେତେକର ତଦନ୍ତ ଜାରି ରହିଥିବା କୁହାଯାଉଛି। ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ସମୟ କିଣିବାକୁ ତଦନ୍ତ କମିଶନକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ତଦନ୍ତ ଗଡି ଚାଲୁଛି, ଲୋକମାନେ ଘଟଣାକୁ ପାସୋରି ଯାଉଛନ୍ତି। ରାଜକୋଷରୁ ପର୍ଯ୍ୟାପ୍ତ ଅର୍ଥ ବରବାଦ ହେଉଛି। ମାତ୍ର ଉଦ୍ଦେଶ୍ୟ ସାଧିତ ହେଉ ନାହିଁ। ଧର୍ମକୁ ଆଖିଠାର ଭଳି ନାମକୁ ମାତ୍ର କେତେକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉଛି । ସେଗୁଡିକୁ ମଧ୍ୟ ସରକାର ପାଳନ କରୁନାହାନ୍ତି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri