ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି ପାରିବେ। ସେଭଳି ରୋଗୀ କୋଭିଡ୍‌ ହସ୍ପିଟାଲ କିମ୍ବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ଦରକାର ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ ବା ନିୟମାବଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସାମାନ୍ୟ କୋଭିଡ୍‌ ଲକ୍ଷଣ ଦେଖାଯାଉଥିବା ନେଇ ମେଡିକାଲ ଅଫିସର ଯଦି ଘୋଷଣା କରିବେ ସେହି ରୋଗୀମାନେ ଘରେ ପରିବାରଠାରୁ ଅଲଗା ରହିପାରିବେ। ସେହି ସଂକ୍ରମିତ ବ୍ୟକ୍ତିଙ୍କର ଯତ୍ନ ନେବା ପାଇଁ ଜଣେ ସେବାକାରୀ ୨୪ ଘଣ୍ଟା ପାଖରେ ରହିବା ଦରକାର। ସେବା ଯୋଗାଉଥିବା ବ୍ୟକ୍ତି ମେଡିକାଲ ଅଫିସରଙ୍କ ପରାମର୍ଶ ନେଇ କୋଭିଡ୍‌ ସଂକ୍ରମିତଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପ୍ରଫିଲାକ୍ସିସ୍‌ ଔଷଧ ଖାଇବାକୁ ଦେଇ ପାରିବେ। ଏଥିସହିତ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରିବା ସହିତ ୨୪ଘଣ୍ଟିଆ ଏହାକୁ କାର୍ଯ୍ୟକ୍ଷମ କରିବାକୁ (ବ୍ଲୁ ଟୁଥ୍‌/ ୱାଇଫାଇ ସଂଯୋଗ)ପରାମର୍ଶ ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ନିୟମିତ ଭାବେ ନିଜର ସ୍ବାସ୍ଥ୍ୟ ବିଷୟରେ ତଦାରଖ କରିବାକୁ ଜିଲା ସେର୍ଭଲାନ୍ସ ଅଫିସରଙ୍କୁ ଜଣାଇବା ସହିତ ପରବର୍ତ୍ତୀ ସମୟରେ ସର୍ଭେଲାନ୍ସ ଟିମ୍‌କୁ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ଅନୁମତି ଦେବାକୁ ପଡିବ। ସେଲ୍‌ଫ ଆଇସୋଲେଶନରେ ରହିବା ପୂର୍ବରୁ ସଂକ୍ରମିତଙ୍କୁ ଲିଖିତ ଆକାରରେ ଦେବାକୁ ହେବ। ଏଥିସହିତ ହୋମ୍‌ କ୍ୱାରାଣ୍ଟାଇନ୍‌ର ଗାଇଡ୍‌ଲାଇନ୍‌ ଅନୁସରଣ କରିବାକୁ ପଡିବ। କରୋନା ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ନିୟମିତ ଭାବେ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବେ। ଯଦି ସମ୍ପୃକ୍ତ ରୋଗୀଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବ, ଛାତିରେ ଯନ୍ତ୍ରଣା, ମାନସିକସ୍ତରରେ ଦୁର୍ବଳ କିମ୍ବା କଥା କହିବାକୁ ଅକ୍ଷମ ହେଉଥିବେ, ଓଠ କିମ୍ବା ମୁହଁରେ ନୀଳ ରଙ୍ଗର କେତେକ ପରିବର୍ତ୍ତନ ହେଉଥିବ କିମ୍ବା ମେଡିକାଲ ଅଫିସରଙ୍କ ପରାମର୍ଶକ୍ରମେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କର ଯଦି କୌଣସି କରୋନା ଲକ୍ଷଣ ଦେଖାଯାଉଥିବା ମନେ ହେବ ନାହିଁ, କିମ୍ବା ମେଡିକାଲ ଅଫିସର ସମ୍ପୃକ୍ତ ବ୍ୟକ୍ତିିଙ୍କର କୌଣସି ଲକ୍ଷଣ ନ ଥିବା ନେଇ ଲିଖିତ ଆକାରରେ ଦେବେ ସମ୍ପୃକ୍ତ ବ୍ୟକ୍ତି ଗୃହ ସଙ୍ଗରୋଧ ବା ହୋମ୍‌ ଆଇସୋଲେଶନରୁ ମୁକ୍ତି ପାଇପାରିବେ ବୋଲି ନୂତନ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ଏପ୍ରିଲ ୭ରେ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ସାମାନ୍ୟ କରୋନା ଲକ୍ଷଣ ଦେଖାଦେଲେ ମଧ୍ୟ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri