ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ, ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଲାଭ କରିଛି। ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ କରିଛି। ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ପରିଧାନ ବସ୍ତ୍ର(ରେଡିମେଡ୍‌ ଗାର୍ମେଣ୍ଟ)ର ଚାହିଦା ବହୁଳ ମାତ୍ରାରେ ବଢ଼ିଚାଲିଛି। ପରିଧାନ ବସ୍ତ୍ର ମଧ୍ୟରେ ଯୋଗ୍ୟତାସମ୍ପନ୍ନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ଚାହିଦା ବଜାରରେ ଅତୁଳନୀୟ। ଏହାକୁ ଦୃଷ୍ଟିରେ ରଖି ବୟନିକା ସ୍ବତନ୍ତ୍ର ଭାବେ ଏକ ଡିଜାଇନର୍ସ କଲେକ୍ସନ ସେଲ୍‌ ପ୍ରସ୍ତୁତ କରିଛି। ଏହା ବୟନ ଭବନର ପ୍ରଥମ ମହଲାରେ ୨ ହଜାର ବର୍ଗଫୁଟ ପରିମିତ ଜାଗାରେ ସୁନ୍ଦର ସାଜସଜ୍ଜା ସହ ନିର୍ମିତ ହୋଇଛି। ଏଠାରେ ୫ ଖ୍ୟାତିସମ୍ପନ୍ନ ଡିଜାଇନରଙ୍କ ନିଜସ୍ବ ଶୈଳୀରେ ପ୍ରସ୍ତୁତ ଶାର୍ଟ, ଜ୍ୟାକେଟ୍‌, କୋର୍ଟ, ପଞ୍ଜାବୀ, କୁର୍ତ୍ତୀ, ଲେହେଙ୍ଗା, ଫ୍ରକ୍‌, ଚୁଡ଼ିଦାର ଆଦି ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ୫ ଡିଜାଇନରଙ୍କ ବ୍ୟତୀତ ଓଡ଼ିଶାର ୨ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୋନପୁରର ପ୍ରହ୍ଲାଦ ମେହେର ଓ ବରଗଡ଼ର ସସ୍ମିତା ମେହେରଙ୍କ ଦ୍ୱାରା ପ୍ରସ୍ତୁତ ସ୍ବତନ୍ତ୍ର ବସ୍ତ୍ର ମଧ୍ୟ ବିକ୍ରି ପାଇଁ ପ୍ରଦର୍ଶିତ କରାଯାଇଛି। ବୟନିକା ଡିଜାଇନରମାନଙ୍କୁ ବିନା ମୂଲ୍ୟରେ ଶୋ’ ରୁମ୍‌ ପାଇଁ ଜାଗା ଯୋଗାଇ ଦେଇଛି। ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ବୟନିକା ବ୍ରାଣ୍ଡ ଏବଂ ବୟନିକା ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ ବିକ୍ରି କରାଯିବ। ଏହାଦ୍ୱାରା ଓଡ଼ିଶାର ଡିଜାଇନରମାନେ ଉପକୃତ ହେବା ସହ ବୟନିକା ପରିଧାନ ବସ୍ତ୍ର ବଜାରରେ ନିଜର ବିକ୍ରିକୁ ପରିବର୍ଦ୍ଧିତ କରିପାରିବ।
ବୟନ ଭବନର ପ୍ରଥମ ମହଲାରେ ସୋମବାର ଏହି ଆଧୁନିକ ‘ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି। ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ି, ନୂଆପାଟଣା ଖଣ୍ଡୁଆ ଶାଢ଼ି, ସୋନପୁରୀ ବମ୍‌କେଇ ଶାଢ଼ି, କୋଟ୍‌ପାଡ଼ ଶାଢ଼ି, ଯାଜପୁର ଜିଲା ଗୋପାଳପୁରର ଟସର ବସ୍ତ୍ର ଦେଶ ବିଦେଶରେ ବିଶେଷ ଭାବେ ଆଦୃତି ଲାଭ କରିଛି। ଏହି ସବୁ କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ଆଜିର ଯୁବପିଢ଼ିଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିବ। ଏହିସବୁ ବସ୍ତ୍ର ଓଡ଼ିଶାର କଳା, ସଂସ୍କୃତି ଓ ଆଧୁନିକତାର ସୁନ୍ଦର ସମିଶ୍ରଣ। ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ବିଭାଗ ସଚିବ ଶୁଭା ଶର୍ମା, ବୟନିକା ସଭାପତି ଶେଷ ମେହେର, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ଶାସନ ସଚିବ ଅଞ୍ଜନା ପଣ୍ଡା ଯୋଗଦେଇଥିଲେ। ସେହିପରି ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ସାଧାରଣ ପରିଚାଳକ ମିଲି ସାମନ୍ତରାୟ, ବୟନିକା ସମ୍ପାଦକ ଦେବରାଜ ସାହୁଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ, ୩୧।୭(ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫ୍ରାନ୍ସିସ୍…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri