Posted inଜାତୀୟ

ମନମୋହନଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୨୭ା୮: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷା ହ୍ରାସ କରିଛନ୍ତି। ତାଙ୍କୁ ଯୋଗାଇଦିଆଯାଇଥିତ୍ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପ୍ରତ୍ୟାହାର କରିନିଆଯାଇ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। କୌଣସି ପ୍ରଧାନମନ୍ତ୍ରୀ ପଦ ଛାଡିବାର ବର୍ଷକ ପରେ ତାଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥାଏ। ୨୦୧୪ ମେ ମାସରେ ମନମୋହନ ପ୍ରଧାନମନ୍ତ୍ରୀ ପଦ ଛାଡିଥିଲେ ହେଁ ତାଙ୍କୁ ୫ ବର୍ଷ ହେଲା ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଇ ଆସୁଥିଲା। ଏଣିକି ସିଆର୍‌ପିଏଫ୍‌ ଯବାନମାନେ ମନମୋହନଙ୍କୁ ସୁରକ୍ଷା ଯୋଗାଇବେ। ଏବେ ଏସ୍‌ପିଜି ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳୁଛି।
୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଧନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅନୂ୍ୟନ ୧୦ ବର୍ଷ ପାଇଁ ଏସ୍‌ପିଜି ସୁରକ୍ଷା ଯୋଗାଇଦେବାକୁ ଆଇନରେ ସଂଶୋଧନ କରାଯାଇଥିଲା।୨୦୦୩ରେ ଏସ୍‌ପିଜି ଆଇନରେ ପୁନର୍ବାର ସଂଶୋଧନ କରାଯାଇ ଏହି ସମୟସୀମାକୁ ୧ ବର୍ଷକୁ କମାଇ ଦିଆଯାଇଥିଲା ଏବଂ ଏହା ପରେ ପ୍ରତିବର୍ଷ ବିପଦ ସମ୍ଭାବନାର ସମୀକ୍ଷା କରି କେନ୍ଦ୍ର ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବାର ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟାମ

ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ  ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ…

ବିକାଶଧାରା ଓଡ଼ିଶା ସାରା ମହାସମାବେଶ: ସରକାରଙ୍କ ୨ ବର୍ଷର ଶାସନ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୦।୬ (ଅରୁଣ ସାହୁ): ଓଡ଼ିଶାରେ ଭାଜପା ସରକାରଙ୍କ ଦୁଇ ବର୍ଷର ଶାସନ ପୂର୍ତ୍ତି ଅବସରରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri