ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ

ଡୁଙ୍ଗୁରିପାଲି, ୯ା୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ ସମାଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ନାନାବିଧ ଉନ୍ନୟନ୍ନମୂଳକ କାର୍ଯ୍ୟଦ୍ୱାରା ଡୁଙ୍ଗୁରିପାଲି ବ୍ଲକକୁ ରାଜ୍ୟର ଏକ ସ୍ବତନ୍ତ୍ର ବ୍ଲକର ପରିଚୟ ଦେବାକୁ ଚେଷ୍ଟା କରିବି ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ, ଡବ୍ଲୁଡିସି ସଭ୍ୟ ହିମାଂଶୁ ଶେଖର ବିଶ୍ୱାଳ, ସମିତି ସଭ୍ୟ ସଂଘ ସଭାପତି ମନୋଜ କୁମାର ପୁରୋହିତ, ଜିଲା ପରିଷଦ ସଭ୍ୟା ମମତା ମଟାରୀ, ସରପଞ୍ଚ ସଂଘ ସମ୍ପାଦକ ଲବ ମେହେର, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରମେଶ ପୂଜାରୀ ମଞ୍ଚାସୀନ ଥିଲେ ା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କେବଳ ଡୁଙ୍ଗୁରିପାଲି ବ୍ଲକ ନୁହେଁ, ସୁବର୍ଣ୍ଣପୁର ଜିଲାର କିଭଳି ବିକାଶ ହୋଇ ପାରିବ ସେ ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବ୍ଲକ ଆଇସିଡିଏସ, ଆରଏମସି, ବଣିକ ସଂଘ, ମହିଳା ଏସ୍‌ଏଚ୍‌ଜି, ସରପଞ୍ଚ, ସମିତି ସଭ୍ୟ, କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲାର…

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି ।…

ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ ସଭାପତିତ୍ୱରେ…

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨…

ପଞ୍ଚାୟତ- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଯୋଗଦେଲେ ୧୨ ଜିଲାର…

ସମ୍ବଲପୁର, ୧୩।୧(ପ୍ରମୋଦ ବହିଦାର):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ବଲପୁରରେ ଡିଭିଜନାଲ ଜିଲାପାଳ ସମ୍ମିଳନୀ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ…

ନାବାଳକଙ୍କୁ ଏୟାରଗନ୍‌ରୁ ଗୁଳି ଚଳାଇଲେ ଯୁବକ, ଫେରାର ହୋଇଯିବା ସମୟରେ…

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ସଦରଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଗୁଳିରେ ସେହି ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri