Posted inଫୁରସତ

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି ଏକ ଛତା ଯାହାକୁ ଧରିବାକୁ ପଡ଼ିବ ନାହିଁ। ଆଉ ଆପଣଙ୍କ ମୁଣ୍ଡ ଯେଉଁଠି ରହିବ ଛତା ତା’ ଉପରକୁ ଆପେ ଚାଲିଯିବ। ଏହା ସବୁବେଳେ ମୁଣ୍ଡ ଉପରେ ଘୂରି ବୁଲୁଥିବା ଦେଖିବାକୁ ମିଳିବ।

ଏହାର ଆଉ ଏକ ବିଶେଷତ୍ୱ ହେଉଛି ଯେ, ବାଇକ୍‌ ଚଳାଇବାବେଳେ ଓ ତୀବ୍ର ବେଗରେ ପବନ ହେଉଥିବା ସମୟରେ ବି ଏହାକୁ ବ୍ୟବହାର କରିପାରିବେ। ଏହା ସବୁବେଳେ ସାଙ୍ଗରେ ରହିବ। ତେବେ ଏହା ସମ୍ଭବ ହେଉଛି ଉକ୍ତ ଛତାରେ ଲାଗିଥିବା ଡ୍ରୋନ୍‌ ପାଇଁ, ଯାହାକୁ ମୋବାଇଲ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏହାକୁ ତିଆରି କରିଛି ଜାପାନର ପ୍ଲାଷ୍ଟିକ କମ୍ପାନୀ ଅଶାହି ପାଓ୍ବାର ସର୍ଭିସେସ୍‌। ହେଲେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା ସମ୍ଭବ ନ ହୋଇପାରେ ବୋଲି ମଧ୍ୟ ଅନେକେ ମତ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri