ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ ବ୍ୟତିକ୍ରମ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ରୋଗୀଙ୍କୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଫଳରେ ରୋଗୀ ପାଇଛି ନୂଆ ଜୀବନ। ଡାକ୍ତର ଜଣଙ୍କ ହେଲେ କଟକ ଏସ୍‌ସିବିର କାଡିଓଲୋଜି ବିଭାଗରେ କାର୍ଯ୍ୟରତ ଡା. ଶାରଦା ପ୍ରସାଦ ମହାନ୍ତି।

ସୂଚନାନୁଯାୟୀ, ଡାକ୍ତରଜଣଙ୍କ ଖଣ୍ଡଗିରି ସାଁପୁରରେ ରହୁଛନ୍ତି। ସେ ସବୁଦିନ ଭଳି ଶନିବାର ସକାଳେ କଟକ ବଡ଼ ମେଡିକାଲକୁ ଯାଉଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗ ଅଫିସ ନିକଟରେ ଜଣେ ଯୁବକ ରାସ୍ତା ଉପରେ ଛଟପଟ ହେଉଥିଲେ। ସେଠାରେ ଏକାଧିକ ଲୋକ ଗଦା ହୋଇଥିଲେ ହେଁ କେହି ତାଙ୍କୁ ଉଠାଇ ଡାକ୍ତରଖାନା ନେଉ ନ ଥିଲେ। ଶାରଦା ଉକ୍ତ ବାଟ ଦେଇ ଯିବା ସମୟରେ ତାଙ୍କର ନଜର ଯୁବକଙ୍କ ଉପରେ ପଡ଼ିଥିଲା। ହସ୍ପିଟାଲ ନ ନିଆଗଲେ ତା’ର ଜୀବନ ଚାଲିଯାଇପାରେ ବୋଲି ସେ ଅନୁମାନ କରିଥିଲେ। ତେଣୁ ସେ ବିଳମ୍ବ ନ କରି ତାଙ୍କ କାର ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଅନ୍ୟ ଡାକ୍ତରମାନେ ଯୁବକଙ୍କ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ। ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ବି ଅଘଟଣ ଘଟିପାରିଥାନ୍ତା। ତେବେ ଯୁବକଜଣଙ୍କ ମାତ୍ରାଧିକ ନିଶା ସେବନ କରି ଏପରି ହେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଏଭଳି କାମକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି। ଏନେଇ ଶାରଦା କହିଛନ୍ତି, ଲୋକମାନେ ଯେବେ ରୋଗୀଙ୍କୁ ଦେଖୁଛନ୍ତି ତୁରନ୍ତ ମାନବିକତା ଦେଖାଇ ହସ୍ପିଟାଲ ନିଅନ୍ତୁ। ଭଗବାନ ସହାୟ ହେବେ। ଛିଡ଼ା ହୋଇ ଦେଖିବା ଅପେକ୍ଷା ହସ୍ପିଟାଲ ନେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri