ଡ୍ରାଇଭରଙ୍କୁ ମାଡ଼ ମାରିି ଟାଟା ମ୍ୟାଜିକ୍‌ ଲୁଟ୍‌ ଘଟଣା: ୧୪ ମାସ ପରେ ଗାଡ଼ି ଜବତ, ୨ ଗିରଫ

ବାଲିଅନ୍ତା,୨୯ା୬(ଡି.ଏନ୍‌.ଏ.): ୧୪ମାସ ତଳେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଅନନ୍ତପୁରସ୍ଥିତ ଏକ ମଦ ଦୋକାନ ସମ୍ମୁଖରୁ ଜଣେ ଡ୍ରାଇଭରଙ୍କୁ ଲୁହାରଡରେ ମାଡ଼ମାରି ଟାଟା ମ୍ୟାଜିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବାଲିଅନ୍ତା ପୋଲିସ। ଘଟଣାରେ ସମ୍ପୃକ୍ତି ଥିବା ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଅଛି। ଗିରଫଦ୍ୱୟ ହେଲେ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅଧୀନ ବାଗଲପୁର ଗ୍ରାମର ପ୍ରଭାତ ସାମଲ (୨୫) ଓ କଟକ ଜିଲା କନ୍ଦରପୁର ଥାନା ବିରିବାଟୀର ପପୁନା ଓରଫ ଶିବପ୍ରସାଦ ଭୋଇ(୨୩)। ପୋଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ଗାଡିକୁ ଜବତ କରିଛିି। ଫେରାର ଅଭିଯୁକ୍ତ ହେଲେ କନ୍ଦରପୁର ଗ୍ରାମର ବିିଦ୍ୟାଧର ବେହେରା। ଏ ନେଇ ଥାନାରେ ନଂ ୮୬/୧୮ରେ ରୁଜୁ ହୋଇଥିବା ମାମଲାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ଶୁକ୍ରବାର ପାହାଳ ଫାଣ୍ଡିରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପ୍ରଦୀପ କୁମାର ରାଉତଙ୍କ କହିବା ମୁତାବକ, ୨୦୧୮ ଏପ୍ରିଲ ୫ତାରିଖରେ ପ୍ରଭାତ ଖୋର୍ଦ୍ଧାରୁ ଏକ ଟାଟା ମ୍ୟାଜିକ (ନଂ ଓଡି ୦୨ ଏପି ୭୩୦୯)କୁ ଭଡାରେ ନେଇ ଫୁଲନଖରା ଅଭିମୁଖେ ଆସିଥିଲେ। କିନ୍ତୁ ଗାଡ଼ିକୁ ଫୁଲନଖରା ପରିବର୍ତ୍ତେ ଅନନ୍ତପୁର ନେଇଯାଇଥିଲେ। ସେଠାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ କିଣି ଗାଡିରେ ଥିବା ଡ୍ରାଇଭର ରବୀନ୍ଦ୍ର ପୃଷ୍ଟିକୁ ପିଇବାକୁ ଦେଇଥିଲେ। ଉଭୟ ମଦ ପିଇବା ପରେ ନିଶାରେ ପ୍ରଭାତ ତାଙ୍କ ସାଙ୍ଗ ଶିବପ୍ରସାଦ ଓ ବିଦ୍ୟାଧରକୁ ସେଠାକୁ ଡାକିଥିଲେ। ପରେ ତିନି ମିଶି ଚୋରି ଉଦ୍ଦେଶ୍ୟରେ ଡ୍ରାଇଭରଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ରବୀନ୍ଦ୍ର ଆହତ ହେବାରୁ ତାଙ୍କ ପାଖରୁ ୧୬୫୦ଟଙ୍କା ସହ ଟାଟା ମ୍ୟାଜିକକୁ ନେଇ ତିନି ଫେରାର ହୋଇଯାଇଥିଲେ। ଏ ନେଇ ରବୀନ୍ଦ୍ର ସୁସ୍ଥ ହୋଇ ୧୧ତାରିଖରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri