ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ବର୍କ ଦୃଢ କରୁଛି ବିଓଆଇ:ସିଇଓ

ଭୁବନେଶ୍ୱର,୨୭-୬(ବ୍ୟୁରୋ): ଲୋକଙ୍କ ବ୍ୟାଙ୍କିଙ୍ଗ ଚାହିଦା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏହାକୁ ଧ୍ୟାନରେ ରଖି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ବ୍ୟାଙ୍କ ଷ୍ଟାର ପଏଣ୍ଟ ବିସି ନେଟଓ୍ବର୍କ ଭଳି ଡିଜିଟାଲ ପଦକ୍ଷେପ ଦ୍ୱାରା ସାରା ଦେଶରେ ଡୋରଷ୍ଟେପ ବ୍ୟାଙ୍ଗିଙ୍ଗକୁ ପ୍ରୋତ୍ସାହିତ କରୁଛି। ବ୍ୟାଙ୍କ ନିକଟରେ ୨୦୦୦ ଷ୍ଟାର ପଏଣ୍ଟ ବିସି ନେଟଓ୍ବର୍କ ରହିଛି। ଓଡିଶାରେ ଏହାର ସଂଖ୍ୟା ୩୦୦ ରହିଥିବା ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଦୀନବନ୍ଧୁ ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି। ସେ ଓଡିଶା ଗସ୍ତରେ ଆସିଥିବା ବେଳେ ଫନୀ ପ୍ରଭାବିତ ଲୋକଙ୍କ ଲାଗି ୬.୬୧ କୋଟି ଟଙ୍କାର ଆର୍ଥତ୍କ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରଦାନ କରିଛନ୍ତି।
ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବ୍ୟାଙ୍କ ୨୫୬ ଶାଖା ସହ ସେବା ଯୋଗାଉଛି। ଫନୀରେ ପ୍ରଭାବିତ ଗ୍ରାହକଙ୍କ ରଣ ପୁନର୍ଗଠନ ଦିଗରେ ବ୍ୟାଙ୍କ ପଦକ୍ଷେପ ନେଉଛି। ୨୦-୨୫% ଋଣ ଅଭିବୃଦ୍ଧି ଆଶାବାଦୀ ରହିଥିବା ମହାପାତ୍ର କହିଛନ୍ତି। ରାଜ୍ୟରେ ଏନ୍‌ପିଏ ଆକାଉଣ୍ଟଗୁଡିକର ଋଣ ସମାଧାନ ଲାଗି ନନ୍ଦିଘୋଷ ଯୋଜନା ହାତକୁ ନିଆଯାଇଛି। ଏହାର ଲାଭ ନେଇ ଲୋକମାନେ ସହଜ କିସ୍ତିରେ ଋଣ ସୁଝିବା ସହ ଋଣମୁକ୍ତ ହୋଇ ପାରିବେ। ୨୦୧୮-୧୯ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ବ୍ୟାଙ୍କ ୨୫୨ କୋଟି ଟଙ୍କା ଲାଭ କରିଛି। ସେହିଭଳି ରାଜ୍ୟରେ ମୋଟ କାରବାର ୧୨,୦୦୦ କୋଟି ଟଙ୍କା ରହିଛି। ୨୦୧୮-୧୯ରେ ଏହା ୧୬୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ପିଏସ୍‌ବି-୫୯ ମିନିଟ ଋଣ ଯୋଗାଣରେ ବ୍ୟାଙ୍କର ପରଫରମାନ୍ସ ଉନ୍ନତ ରହିଥିବା ମହାପାତ୍ର କହିଛନ୍ତି। ଏହା ୨୩ ଦେଶରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ମୋଟ ୫୦୦୦ ଶାଖା ସହ ସେବା ଯୋଗାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri