ଡମ୍ପର ଧକ୍କାରେ ଜଣଙ୍କ ଜୀବନଗଲା

ବଡ଼ବିଲ, ୨୯।୪( ସ. ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବ୍ରେକ ଡାଉନ ଡମ୍ପରକୁ ଏକ ଅଜଣା ଡ଼ମ୍ପର ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରେକ ଡାଉନ ଡମ୍ପରର ମାଲିକ ଭଦ୍ରାସାହି ଅଞ୍ଚଳର ସୁରେଶ ଧଳ। ସୂଚନା ଅନୁଯାୟୀ, ବୁଧବାର ଭୋର ୪ଟା୪୫ରେ ଭଦ୍ରାସାହି ଅଞ୍ଚଳର ଏକ ଡମ୍ପର ବ୍ରେକ ଡାଉନ ହୋଇ କଳିଙ୍ଗନଗର ଠାରେ ମରାମତି କାର୍ଯ୍ୟ ଚାଲିଥିଲା। ବ୍ରେକ ଡାଉନ ଡମ୍ପରଟି ରାସ୍ତାର ବାମ ପାର୍ଶରେ ଛିଡା ହୋଇଥିଲା। ସମ୍ମୁଖରେ ମାଲିକ ସୁରେଶ ଧଳ ଛିଡା ହୋଇ ମରାମତି କାର୍ଯ୍ୟ ତଦାରଖ କରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଡମ୍ପର ରାସ୍ତାର ଡାହାଣ ପାର୍ଶକୁ ଯାଇ ବ୍ରେକ ଡାଉନ ଡମ୍ପରକୁ ଧକ୍କାଦେଇଥିଲା। ଫଳରେ ସୁରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଡମ୍ପର ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭୋର ସମୟ ହୋଇଥିବାରୁ ଦୁର୍ଘଟଣା ଘଟାଇଥିବା ଡମ୍ପରର ନମ୍ବର ଜଣାପଡିନଥିଲେ ହେଁ ଖଣିଜ ବୋଝେଇ ଡମ୍ପରଟି ବଲାଣି ଆଡ଼କୁ ଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ସିଂହବାହିନୀଙ୍କ ଆଗମନୀ ପାଇଁ ଦିଗପହଣ୍ଡିରେ ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?