ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ ଓ ପାର୍ଟପ୍ଲଟ ବିକ୍ରି ଭଳି ୧୩ଟି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଗଲାଣି। ହେଲେ ତୃଣମୂଳସ୍ତରରେ ରାଜସ୍ବ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ ବେଳେ ଝୁଣ୍ଟୁଛନ୍ତି। ଅଧିକାଂଶ ଅଧିକାରୀ ସରକାରଙ୍କ ସଂଶୋଧିତ ନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ସାଧାରଣ ଲୋକେ ରାଜସ୍ବ ସେବା ପାଇବାରେ ଅନ୍ତରାୟ ସୃଷ୍ଟି ହେଉଛି। ମଧ୍ୟସ୍ଥମାନେ ଏହାର ଫାଇଦା
ଉଠାଉଛନ୍ତି। ଏ ସଂକ୍ରାନ୍ତରେ ବହୁ ଅଭିଯୋଗ ସରକାରଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏଣିକି ଅଧିକାରୀଙ୍କୁ ‘ରାଜସ୍ବ ପାଠଶାଳା’ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇ ବାବୁଙ୍କ ଏହି ଟ୍ୟୁଶନ୍‌ ପ୍ରକ୍ରିୟା ନୂଆବର୍ଷରୁ ଆରମ୍ଭ ହେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁଯାୟୀ, ରାଜସ୍ବ ବିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଅନ୍‌ଲାଇନ ରାଜସ୍ବ ପାଠଶାଳା ଆରମ୍ଭ ହେବ। ଏଥିରେ ପାଳି କରି ପ୍ରତିଦିନ ବିଭିନ୍ନ ବର୍ଗର ଅଧିକାରୀଙ୍କୁ ଯୋଡ଼ାଯିବ। କେଉଁଦିନ ସବୁ ଜିଲାର ଜିଲାପାଳ ଏହି ଅନ୍‌ଲାଇନ୍‌ ପାଠଶାଳାରେ ନାମ ଲେଖାଇବେ ତ ଆଉ କେଉଁଦିନ ଅତିରିକ୍ତ ଜିଲାପାଳ, ତହସିଲଦାର, ରେଜିଷ୍ଟ୍ରାର ଓ ସବ୍‌ ରେଜିଷ୍ଟ୍ରାର ରହିବେ। ସେହିପରି ଭୂ-ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କୁ ମଧ୍ୟ ଏହି ପାଠଶାଳାରେ ପ୍ରଶିକ୍ଷଣ ଦିଆଯିବ। ସେଥିପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ କାର୍ଯ୍ୟଦିବସକୁ ନେଇ ପ୍ଲାନିଂ କରାଯିବ। କେଉଁଦିନ କେଉଁ ଅଧିକାରୀଙ୍କ କେଉଁ ବିଷୟରେ ପାଠଶାଳାରେ ଶିକ୍ଷା ଦିଆଯିବ ଏବଂ ସେମାନଙ୍କୁ କେଉଁ ବର୍ଗର ଅଧିକାରୀ ଶିକ୍ଷାଦେବେ ତାହା ପୂର୍ବରୁ ନିର୍ଦ୍ଧାରିତ ହେବ ଏବଂ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯିବ। ଯଦି କୌଣସି ଅଧିକାରୀ ରାଜସ୍ବ ପାଠଶାଳାରେ ଅନୁପସ୍ଥିତ ରହିବେ ତେବେ ସେ ବିଭାଗର ସ୍ବତନ୍ତ୍ର ଗ୍ରୁପ୍‌ରେ ଜଣାଇବେ ଏବଂ ପରବର୍ତ୍ତୀ ପାଠଶାଳାରେ ଉପସ୍ଥିତ ରହି ଜ୍ଞାନ ଆହରଣ କରିବେ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ନୂତନ ବର୍ଷରେ ବିଭାଗ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ପୁରୁଣାକାଳିଆ ବ୍ରିଟିଶ ଆଇନ ବନ୍ଦ ହୋଇ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲାଣି। ଏପରି କି ୫୦ରୁ ଅଧିକ ରାଜସ୍ବ ଗ୍ରାମ ମଧ୍ୟ ଘୋଷଣା ହୋଇଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳର ଅଧିକାରୀଙ୍କୁ ଏ ବାବଦରେ ଜଣାନାହିଁ। ଏଭଳି କେତେକ ଅଭିଯୋଗକୁ ନେଇ ବିଭାଗ ଏବେ ଆକ୍ସନମୋଡ୍‌କୁ ଆସିଛି। କେଉଁ ଅଧିକାରୀମାନେ ବାସ୍ତବରେ ସରକାରଙ୍କ ସଂଶୋଧିତ ନିୟମ ସମ୍ପର୍କରେ ଜାଣି ନାହାନ୍ତି ଏବଂ କେଉଁମାନେ ଜାଣିକରି ଠକିବାକୁ ଚେଷ୍ଟା କରୁଛନ୍ତି ସେସବୁ ରାଜସ୍ବ ପାଠଶାଳା ଅବସରରେ ସମୀକ୍ଷା କରାଯିବ। ଯଦି କୌଣସି ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ରାଜସ୍ବ ସେବାକୁ ଲୋକଙ୍କୁ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର ଚିଠା ପ୍ରସ୍ତାବରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭଦ୍ରକ, ୧୪/୫(ସନାତନ ରାଉତ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗୁରୁବାର…

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ଗୋଟିଏ ବୁନ୍ଦା ନାହିଁ ପେଟ୍ରୋଲ: ସାରା ଦେଶରେ ବ୍ଲାକ୍‌ଆଉଟ୍‌ ଘୋଷଣା କଲେ ସରକାର, ରାଜଧାନୀରେ…

ହାଭାନା,୧୪।୫: କ୍ୟୁବା ବର୍ତ୍ତମାନ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଡିଜେଲ ଓ…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri