ଡାକ୍ତର-ରୋଗୀ ଉପାଖ୍ୟାନମ୍‌

ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ ।
ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

“ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍‌ କରିଥିବା କଥାକୁ ପ୍ରକାଶ କରିଦେଉଥିଲେ ସାମ୍ବାଦିକମାନଙ୍କ ସମ୍ମୁଖରେ। ସେ କହୁଥିଲେ, “ଚିକିତ୍ସାରେ ଯେ ଭୁଲ୍‌ ହେବ ନାହିଁ, କୌଣସି ଡାକ୍ତର ଏପରି ପ୍ରତିଶ୍ରୁତି ଦେଇପାରିବେନି। ଯେଉଁ ଡାକ୍ତର ରୋଗୀ ଚିକିତ୍ସାରେ ଭୁଲ୍‌ କରନ୍ତିନି ବୋଲି କହିଥାନ୍ତି
ସେମାନେ ନିପଟ ମିଛୁଆ।”

‘ଦେହ ଗୋଟିଏକୁ ରୋଗ କୋଟିଏ’ ବୋଲି କୁହାଯାଇଥାଏ। ତେଣୁ ଡାକ୍ତର ଆମ ଜୀବନର ଏକ ଅତି ପ୍ରୟୋଜନୀୟ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହେବା ସ୍ବାଭାବିକ। ରୋଗ ହେଲେ, ତାହା ସାମାନ୍ୟ ଜ୍ୱର ହୋଇଥାଉ କି ମୁଣ୍ଡବ୍ୟଥା କିମ୍ବା ହୋଇଥାଉ ଅନ୍ୟ କୌଣସି ଜଟିଳ ସମସ୍ୟା, ଏହାର ଉପଶମ ପାଇଁ ଆମେ ଡାକ୍ତରଙ୍କ ନିକଟକୁ ଧାଇଁଯାଉ। ଲକ୍ଷଣ, ଦେହ ପରୀକ୍ଷା ଓ ଗବେଷଣାଗାରରେ କରାଯାଇଥିବା ପରୀକ୍ଷା ଆଦିର ଫଳାଫଳକୁ ଏକତ୍ର ବିଚାର କରି ଡାକ୍ତର ନିର୍ଣ୍ଣୟ କରନ୍ତି ରୋଗ। ରୋଗର ପ୍ରକାରକୁ ଚାହିଁ ବତେଇଦିଅନ୍ତି ଚିକିତ୍ସା। ଭଲ ଡାକ୍ତରମାନେ କେବଳ ଚିକିତ୍ସା ବିଜ୍ଞାନ ଆଧାରିତ ତାତ୍ତ୍ୱିକ ଜ୍ଞାନ ଉପରେ ନିର୍ଭର କରି ନ ଥାନ୍ତି, ନିର୍ଭର ମଧ୍ୟ କରିଥାନ୍ତି ନିଜର ବ୍ୟକ୍ତିଗତ ପାରଦର୍ଶିତା ଓ ଅଭିଜ୍ଞତା ଉପରେ। ସମାଜରେ ଡାକ୍ତରଙ୍କର ଅମୂଲ୍ୟ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରେଇବା ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷର ଜୁଲାଇ ୧ ତାରିଖରେ ପାଳିତ ହୋଇଥାଏ ‘ଜାତୀୟ ଚିକିତ୍ସକ ଦିବସ’ ବା ‘ନ୍ୟାଶନାଲ ଡକ୍ଟର’ସ୍‌ ଡେ।

ଏହି ଜୁଲାଇ ୧ ତାରିଖରେ (୧୮୮୨ ମସିହା) ବିଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟ ଭୂମିଷ୍ଠ ହୋଇଥିଲେ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଜୁଲାଇ ୧ ତାରିଖ (୧୯୬୨) ମଧ୍ୟ ତାଙ୍କର ମୃତ୍ୟୁ ତିଥି। ସେ ଇଂଲଣ୍ଡରୁ ଏମ୍‌ଆରସିପି ଏବଂ ଏଫ୍‌ଆର୍‌ସିଏସ୍‌ କରି କଲିକତାର ତତ୍କାଳୀନ କ୍ୟାମ୍ବେଲ ମେଡିକାଲ ସ୍କୁଲ (ବର୍ତ୍ତମାନର ନୀଲ୍‌ରତନ ସରକାର ମେଡିକାଲ କଲେଜ)ରେ ଶିକ୍ଷକତା ଓ ରୋଗୀ ଚିକିତ୍ସା କରିଥିଲେ। ସେ ଯେ କେବଳ ଜଣେ ସୁଦକ୍ଷ ଚିକିତ୍ସକ ଥିଲେ ସେତିକି ନୁହେଁ, ସେ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ୧୯୪୮ ମସିହାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ୧୪ ବର୍ଷ ଧରି ସେ ରହି ଆସିଥିଲେ ନବଗଠିତ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ। ୧୯୬୧ରେ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ କଲିକତାର ଉପନଗରୀ ସଲ୍ଟଲେକର ନାମକରଣ କରାଯାଇଛି ‘ବିଧାନ ନଗର’। ଯାହାହେଉ, ସବୁ ଯୁଗରେ ଖରାପ ଡାକ୍ତର ଥିଲେ। ସୁଇଜରଲାଣ୍ଡର ଡାକ୍ତର ପାରାସେଲସସ୍‌ କହିଯାଇଛନ୍ତି, ”ରୋଗୀ ଉପରେ ଔଷଧର ପ୍ରଭାବ ଅପେକ୍ଷା ଡାକ୍ତରମାନଙ୍କ ରୋଗୀଦରଦୀ ଆଚାର ଆଚରଣର ପ୍ରଭାବ ଅଧିକ ଫଳପ୍ରଦ।“
କିଛିବର୍ଷ ତଳେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ୪୦ ପ୍ରତିଶତ ରୋଗୀ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ଚାହିଁଥିବାବେଳେ ଦରଦୀ, ଦୟାଳୁ, ସହାନୁଭୂତିଶୀଳ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସିତ ହେବାକୁ ଚାହିଁଥିଲେ ୬୦ ପ୍ରତିଶତ ରୋଗୀ।
ଚିକିତ୍ସା ବିଜ୍ଞାନର ଭବିଷ୍ୟତ ସମ୍ବନ୍ଧରେ ମତ ଦେବାକୁ ଯାଇ ଆଣ୍ଟୋଇନ୍‌ ଡି. ସେଣ୍ଟ ଏକ୍‌ସପେରୀ କହିଥିଲେ, ”ଫିଜିସିଆନ୍‌ ବା ଚିକିତ୍ସାବିଜ୍ଞାନୀମାନଙ୍କ ପରିବର୍ତ୍ତେ ଏଣିକି ରୋଗୀଙ୍କୁ ଚିକିତ୍ସା କରିବେ ଫିଜିସିଷ୍ଟ ବା ପଦାର୍ଥବିଜ୍ଞାନୀମାନେ। କାରଣ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ଏପରିକି ଶଲ୍ୟୋପଚାରର ଦାୟିତ୍ୱ ମଧ୍ୟ ନେଲେଣି କମ୍ପ୍ୟୁଟର ପରିଚାଳିତ ଉପକରଣମାନ।“
କିନ୍ତୁ ନିଜର ବ୍ୟକ୍ତିଗତ ପସନ୍ଦ ସମ୍ପର୍କରେ ତାଙ୍କର ମତ ଥିଲା, ”ମୁଁ ଗଁାର ସେହି ପୁରୁଣା ବୁଢ଼ା ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପାଇଁ ବେଶି ପସନ୍ଦ କରିବି। ରୋଗାକ୍ରାନ୍ତ ହୋଇ ତାଙ୍କ ପାଖରେ ପହଞ୍ଚିଲେ ବୁଢ଼ା ଡାକ୍ତର ତାଙ୍କ ଚଷମା ଉପରର ଫାଙ୍କ ବାଟେ ମୋତେ ଟିକିଏ କଣେଇ ଚାହିଁବେ। ମୋତେ ଖଟ ଉପରେ ଶୁଆଇ ହାତ ବୁଲେଇବେ ମୋ ପେଟ ଉପରେ। ତାଙ୍କର ସେହି ଅତି ପୁରୁଣା ଓ ରଙ୍ଗ ଛାଡ଼ିଯାଇଥିବା ଷ୍ଟେଥୋସ୍କୋପ୍‌ ସାହାଯ୍ୟରେ କରିନେବେ ମୋର ଛାତି ପରୀକ୍ଷା। ଏହା ଉତ୍ତାରୁ ସେ ଟିକିଏ ଖୁଁ ଖୁଁ କାଶିବେ। ଚୁରୁଟରେ ନିଅଁା ଧରେଇ ଟାଣିନେବେ କଳେ ଦି’କଳ ଧୂଅଁା। ପରେପରେ ଓଠରେ ହାତରଖି ଓ ଆଖିବୁଜି ବସିରହିବେ ଦୁଇ ଅଢ଼େଇ ମିନିଟ୍‌; ସତେ ଯେମିତି ମୋ’ର ସମସ୍ୟାଟା ଏବେ ସବାରହୋଇଯାଇଛି ତାଙ୍କ ଉପରେ।
ରୋଗୀ ଚିକିତ୍ସାରେ ନିଜର ଭୁଲ୍‌ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍‌ କରିଥିବା କଥାକୁ ପ୍ରକାଶ କରିଦେଉଥିଲେ ସାମ୍ବାଦିକମାନଙ୍କ ସମ୍ମୁଖରେ। ସେ କହୁଥିଲେ, ‘ଚିକିତ୍ସାରେ ଯେ ଭୁଲ୍‌ ହେବ ନାହିଁ, କୌଣସି ଡାକ୍ତର ଏପରି ପ୍ରତିଶ୍ରୁତି ଦେଇପାରିବେନି। ଯେଉଁ ଡାକ୍ତର ରୋଗୀ ଚିକିତ୍ସାରେ ଭୁଲ୍‌ କରନ୍ତିନି ବୋଲି କହିଥାନ୍ତି ସେମାନେ ନିପଟ ମିଛୁଆ।
ସ୍ନେହ, ପ୍ରେମ, କରୁଣା ଆନ୍ତରିକତା ସହାନୁଭୂତିଶୀଳତା ଏବଂ ରୋଗ ପ୍ରତି ନିଜର ଦାୟବଦ୍ଧତା – ଏସବୁ ଥିଲେ କୃତ୍ରିମତାର କଳଙ୍କ ନ ଥିଲେ ରୋଗୀ କିମ୍ବା ରୋଗୀଙ୍କ ଆତ୍ମୀୟ, କେହି ଡାକ୍ତରଙ୍କ ତ୍ରୁଟି ବିଚ୍ୟୁତି ପ୍ରତି ଅସହିଷ୍ଣୁ ହେବେ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରିଆର ଡାକ୍ତର ଥିଓଡୋର ବିଲ୍‌ରୋଥ। ରାଜା ନବମ ଚାର୍ଲସଙ୍କ ଚିକିତ୍ସକ ଥିଲେ ଆମ୍ବୋଏ ପାରେ। ତାଙ୍କୁ ଟିକିଏ ଭଲ ଭାବରେ ଚିକିତ୍ସା କରିବା ନିମିତ୍ତ ରାଜା ଅନୁରୋଧ କରିଥିଲେ ଡାକ୍ତର ପାରେଙ୍କୁ। ମାତ୍ର ରାଜାଙ୍କୁ ଡାକ୍ତର ପାରେଙ୍କର ଉତ୍ତର ଥିଲା, ପୂଜ୍ୟ ମଣିମା, ରାଜା ଆଉ ରଙ୍କ ଉଭୟଙ୍କୁ ମୁଁ ସମାନ ଆନ୍ତରିକତାର ସହ ଚିକିତ୍ସା କରିଥାଏ।
କିନ୍ତୁ ଚିକିତ୍ସକଙ୍କୁ ତାଙ୍କର ନ୍ୟାଯ୍ୟ ଫି’ ଦେଇଦେବା ପାଇଁ କହିଥିଲେ ଭାରତୀୟ ଚିକିତ୍ସକ ଚରକ। ଦଶମ ଶତାବ୍ଦୀରେ ପ୍ରକାଶିତ ହୋଇଥିଲା, ମେଡିକାଲ ଗାଇଡ୍‌ ନାମକ ବହି। ଡାକ୍ତରମାନଙ୍କୁ ପରାମର୍ଶ ଦେଇ ବହିର ଲେଖକ ଉଲ୍ଲେଖ କରିଥିଲେ ଯେ ରୋଗୀର ଅବସ୍ଥା ନିହାତି ସାଂଘାତିକ ନ ହେବା ପର୍ଯ୍ୟନ୍ତ ତା’ର ପାଖ ମାଡନି। ରୋଗୀ ପାଖରେ ପହଞ୍ଚତ୍ବା ପରେ ତାକୁ ପରୀକ୍ଷା କରିସାରି ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ନିଜ ପାଉଣା ସମ୍ବନ୍ଧରେ କଥାବାର୍ତ୍ତା ଛିଣ୍ଡେଇ ଦିଅ। କାରଣ ରୋଗୀ ସାମାନ୍ୟ ଉପଶମ ଅନୁଭବ କରିବା ମାତ୍ରେ ସେ ତୁମକୁ ଭୁଲିଯିବା କିଛି ଅସମ୍ଭବ ନୁହେଁ।
ଡାକ୍ତରୀ ପଢା ଆରମ୍ଭ କରିବା ପୂର୍ବରୁ ଛାତ୍ରୀଛାତ୍ରମାନେ ମହାନ ଗ୍ରୀକ୍‌ ଚିକିତ୍ସକ ତଥା ଆଧୁନିକ ଚିକିତ୍ସା ବିଜ୍ଞାନର ଜନକ ଭାବେ ଖ୍ୟାତ ହିପ୍ପୋକ୍ରାଟିସ୍‌ଙ୍କ ନାମରେ ହିପ୍ପୋକ୍ରାଟିସ୍‌ ଶପଥ ନେଇଥାନ୍ତି। ସେହି ଶପଥନାମାରେ ଉଲ୍ଲେଖ ଅଛି, ସମସ୍ତ ମାନବୀୟ ଧର୍ମକୁ ପୋଷଣ କରିବା ସହ ମୁଁ ଅର୍ଥ ଉପାର୍ଜନ ପ୍ରତି ନିଃସ୍ପୃହ ରହିବି। ଆଜି ପର୍ଯ୍ୟନ୍ତ କେହି ହିପୋକ୍ରାଟିସ୍‌ ଶପଥନାମାକୁ ସଂଶୋଧନ କରିବାର ଆବଶ୍ୟକତା ଅନୁଭବ କରିନାହାନ୍ତି। କାରଣ ହିପ୍ପୋକ୍ରାଟିସ୍‌ କହିଥିଲେ, ରୋଗୀର ସର୍ବାଙ୍ଗୀନ ମଙ୍ଗଳ କରିବା ହିଁ ମୋର ପରମ କର୍ତ୍ତବ୍ୟ।
ସେଥିପାଇଁ ହୁଏତ ଲିଓନାର୍ଡୋ ଦା ଭିଞ୍ଚ ପରାମର୍ଶ ଦେଇଥିଲେ, ”ପ୍ରତ୍ୟେକ ବ୍ୟକ୍ତି ଡାକ୍ତରଙ୍କୁ ଫି’ ଦେବା ପାଇଁ ଯଥେଷ୍ଟ ଧନ ସଞ୍ଚି ରଖିବା ଉଚିତ। କାରଣ ସେମାନେ ଜୀବନହନ୍ତା। ତେଣୁ ସେମାନଙ୍କୁ ଫି’ଦେଇ ଧନୀ କରି ରଖିବା ହିଁ ନିରାପଦ।“
ସେହିପରି ନିଜ ବିଷୟରେ ଡାକ୍ତର ଜେ.ସି. ଲେଟ୍ଟସସ୍‌ ଲେଖିଥିଲେ, ”ଲୋକଙ୍କର ଦେହ ଖରାପ ହେଲେ ସେମାନେ ଚିକିତ୍ସା ପାଇଁ ମୋ ପାଖକୁ ଆସିଥାନ୍ତି। ମୁଁ ସେମାନଙ୍କ ଠାରୁ ରକ୍ତ ଓ ଝାଳ ଝରେଇ ଦେଇ ଚିକିତ୍ସା କରିଥାଏ। ସେମାନଙ୍କ ଭିତରୁ କିଏ ବଞ୍ଚିଯାଏ ତ କିଏ ମରିଯାଏ। ମାତ୍ର ସେଥିରେ ମୋର ଯାଏ ଆସେ କେତେ?“
ପ୍ରଖ୍ୟାତ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡର ମୃତ୍ୟୁବରଣ କରିବାର ଅବ୍ୟବହିତ ପୂର୍ବରୁ ନିଜର ବିଶ୍ୱସ୍ତ ସେନାପତିମାନଙ୍କୁ ଅନୁରୋଧ କରିଯାଇଥିଲେ ଯେ ସେ ମରିଗଲା ପରେ ତାଙ୍କ ଶବାଧାରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେବାବେଳେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ହିଁ ହେବେ ଶବବାହକ। ଡାକ୍ତରମାନଙ୍କ ସୀମିତ ସାମର୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରେଇ ଦେବା ନିମନ୍ତେ ହିଁ କେବଳ ଏପରି ଏକ ଅଦ୍ଭୁତ ଅନୁରୋଧ କରିଯାଇଥିଲେ ଆଲେକ୍‌ଜାଣ୍ଡର।
ଅବଶ୍ୟ ଜଣେ ଭବିଷ୍ୟତରେ ଭଲ ଡାକ୍ତର ହେବ କି ଖରାପ ଡାକ୍ତର ହେବ, ଏହା ମେଡିକାଲ କଲେଜ୍‌ରେ ନାଁ ଲେଖେଇବାବେଳେ ଜାଣିପାରିବା ଆଦୌ ସମ୍ଭବ ନୁହେଁ। କାରଣ ଡାକ୍ତରୀ ବିଦ୍ୟାଟି ପ୍ରତି କାହାଠାରେ କୌଣସି ଜନ୍ମଗତ ପ୍ରେରଣା ଓ ପ୍ରବୃତ୍ତି ଥିବା କଥା ପ୍ରମାଣିତ ହୋଇପାରିନାହିଁ।
ମଣିଷ ସୃଷ୍ଟିର ଇତିହାସ ଯେତିକି ପୁରୁଣା, ରୋଗୀ ଓ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ ହୁଏତ ସେତିକି ପୁରୁଣା। ସେଥିପାଇଁ ମୁନିଋଷି, ଦାର୍ଶନିକ, ରାଜାମହାରାଜା ଏବଂ ଏପରିକି କେତେକ ଚିକିତ୍ସକ ନିଜେ ରୋଗୀ ଓ ଚିକିତ୍ସକଙ୍କ ପାରସ୍ପରିକ ସମ୍ପର୍କ କିପରି ହେବା ଉଚିତ ଏ ବିଷୟରେ ସବିଶେଷ ଆଲୋକପାତ କରିଯାଇଛନ୍ତି। ମାତ୍ର ହାୟ, ଆଜିର ଦୁନିଆ ହୋଇଛି ବିକାକିଣାର ଦୁନିଆ। ରୋଗୀ ଚିକିତ୍ସା ପାଲଟିଯାଇଛି ଏକ ‘ଶିଳ୍ପ’। ଚିକିତ୍ସା ସେବା ବିକୁଛି ଚିକିତ୍ସକ ଏବଂ ଚିକିତ୍ସା ସେବା କିଣୁଛି ରୋଗୀ!

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ- ୧୧୩୧, ଅଭିନବବିଡ଼ାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri