Posted inଜାତୀୟ

ଡ୍ରାଗନ ନାଲି ଆଖି ଦେଖାଇବାର ୩ ମୁଖ୍ୟ କାରଣ

ନୂଆଦିଲ୍ଲୀ, ୧୭।୬: ଲଦାଖଠାରେ ଭାରତ ଚାଇନା ସୀମାରେ ଥିବା ଗଲଓ୍ବାନ ଘାଟିରେ ଉତ୍ତେଜନା ଦେଖାଦେଇଛି। ତେବେ ସୀମା ବିବାଦ ପଛରେ ଚାଇନାର ନିହିତ ସ୍ବାର୍ଥ ରହିଛି। ୩ ମୁଖ୍ୟ କାରଣ ଯୋଗୁ ଡ୍ରାଗନ ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରିଥିବା କୁହାଯାଉଛି। ପ୍ରଥମ କାରଣଟି ହେଉଛି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା। ଭାରତର ଏହି ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଚାଇନା ଜାତିସଙ୍ଗ ସୁରକ୍ଷା ପରିଷଦ ପର୍ଯ୍ୟନ୍ତ ନେଇଯାଇଥିବା ବହିର୍ବ୍ୟାପାର ବିଶେଷଜ୍ଞ ହର୍ଷ ବି. ପନ୍ତ କହିଛନ୍ତି। ଲଦାଖ ଏବଂ ଜମ୍ମୁ-କଶ୍ମୀରରେ ଭାରତର ଅଧିକ ନିୟନ୍ତ୍ରଣ ରହିଲେ ଜାରି ରହିଥିବା ଚାଇନାର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ପାକିସ୍ତାନ ସହିତ ଚାଇନା ନିର୍ମାଣ କରୁଥିବା ସ୍ବତନ୍ତ୍ର ଆର୍ଥିକ କରିଡୋର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଚାଇନା ଆଶଙ୍କା କରୁଛି। ଏହା ପାକ୍‌ ଅଧିକୃତ କଶ୍ମୀର(ପିଓକେ) ମଧ୍ୟ ଦେଇ ଯାଉଥିବାରୁ ଚାଇନା ମନରେ ଭୟ ବସା ବାନ୍ଧିଛି। ଅପରପକ୍ଷରେ କରୋନା ସଂକ୍ରମଣ ନେଇ ଚାଇନା ଉପରେ ପୃଥିବୀର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଭାରତ ସହିତ ସୀମା ବିବାଦ ସୃଷ୍ଟି କରିବାକୁ ଚାଇନା ଚାହୁଁଥିବା କୁହାଯାଉଛି। ଏହାଦ୍ୱାରା ପୃଥିବୀର ବିଭିନ୍ନ ରାଷ୍ଟ୍ରର ଧ୍ୟାନ ଭାରତ-ଚାଇନା ସୀମା ବିବାଦ ପ୍ରତି ଆକର୍ଷିତ ହେବ। ସେହିପରି ଭାରତର ଆର୍ଥିକ ତଥା ବିଦେଶ ନୀତି ଚାଇନା ପାଇଁ ବିପଦ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନିର୍ମାଣ ଯୋଜନା ଚାଇନାକୁ ଅସହ୍ୟ ହୋଇଛି। ସେଥିପାଇଁ ସୀମା ବିବାଦରେ ଭାରତକୁ ଲଗାଇବାକୁ ଚାଇନା ଯୋଜନା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri