Posted inରାଜ୍ୟ

ଢେଙ୍କାନାଳ ଲୋକ ସଭା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ବିଧାନସଭା ଆସନରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଅନ୍ତିମ ପର୍ବ ଭୋଟଗଣତି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଇଭିଏମ୍‌ରୁ ସ୍ପଷ୍ଟ ହେବ ପ୍ରାର୍ଥୀଙ୍କ ଭାଗ୍ୟ। ଏସବୁ ଭିତରେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ଆସନ ଉପରେ ଏବେ କେନ୍ଦ୍ରୀଭୂତ ହୋଇଛି ସମସ୍ତଙ୍କ ନଜର। ଚଳିତ ନିର୍ବାଚନ ଉଭୟ ବିଜେଡି, ଭାଜପା ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ଏଠାରୁ ପ୍ରତିତ୍ୱନ୍ଦ୍ୱିତା କରୁଛନ୍ତି କଂଗ୍ରେସର ପୁରୁଖା ନେତା କାମାକ୍ଷା ପ୍ରସାଦ ସିଂଦେଓ, ଭାଜପାର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି। ଚଳିତ ଥର ବିଜେଡି ପକ୍ଷରୁ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ଏମାନଙ୍କୁ ବାଦ୍‌ ଦେଲେ ଅନ୍ୟାନ୍ୟ ଦଳରୁ ୬ଜଣ ପ୍ରାର୍ଥୀ ଏମ୍‌ପି ସିଟ୍‌ ପାଇଁ ଲଢୁଛନ୍ତି। ସାଢେ ୯ଟା ସୁଦ୍ଧା ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ମୋଟ ୨୫,୭୧୬ ଖଣ୍ଡ ଭୋଟ ମଧ୍ୟରୁ ବିଜେଡି ୧୨,୧୭୯ ଭୋଟ ସହ ଆଗୁଆ ରହିଛି। ଏହା ପଛକୁ ଭାଜପା ୧୧,୭୬୧ ଏବଂ କଂଗ୍ରେସ ୧,୨୦୯ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।
ସେହିପରି ଢେଙ୍କାନାଳ ବିଧାନସଭା ଆସନରୁ ୧୧ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପ୍ରଥମ ରାଉଣ୍ଡ ଗଣତିରେ ୬୧୩୪ ଭୋଟ କାଉଣ୍ଟିଂ ହୋଇଛି। ବିଜେଡିର ସୁଧୀର କୁମାର ସାମଲ ୨୮୪୫ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୨୩୫୯ ଖଣ୍ଡ ଭୋଟ ସହ ଦ୍ୱିତୀୟ ଏବଂ କଂଗ୍ରେସରୁ ଲଢୁଥିବା ନବୀନ ନନ୍ଦ ୭୯୩ ଭୋଟ ସହ ୩ୟ ସ୍ଥାନରେ ଅଛନ୍ତି। ଭୋଟଗଣତି ଶୃଙ୍ଖଳିତ ଭାବେ ଜାରି ରହିଥିବାବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ହିନ୍ଦୋଳ ବିଧାନସଭା (ସଂରକ୍ଷିତ) ଆସନରୁ ୬ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡିର ସୀମାରାଣୀ ନାୟକ ୨୩୧୨, ଭାଜପାର ଅଶୋକ ନାଏକ ୧୮୮୩ ଏବଂ କଂଗ୍ରେସର ତ୍ରିନାଥ ବେହେରା ୨୭୬ ଖଣ୍ଡ ଭୋଟ ପାଇଛନ୍ତି।
କାମାକ୍ଷାନଗର ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୩୫୪୭, ଭାଜପା ୧୭୮୭, ଏବଂ କଂଗ୍ରେସ ୩୧୭ ଭୋଟ ପାଇଥିବା ଜଣାପଡ଼ିଛି। ଏହି ଆସନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏଠାରୁ ଭାଜପାରୁ ଶତ୍ରୁଘ୍ନ ଜେନା ଏବଂ କଂଗ୍ରେସରୁ ଭବାନୀ ଶଙ୍କର ମହାପାତ୍ର ଲଢୁଛନ୍ତି।
ସେହିପରି ପରଜଙ୍ଗ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ସେ ୨୨୭୭ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ପଛକୁ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ୧୮୫୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଯଶସ୍ବିନୀ ରାଉତ ୨୬୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri