ଢେଙ୍କାନାଳଯୋଡା ଶିଶୁଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଟିମ୍‌: ଇକୋ ଟେଷ୍ଟରୁ ଗୋଟିଏ ହୃତପିଣ୍ଡ ଜଣାପଡ଼ିଲା

କଟକ ଅଫିସ, ୨।୭- ଢେଙ୍କାନାଳ ଯୋଡାଶିଶୁଙ୍କ ଚିକିତ୍ସା ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଦଳ ଗଠିତ ହୋଇଛି। ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଶିଶୁ ସର୍ଜରୀ ବିଭାଗର ଅନ୍ୟତମ ବରିଷ୍ଠ ପ୍ରଫେସର ଡା. ପି.କେ. ଜେନା, ମେଡିସିନ ବିଭାଗର ପ୍ରଫେସର ଅନିଲ ମହାନ୍ତି, ଶିଶୁରୋଗ ବିଭାଗର ପ୍ରଫେସର ଡା.ପି.କେ. ଜେନା, ଏସ୍‌ସିବି ହୃଦବକ୍ଷ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ, ଡା. ଜ୍ୟୋତି ଚମ୍ପତିରାୟ ଓ ଡା. ମାନସ ଉପାଧ୍ୟାୟ ଏହି ଟିମ୍‌ରେ ଅଛନ୍ତି।

ମଙ୍ଗଳବାର ଏହି ଯୋଡ଼ା ଶିଶୁଙ୍କ ଇକୋ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଉଭୟଙ୍କର ଗୋଟିଏ ହୃତ୍‌ପିଣ୍ଡ ଥିବା ଜଣାପଡ଼ିଛି। ଦିନେ କି ଦୁଇଦିନ ମଧ୍ୟରେ ଶିଶୁ ଦ୍ୱୟଙ୍କର ଏମ୍‌ଆର୍‌ଆଇ, ସିଟି ସ୍କାନ ସହିତ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଶିଶୁ ଦ୍ୱୟଙ୍କୁ ଶିଶୁଭବନର ନିୟୋନାଟାଲ ଇଣ୍ଟେନସିଭ କେୟାର ୟୁନିଟ୍‌ (ନିକୁ)ରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶିଶୁ ଦ୍ୱୟଙ୍କ ସମ୍ପର୍କରେ ମତ ଦେଇ ଟିମ୍‌ର ସଦସ୍ୟ ତଥା ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡା. ପି.କେ. ଜେନା କୁହନ୍ତି, ଏଭଳି ଶିଶୁଙ୍କ କ୍ଷେତ୍ରରେ ମୃତ୍ୟୁ ହାର ୯୯ ପ୍ରତିଶତ ରହିଥାଏ। ତା’ ଅର୍ଥ ନୁହେଁ ଯେ ଚିକିତ୍ସା କରାଯିବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଅପରେଶନ ସମ୍ଭବ ନୁହେଁ। ଏବେ ସେମାନଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରାଯିବ। ଅତି କମ୍‌ରେ ୬ ମାସ ପରେ ଯାହା କରାଯିବା କଥା କରାଯିବ। ଟିମ୍‌ର ଅନ୍ୟତମ ସଦସ୍ୟ ତଥା ଏସ୍‌ସିବି ହୃଦବକ୍ଷ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କୁହନ୍ତି, ପ୍ରାଥମିକ ପରୀକ୍ଷାରୁ ଶିଶୁ ଦ୍ୱୟଙ୍କର ଗୋଟିଏ ହୃତ୍‌ପିଣ୍ଡ ଥିବା ଜଣାପଡ଼ିଛି। ଗୋଟିଏ ହୃତପିଣ୍ଡରେ ଦୁଇ ଜଣ ବଞ୍ଚତ୍ବା କେବେ ବି ସମ୍ଭବ ନୁହେଁ। ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ରିପୋର୍ଟ ଦେଖିବା ପରେ ବାସ୍ତବରେ ଶିଶୁ ଦ୍ୱୟଙ୍କର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସମ୍ପର୍କରେ ସବିଶେଷ ଜଣାପଡ଼ିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଶିଶୁ ଦ୍ୱୟଙ୍କର ଗ୍ରହଣ ଖଣ୍ଡିଆ ଓ ତାଳୁ ଖଣ୍ଡିଆ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri