ଡାକ ବିଭାଗକୁ ରିପୋର୍ଟ ତଲବ

କଟକ ଅଫିସ,୨୨।୫: ପୁରୀରେ ଥିବା ରେଳ ଡାକସେବା (ଆର୍‌ଏମ୍‌ଏସ୍‌)କୁ ଖୋର୍ଦ୍ଧା ରୋଡ୍‌କୁ ସ୍ଥାନାନ୍ତର ପାଇଁ ଚାଲିଥିବା ଯୋଜନାକୁ ବିରୋଧ ହୋଇଛି। ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ ସଙ୍ଗମ୍‌ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆବେଦନକାରୀ ଦର୍ଶାଇଥିଲେ ଯେ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଭିନ୍ନ ସୁବିଧା ଯୋଗାଉଥିବା କାର୍ଯ୍ୟାଳୟଗୁଡ଼ିକୁ ପୁରୀରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସ୍ବାଧୀନତା ପୂର୍ବରୁ ପୁରୀରେ ରେଳ ଡାକସେବା କାର୍ଯ୍ୟାଳୟ ରହିଛି। ବହୁ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏଥିରେ ଉପକୃତ ହେଉଛନ୍ତି। ଘରଭଡ଼ାର ଆଳ ଦେଖାଇ କେନ୍ଦ୍ର ସରକାର ପୁରୀରୁ ଏହି ସଂସ୍ଥାକୁ ଖୋର୍ଦ୍ଧାରୋଡ ସ୍ଥାନାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି। ସଚେତନ ନାଗରିକ ମଞ୍ଚ ଓ ଶ୍ରୀଜଗନ୍ନାଥ ସେନା ଆଗତ କରିଥିବା ଏହି ମାମଲାକୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ପରିଚାଳନା କରିଥିଲେ। ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌ ଅନୁପ କୁମାର ବୋଷ ନୋଟିସ୍‌କୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂର୍ବରୁ ଦାଏର ହୋଇଥିବା ମାମଲାର ଡବ୍ଲ୍ୟୁପିସି ୧୬୨୫୪/୨୦୦୯ ପୁରୁଣା ରେକର୍ଡକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?