ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ

ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢାଇଛନ୍ତି ଜଣେ ଇଟାଲୀ ଯୁବକ। ସେ ହେଲେ ସ୍ବେଚ୍ଛାସେବୀ ସଂଗଠନ ରାଧିକା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଇଟାଲୀର ଆଲଫ୍ରେଡ଼ୋ ରୋମ୍ବାଲା। ଗୁରୁବାର ଆଲଫ୍ରେଡ଼ୋ ଚନ୍ଦନପୁର ଯାଇଥିଲେ। ସେଠାରେ ପ୍ରତାପଙ୍କ ପରିବାର ସହ କଥାବାର୍ତ୍ତା ହୋଇଥିଲେ। ପରେ ତାଙ୍କ ଟ୍ୟୁମର ଅପରେଶନ ଲାଗି ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଆଲୋକ ଧରିତ୍ରୀକୁ ଜଣାଇଛନ୍ତି।

ପୁରୀ ସଦର ଚନ୍ଦନପୁର ପଣ୍ଡା ସାହିର ପ୍ରତାପ ସାହୁ(୨୪)। ଗତ ଦେଢ ବର୍ଷ ତଳେ ତାଙ୍କ ଦେହ ଭୀଷଣ ଖରାପ ହୋଇପଡିଥିଲା। ପରେ ତାଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ପରିବାର ଜାଣିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଚିକିତ୍ସାରେ ବିଳମ୍ବ ଯୋଗୁ ପୁଣି ଏକ ଟ୍ୟୁମର ହୋଇଥିଲା। ସେ ପୁଣି ଥରେ ଉକ୍ତ ହସ୍‌ପିଟାଲକୁ ଚିକିତ୍ସା ଲାଗି ଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ଔଷଧ ଦେଇ ଆଠ ମାସ ପରେ ଆସିବାକୁ କହିଥିଲେ। ପ୍ରତାପଙ୍କ ପରିବାରର ଆର୍ଥୀକ ସ୍ବଚ୍ଛଳତା ନ ଥିବା ଯୋଗୁ ପୁଣିଥରେ ସେଠାକୁ ଯାଇପାରି ନ ଥିଲେ। ଏହାରି ମଧ୍ୟରେ ପ୍ରତାପ ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇବସିଥିଲେ। ପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ। କଂଗ୍ରେସର ଯୁବନେତା ଆଲୋକ କୁମାର ଦାଶ ଏ ସମ୍ପର୍କରେ ଖବର ପାଇ ରାଧିକା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆଲଫ୍ରେଡ଼ୋଙ୍କ ସହ ଯୋଗାଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri